Government Employee Dies: କ୍ରିକେଟ୍ ଖେଳ ହେଲା କାଳ, ହୃଦଘାତରେ ଆର ଆଇ ମୃତ

17 hours ago 1
ARTICLE AD BOX

ରାୟଗଡ଼ା(ଶିବ ପ୍ରସାଦ ଦୋରା): କ୍ରିକେଟ ଖେଳ ହେଲା କାଳ, ହୃଦଘାତରେ ଜଣେ ସରକାରୀ କର୍ମଚାରୀ କ୍ରିକେଟ ଖେଳୁଥିବା ବେଳେ ଅସୁସ୍ଥ ହୋଇ ମୃତ୍ୟବରଣ କଲା ଭଳି ଦୁଃଖଦାୟକ ଖବର ସାମ୍ନାକୁ ଆସିଛି I ମୃତକ ଜଣଙ୍କ ହେଉଛନ୍ତି  ପି  ରାଜେଶ  I ସେ  ଗୁଡାରି ବ୍ଲକରେ  ରାଜସ୍ବ  ନିରୀକ୍ଷକ ରୂପେ କାର୍ଯ୍ୟ କରୁଥିଲେ I  

ସୂଚନାରୁ ଜଣାପଡିଛି ଆଜି ରାଜେଶ  ଆଇ ଇଏ ସି ଆର କଲେଜ ନିକଟସ୍ଥ ଆର ସି ସି ଖେଳ ପଡିଆରେ କ୍ରିକେଟ ଖେଳୁଥିଲେ I ଖେଳୁଥିବା ସମୟରେ ସେ ଅସୁସ୍ଥ ଅନୁଭବ କରିବାରୁ ଅନ୍ୟ ଖେଳାଳିଙ୍କୁ ଅବଗତ କରିଥିଲେ I କିଛି ସମୟ ପରେ ମୁହଁ ବୁଲାଇ ପଡି ଯାଇଥିଲେ I ସହଯୋଗୀ ଖେଳାଳୀମାନେ ତାଙ୍କୁ  ତୁରନ୍ତ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ I କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ସୂଚନାରୁ ଜଣାପଡିଛି ରାଜେଶ ୱିକେଟ କିପର ଭାବେ ଆଜି କିଛି  ସମୟ ଖେଳୁଥିଲେ ଓ ଅସୁସ୍ଥ  ହୋଇଥିଲେ I ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି  I

ରାୟଗଡ଼ା ପୁଲିସ ଘଟଣାର ତଦନ୍ତ କରୁଛି

ତାଙ୍କ ବିୟୋଗରେ ରାୟଗଡା ବିଧାୟକ ଅପଲାସ୍ୱାମୀ କIଡ଼ରIକା, କାଉନସିଲର ସନ୍ତୋଷ ଦଳାଇଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି I ମୃତ ରାଜେଶଙ୍କ ଘର ରାୟଗଡ଼ା ସହର ସ୍ଥିତ ୟେଦୁ ସାହିରେ I ରାୟଗଡ଼ା ପୁଲିସ ଘଟଣାର ତଦନ୍ତ କରୁଛି I

Youth Drowns: ପୋଖରୀରେ ବୁଡ଼ି ଯୁବକ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.