Gundichaghagi Falls: ଗୁଣ୍ଡିଚାଘାଗି ଜଳପ୍ରପାତ: ସୌନ୍ଦର୍ଯ୍ୟୀକରଣକୁ ଗୁରୁତ୍ବ, ସୁରକ୍ଷା ଢିଲା, ଗଲାଣି ୧୦ରୁ ଅଧିକ ଜୀବନ

2 hours ago 1
ARTICLE AD BOX

ଘଟଗାଁ: ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ କେନ୍ଦୁଝରଜିଲ୍ଲାଘଟଗାଁ ବ୍ଲକ୍‌ରେ ଅବସ୍ଥିତ ଗୁଣ୍ଡିଚାଘାଗି ଜଳପ୍ରପାତର ସୌନ୍ଦର୍ଯ୍ୟୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏଠାରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଉନି। ଫଳରେ ବର୍ଷକ ମଧ୍ୟରେ ତିନିଜଣ ପର୍ଯ୍ୟଟକ ଜଳପ୍ରପାତରେ ଭାସିଯାଇ ପ୍ରାଣ ହରାଇଲେଣି।

Similipal Protection: ଶିମିଳିପାଳର ସୁରକ୍ଷା ଓ ଦାଦନ ଦୂରୀକରଣ ନେଇ ମଶାଲ ଶୋଭାଯାତ୍ରା

ଘଟଗାଁ ମା’ ତାରିଣୀଙ୍କ ପୀଠରେ ବର୍ଷତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଛି। ମା’ଙ୍କ ଦର୍ଶନ ପରେ ପର୍ଯ୍ୟଟକମାନେ ନିକଟରେ ଥିବା ଗୁଣ୍ଡିଚାଘାଗି ଜଳପ୍ରପାତକୁ ବୁଲିବା ପାଇଁ ଯାଉଛନ୍ତି। ଏହି ଜଳପ୍ରପାତ ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ପିଚୁରାସ୍ତା ସାଙ୍ଗକୁ ସ୍ୱାଗତ ତୋରଣ, ବଣଭୋଜି କରିବାକୁ ପିଣ୍ଡି, ପାର୍କ, ଝୁଲାପୋଲ, ୱାଚ୍‌ଟାୱାର, ସୋଲାର ଲାଇଟ୍‌, ପାନୀୟଜଳ ଆଦିର ବ୍ୟବସ୍ଥା ହୋଇଛି। ବର୍ଷର ସବୁ ସମୟରେ ଏଠାକୁ ଲୋକେ ବୁଲିବା ପାଇଁ ଆସୁଛନ୍ତି। କିନ୍ତୁ ସେମାନଙ୍କ ସୁରକ୍ଷାକୁ ଅଣଦେଖା କରାଯିବା ଚିନ୍ତାର ବିଷୟ ହୋଇଛି। ଜଳପ୍ରପାତର ଉପରପାର୍ଶ୍ୱ ଓ ପାଦଦେଶରେ ଲୋକେ ଭୋଜିଭାତ, ବୁଲାବୁଲି କରୁଛନ୍ତି। ଏଠାରେ ବଡ଼ବଡ଼ ପଥରଖଣ୍ଡ ସହ ଗଭୀର ଗର୍ତ୍ତ ରହିଛି। ପର୍ଯ୍ୟଟକମାନେ ସାମାନ୍ୟ ଅସାବଧାନ ହେଲେ ଦୁର୍ଘଟଣା ଘଟୁଛି। ଏପର୍ଯ୍ୟନ୍ତ ଏଠାରେ ଦଶରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ କେବଳ ଚଳିତବର୍ଷ ତିନି ଜଣଙ୍କର ମୃତ୍ୟୁ ହେଲାଣି। ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳର ଜଣେ ଯୁବକ ଜଳପ୍ରପାତରେ ଭାସିଯାଇଥିଲେ। ତାଙ୍କର କୌଣସି ଖୋଜଖବର ମିଳିଲା ନାହିଁ।

Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା

ଏହି ଘଟଣା ପରେ ଏଠାରେ ସୁରକ୍ଷାବାଡ଼ ନିର୍ମାଣ ସାଙ୍ଗକୁ ସୁରକ୍ଷାକର୍ମୀ ମୁତୟନ ପାଇଁ ଦାବି ହୋଇଥିଲା। ମାତ୍ର ପ୍ରଶାସନ ଧ୍ୟାନ ଦେଲାନାହିଁ। ଫଳରେ ଗତ ସପ୍ତାହରେ କେନ୍ଦ୍ରାପଡ଼ାର ଜଣେ ଯୁବକ ଭାସିଯାଇ ପ୍ରାଣ ହରାଇଲେ। ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ପର୍ଯ୍ୟଟକଙ୍କ ଜୀବନ ଯାଉଛି। ପୂର୍ବତନ ସମିତି ସଭ୍ୟ ସୁରେନ୍ଦ୍ର ପଟ୍ଟନାୟକ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକେ ଏଠାକୁ ବୁଲିବା ପାଇଁ ଆସୁଛନ୍ତି। ସେମାନଙ୍କୁ ସେବା ଯୋଗାଇବାକୁ ଗୁଣ୍ଡିଚାଘାଗି ଉନ୍ନୟନ ସେବା ପରିଷଦ କାର୍ଯ୍ୟ କରୁଛି। ସୁରକ୍ଷାବାଡ଼ ନିର୍ମାଣ ଓ ସୁରକ୍ଷାକର୍ମୀ ମୁତୟନ ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେଲେ ଲୋକମାନେ ସୁରକ୍ଷିତ ଭାବେ ବୁଲାବୁଲି କରି ଘରକୁ ଫେରି ପାରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.