ARTICLE AD BOX
ଆଧୁନିକ ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ପ୍ରଭାବଶାଳୀ ଔପନ୍ୟାସିକ ଥିଲେ ଗୋପୀନାଥ ମହାନ୍ତି। ୧୯୧୪ ମସିହା ଏପ୍ରିଲ୍ ୨୦ ତାରିଖରେ କଟକର ନାଗବାଲିରେ ତାଙ୍କର ଜନ୍ମ। ସେ ରେଭେନ୍ସା କଲେଜ୍ରୁ ସ୍ନାତକ ଓ ପାଟନା ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ। ୧୯୩୮ରେ ସେ ସବ୍-ଡେପୁଟି ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ଓଡ଼ିଆ ଭାଷା-ସାହିତ୍ୟର ବିକାଶର ଲକ୍ଷ୍ୟ ନେଇ ସେ ସାହିତ୍ୟ ରଚନା ଆରମ୍ଭ କରିଥିଲେ। ନିଜ ଜୀବନର ଅଭିଜ୍ଞତା ଯେ ସାହିତ୍ୟର ମୁଖ୍ୟ ଉପାଦାନ ତାହାର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ଗୋପୀନାଥ ମହାନ୍ତି। ତାଙ୍କ ଚାକିରିର ଅଧିକାଂଶ କାଳ ଆଦିବାସୀ ଅଞ୍ଚଳରେ କଟିଥିଲା। ଏ ଭିତରେ ସେ ଜଙ୍ଗଲର ଆଦିବାସୀଙ୍କ ଜୀବନ ସହିତ ନିଜକୁ ଓତପ୍ରୋତ ଭାବେ ଜଡ଼ିତ କରିଦେଇଥିଲେ।
Vedanta Aluminium: ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ଭବିଷ୍ୟତ ଗଢ଼ିବା ପାଇଁ ଶିକ୍ଷା, ନେତୃତ୍ବ ଓ ବିକାଶର ସୁଯୋଗ
ସେମାନଙ୍କ ଭାଷା ଓ ସଂସ୍କୃତି ଶିକ୍ଷାରୁ ଜନ୍ମ ନେଲା ‘ପରଜା’, ‘ଅମୃତର ସନ୍ତାନ’, ‘ଦାଦିବୁଢ଼ା’ ଭଳି କାଳଜୟୀ ଉପନ୍ୟାସ। ସେ ତାଙ୍କ ଗଳ୍ପ ମାଧ୍ୟମରେ ବ୍ୟକ୍ତିକୈନ୍ଦ୍ରିକ ବିଚାର ଓ ସମାଜବାଦୀ ବିଚାର ମଧ୍ୟରେ ସମନ୍ବୟ ଆଣିଥିଲେ। ତାଙ୍କର ରଚନାର ଭାଷାଶୈଳୀ ଥିଲା ସଂପୂର୍ଣ୍ଣ ମୌଳିକ। ଗୋପୀନାଥଙ୍କ ଗଳ୍ପ ଉପନ୍ୟାସମାନଙ୍କରେ ସମାଜର ଦଳିତ, ଅବହେଳିତ ମଣିଷମାନଙ୍କ ପ୍ରତି ତାଙ୍କର ସମ୍ବେଦନଶୀଳତା ଯେଉଁ ଭଳି ବାରି ହୋଇପଡ଼େ, ସେହିଭଳି ଭାବେ ଅତ୍ୟାଚାରୀମାନଙ୍କ ପ୍ରତି ତାଙ୍କର ଭର୍ତ୍ସନାପୂର୍ଣ୍ଣ ବ୍ୟଙ୍ଗ ଦେଖିବାକୁ ମିଳେ। ଜଣେ ଔପନ୍ୟାସିକ ଓ ଗାଳ୍ପିକ ସମେତ କବି, ଗବେଷକ, ଅନୁବାଦକ, ଭାଷାବିତ୍ ଓ ପ୍ରାବନ୍ଧିକ ଭାବରେ ସେ ସାହିତ୍ୟର ବିଭିନ୍ନ ବିଭାଗକୁ ପରିପୁଷ୍ଟ କରିଛନ୍ତି।
Maoists surrender: ଆତ୍ମସମର୍ପଣ କରି ବି ୧୫ବର୍ଷ ଜେଲରେ କାଟିଲି: ମାଓନେତା ଆଜାଦ
‘ଅମୃତର ସନ୍ତାନ’ ଉପନ୍ୟାସ ପାଇଁ ସେ ସର୍ବପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ। ପ୍ରଥମ ଓଡ଼ିଆ ଭାବେ ସେ ସମ୍ମାନଜନକ ‘ଜ୍ଞାନପୀଠ ପୁରସ୍କାର’ର ଅଧିକାରୀ ହୋଇଥିଲେ। ଭାରତ ସରକାର ତାଙ୍କୁ ‘ପଦ୍ମଭୂଷଣ’ରେ ସମ୍ମାନିତ କରିଥିଲେ। ‘ସ୍ରୋତସ୍ବତୀ’ ତାଙ୍କର ଚର୍ଚ୍ଚିତ ଆତ୍ମଜୀବନୀ। ସେ ଆମେରିକାର ସାନ୍ ହୋଜେ ବିଶ୍ବବିଦ୍ୟାଳୟରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ୧୯୯୧ ଅଗଷ୍ଟ ଆଜି ଦିନରେ ଏହି କାଳଜୟୀ ସାହିତ୍ୟିକଙ୍କର ତିରୋଧାନ ହୋଇଥିଲା।

1 hour ago
2


