ARTICLE AD BOX
ନୂଆଦିଲ୍ଲୀ: ପୁଞ୍ଜି ପ୍ରତ୍ୟାହାର ଓ ସମ୍ପତ୍ତି ମନେଟାଇଜେସନ୍ ମାଧ୍ୟମରେ ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୪୫,୩୦୬ କୋଟି ଟଙ୍କା ସଂଗ୍ରହ କରିଛନ୍ତି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଲେ, ଆଲୋଚ୍ୟ ବର୍ଷ ପାଇଁ ରହିଥିବା ଧାର୍ଯ୍ୟ ଲକ୍ଷ୍ୟ ୩୩,୮୩୭ କୋଟି ଟଙ୍କାଠାରୁ ପ୍ରକୃତ ସଂଗ୍ରହ ଯଥେଷ୍ଟ ଅଧିକ ଥିଲା। ପୁଞ୍ଜି ପ୍ରତ୍ୟାହାରରୁ ସରକାର ୧୬,୮୮୫.୫୬ କୋଟି ଟଙ୍କା ଓ ସମ୍ପତ୍ତି ମନେଟାଇଜେସନ୍ରୁ ୨୩,୪୨୦.୪୯ କୋଟି ଟଙ୍କା ସଂଗ୍ରହ କରିଥିଲେ।
ଜନ୍ତର ମନ୍ତର ପ୍ରତିବାଦରେ ଲାଠିଚାର୍ଜର ଜବାବ ଦେବେ ଅମିତ ଶାହ: ସଂସଦରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ...
ଚଳିତ ଆର୍ଥିକ ବର୍ଷରେ ସରକାର ପୁଞ୍ଜି ପ୍ରତ୍ୟାହାର ଓ ସମ୍ପତ୍ତି ମନେଟାଇଜେସନ୍ରୁ ୮୦ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେଥିରୁ ୫୯,୦୮୩ କୋଟି ଟଙ୍କା ସଂଗ୍ରହ ହୋଇସାରିଲାଣି। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, କୋଲ୍ ଇଣ୍ଡିଆ, ଭାରତୀୟ ଜୀବନ ବୀମା ନିଗମ, ଭାରତୀୟ ରେଳ ଫାଇନାନ୍ସ କର୍ପୋରେସନ ଲିମିଟେଡ୍, କୋଚିନ ସିପ୍ୟାର୍ଡ ଓ ଭାରତୀୟ ଔଷଧ ଫାର୍ମାସ୍ୟୁଟିକାଲ୍ କର୍ପୋରେସନରୁ ପୁଞ୍ଜିପ୍ରତ୍ୟାହାର ଜରିଆରେ ଏହି ପାଣ୍ଠି ସଂଗ୍ରହ କରାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୧-୨୨ରେ ପୁଞ୍ଜି ପ୍ରତ୍ୟାହାର ଜରିଆରେ ୧୩,୩୫୪ କୋଟି ଟଙ୍କା, ୨୦୨୨-୨୩ରେ ୩୫,୨୯୪ କୋଟି ଟଙ୍କା ଓ ୨୦୨୩-୨୪ରେ ୧୬,୫୦୭ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ୨୦୨୪-୨୫ରେ ଏହି ସଂଗ୍ରହ ୧୦,୧୬୩ କୋଟି ଟଙ୍କା ଥିଲା।

1 hour ago
2


