Gudari town : ଗୁଡାରିର ବିଭିନ୍ନ ସମସ୍ୟା ନେଇ ବନ୍ଦ ପାଳନ

14 hours ago 1
ARTICLE AD BOX

ଗୁଡାରି ( ମକରଧ୍ଵଜ କାଦମ୍ବାଲୁ) : ବିଭିନ୍ନ ଦାବି ପୂରଣ ନେଇ ଗୁଡାରି ସହରବାସୀଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଇଛି l ସହରବାସୀଙ୍କ ପ୍ରମୁଖ ଦାବି ମଧ୍ୟରେ ବଂଶଧାରା ବିଜୁ ସେତୁଠାରୁ ଶିରିଗୁଡା ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଗୁଡାରିରୁ ଭୁବନେଶ୍ୱରକଟକ ପର୍ଯ୍ୟନ୍ତ ଓଏସଆରଟିସି ବସ୍‌ ସେବା ଆରମ୍ଭ, ଗୁଡାରିରୁ ବିଷମକଟକ ଭାୟା କରଲାଘାଟି ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତା ନିର୍ମାଣ ଆଦି ରହିଛି।ଏଥିସହ ଗୁଡାରିକୁ ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ୍‌ ୱେ ଏବଂ ପାରଳାଖେମୁଣ୍ଡି-ଆମ୍ବାଭୋନା ୱେ ସହ ସଂଯୋଗ କରିବା, ପଦ୍ମପୁର-ଗୁଡାରି-ରାଇବିଜ ରାସ୍ତାକୁ କନ୍ଧମାଳ ଜିଲାର କୋଟଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସହ ଏହାକୁ ରାଜ୍ୟ ରାଜପଥର ମାନ୍ୟତା ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି। 

ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟ ସୂଚନା ମିଳି ନଥିବାରୁ ବନ୍ଦ ପାଳନ କରାଯାଇଛି ବୋଲି ଗୁଡାରି ଜନସାଧାରଣଙ୍କ ପକ୍ଷରୁ କୁହାଯାଇଛି। ବନ୍ଦ ସମୟରେ ଜରୁରୀକାଳୀନ ସେବାକୁ ବାଦ ଦେଇ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ-କଲେଜ ଏବଂ ଦୋକାନବଜାର ବନ୍ଦ କରାଯାଇଛି । ଏଥିସହ ସହରକୁ ସଂଯୋଗ କରୁଥିବା ଯାନବାହନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି l ପୂର୍ବଦିନ ବନ୍ଦକୁ ସଫଳ କରିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହରବାସୀଙ୍କୁ ଅବଗତ କରାଯାଇଛି। ଏହି ବନ୍ଦ ଆନ୍ଦୋଳନକୁ ଗୁଡାରି ସହରବାସୀ ସମ୍ପୂର୍ଣ୍ଣ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ ଥିଲା l ସହର ମଧ୍ୟରେ କେତକ ସରକାରୀ ବେ ସରକାରୀ, ବ୍ୟାଙ୍କ,ସ୍କୁଲ, କଲେଜ ଖୋଲା ଯାଇଥିବା ବେଳେ ଆନ୍ଦୋଳନ କାରି ସେଠାକୁ ଯାଇ ବନ୍ଦ କରିବାକୁ କହିଥିଲେ l ପ୍ରବଳ ବର୍ଷା ସତ୍ୱେ ଗୁଡାରି ବନ୍ଦ ପାଳନ ଶାନ୍ତି ଶୃଙ୍ଖଳା ରେ ଚାଲିଥିବା ଜଣା ପଡିଛି l ଶାନ୍ତି ଶୃଙ୍ଖଳା ନିମନ୍ତେ ଥାନା ଅଧିକାରୀ ବିଶ୍ୱବନ୍ଧିନି ବାଗ ଙ୍କ ନେତୃତ୍ୱ ରେ ପୋଲିସ ବାହିନୀ ସହର ର ମୁଖ୍ୟ ଛକ ନିକଟରେ ମୁତୟନ ହୋଇଛନ୍ତି l

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲେ କାକିନାଡାର ୨୭ରୁ ଊର୍ଦ୍ଧ୍ୱ ଟ୍ରଲର, ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.