Government in the dark: ନିଜ ଅଧିକାରୀଙ୍କ ଉପରେ ବର୍ଷିଲେ: ସରକାରଙ୍କୁ ଅନ୍ଧାରରେ ରଖନ୍ତୁନି, ଖର୍ଚ୍ଚର ସଂପୂର୍ଣ୍ଣ ରିପୋର୍ଟ ଦିଅନ୍ତୁ

1 day ago 3
ARTICLE AD BOX

ଭୁବନେଶ୍ବର: ‘ରାଜ୍ୟ ସରକାର ରବର ଷ୍ଟାମ୍ପ ନୁହନ୍ତି। ମୁଁ ମଧ୍ୟ ରବର ଷ୍ଟାମ୍ପ ନୁହେଁ। ଅଧିକାରୀମାନେ ସରକାର ଚଳାଉନାହାନ୍ତି, ଆମେ ଚଳାଉଛୁ। ତେଣୁ ସରକାରଙ୍କୁ ଅନ୍ଧାରରେ ରଖନ୍ତୁ ନାହିଁ, ଖର୍ଚ୍ଚର ସଂପୂର୍ଣ୍ଣ ରିପୋର୍ଟ ଦିଅନ୍ତୁ। ଯିଏ ନିୟମ ମାନିବ ନାହିଁ, ସେମାନେ ଘରକୁ ପଳାନ୍ତୁ। ପ୍ରଶିକ୍ଷଣ ପାଇଁ ଚାଷୀମାନେ ରାଜ୍ୟ ତଥା ଦେଶ ବାହାରକୁ ଯାଉଛନ୍ତି। ସେମାନଙ୍କ ତାଲିକା ସରକାରଙ୍କ ନିକଟକୁ ଆସୁଛି, ହେଲେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ଚାଷୀମାନେ କ’ଣ ଶିଖିଲେ ବିଭାଗକୁ ତା’ର ରିପୋର୍ଟ ଆସୁନାହିଁ। ଆସନ୍ତା ୭ ଦିନ ଭିତରେ ଜିଲ୍ଲା ଅଧିକାରୀମାନେ ଏହାର ରିପୋର୍ଟ ଦିଅନ୍ତୁ। ଚାଷୀମାନେ କ’ଣ ଶିଖିଲେ ତାହାର ଭିଡିଓ ମଧ୍ୟ ପ୍ରଦାନ କରନ୍ତୁ।’ ନିଜ ବିଭାଗର ଅଧିକାରୀଙ୍କୁ ଏମିତି କଡ଼ା କଥା ଶୁଣାଇଛନ୍ତି କୃଷି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ।

V-Mart: ଭି-ମାର୍ଟର ମହାବଚତ୍‌ କା ଡବଲ୍‌ ଅଫର

ସରକାରଙ୍କୁ ଅନ୍ଧାରରେ ରଖନ୍ତୁନି, ଖର୍ଚ୍ଚର ସଂପୂର୍ଣ୍ଣ ରିପୋର୍ଟ ଦିଅନ୍ତୁ
ବାହାରକୁ ଯାଇଥିବା ଚାଷୀ କ’ଣ ଶିଖିଲେ ୭ ଦିନରେ ରିପୋର୍ଟ ଦିଅ
୫୮ ଶୀତଳଭଣ୍ଡାରରୁ ଗୋଟିଏ ନିର୍ମାଣକୁ ନେଇ ମନ୍ତ୍ରୀ କ୍ଷୁବ୍ଧ

କୃଷି ଭବନରେ ଆଜି ଉଦ୍ୟାନକୃଷି ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଯୋଗ ଦେଇ ଶ୍ରୀ ସିଂହଦେଓ ଉଦ୍ୟାନକୃଷି ଅଧିକାରୀଙ୍କ ବେପରୁଆ ମନୋଭବ ଓ କାର୍ଯ୍ୟପ୍ରଣାଳୀକୁ ନେଇ ମନଇଚ୍ଛା ବର୍ଷିଥିଲେ। ସେ କହିଥିଲେ, ଜିଲ୍ଲାଗସ୍ତରେ ଯାଉଥିବାବେଳେ କୌଣସି ଅଧିକାରୀ କଣ ଭଲ କାମ କରିଛନ୍ତି, ତାହା ଦେଖିବା ପାଇଁ କେହି କେବେ ଡାକୁ ନାହାନ୍ତି। ଫୁଲତୋଡ଼ା ଆଣିବା ପାଇଁ ମୁଁ ଜିଲ୍ଲାକୁ ଯାଉନାହିଁ, କ୍ଷେତ୍ରସ୍ତରରେ କ’ଣ କାମ ଚାଲିଛି ତାହାକୁ ଦେଖିବାକୁ ଯାଉଛି। ଆପଣଙ୍କ ମନୋରଞ୍ଜନ ପାଇଁ ଆମେ ବିଭାଗରେ ବସାଇ ନାହୁଁ। କୌଣସି ନିର୍ଦ୍ଦେଶକ-ଅଧିକାରୀ ଅଫିସ୍‌ରେ ବସିପାରିବେ ନାହିଁ। ପ୍ରତିମାସରେ ଜିଲ୍ଲା ଗସ୍ତରେ ଯିବେ। ତାଙ୍କର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ମନ୍ତ୍ରୀ ହିଁ ଅନୁମୋଦନ କରିବେ। କୌଣସି ଅଧିକାରୀ ସରକାରଙ୍କୁ ହାଲ୍‌କା ଭାବେ ନିଅନ୍ତୁ ନାହିଁ। ଅଧିକାରୀଙ୍କ ପଦୋନ୍ନତି ସଂପୂର୍ଣ୍ଣ ଭାବେ ସରକାରଙ୍କ ଉପରେ ନିର୍ଭର କରୁଛି, ଏକଥା ଭୁଲିଯିବା ଉଚିତ ନୁହେଁ। ଏଭଳି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ସେମାନେ ଯେକୌଣସି କୋର୍ଟର ଦ୍ବାରସ୍ଥ ହେବା କଥା ହୁଅନ୍ତୁ। ସରକାର ଧମକକୁ ଡରୁନାହାନ୍ତି। 

Judgement: ୪୫୪ ଫାର୍ମାସି ଅଫିସରଙ୍କ ନିଯୁକ୍ତି ଉପରେ ରୋକ୍‌ ଲଗାଇଲେ ପଞ୍ଜାବ ହାଇକୋର୍ଟ

ସେ ଆହୁରି ମଧ୍ୟ କହିଥିଲେ, ସରକାରକୁ ଆସିବା ସମୟରେ ବିଭାଗର ବଜେଟ୍‌ ଥିଲା ୭ ହଜାର କୋଟି। ଏବେ ତାହା ୧୫ ହଜାର କୋଟିରେ ପହଞ୍ଚିଲାଣି। ଏହା ଭିତରେ ସରକାରଙ୍କ କାର୍ଯ୍ୟକାଳ ୨ବର୍ଷ ପୂରି ଗଲାଣି। ଯେଉଁ ଯେଉଁ କାମ କରିବା ଲାଗି ସରକାର ଘୋଷଣା କରିଥିଲେ, ଅଧିକାରୀମାନେ ତାହା କରୁନାହାନ୍ତି କି ତା’ର ରିପୋର୍ଟ ସରକାରଙ୍କ ନିକଟକୁ ଆସୁନାହିଁ। ସରକାର ୫୮ଟି ଶୀତଳଭଣ୍ଡାର ନିର୍ମାଣ ପାଇଁ ଘୋଷଣା କରିଥିଲେ। ଏହାଭିତରେ କେବଳ ପୁରୀରେ ଗୋଟିଏ ଶୀତଳଭଣ୍ଡାର ନିର୍ମାଣ ହେଉଥିବା ସୂଚନା ମିଳିଛି। କ’ଣ ପାଇଁ ଏହା କାର୍ଯ୍ୟକାରୀ ହୋଇନାହିଁ? ଅନ୍‌ଲାଇନ୍‌ ପୋର୍ଟାଲ ଗୋ-ସୁଗମ ଜରିଆରେ ଯେଉଁ ପ୍ରସ୍ତାବ ଆସିଛି, ତାହାର ପ୍ରକ୍ରିୟା କେଉଁଠି ଅଟକିଛି ତା’ର ଉତ୍ତର ଦରକାର ବୋଲି ଶ୍ରୀ ସିଂହଦେଓ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ ଉପସ୍ଥିତ ଥିଲେ। ଏହି ଅବସରରେ ‘ଖେତି ଆଗ୍ରୋ ପ୍ରାଇଭେଟ ଲିମିଟେଡ୍‌’ ଓ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ମଧ୍ୟରେ ଜଳବାୟୁ ସହନଶୀଳ କୃଷି ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଉଦ୍ୟାନକୃଷି ଅତିରିକ୍ତ ନିର୍ଦ୍ଦେଶକ ରୀତାଶ୍ରୀ ପାଢ଼ୀ ଧନ୍ୟବାଦ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.