Gomata suraksha: ୬ବ୍ଲକରେ ଲାଗିବ ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ଟ, ହ୍ରାସ ପାଇବ ଦୁର୍ଘଟଣା!

1 hour ago 1
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ରାଜପଥ ଉପରେ ବୁଲା ଗାଈଙ୍କ ଉପସ୍ଥିତି ଯୋଗୁଁ ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଘଟୁଛି। ଏଥିରେ ପ୍ରତ୍ୟେକ ଦିନ ଏକାକ ନିରୀହ ବୁଲା ଗାଈ ଓ ବାଛୁରୀର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଆଉ କିଛି ଗୁରୁତର ଆହତ ହୋଇଛନ୍ତି। ଏହା ବାଦ୍‌ ଛୋଟବଡ଼ ଦୁର୍ଘଟଣା ହୋଇ ଲୋକଙ୍କ ବି ଜୀବନହାନୀ ହେଉଛି। ଏହାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପକ୍ଷରୁ ‘ଗୋମାତା ସୁରକ୍ଷା ଅଭିଯାନ ଆରମ୍ଭ’ ହୋଇଛି। 

ଏହି ଅଭିଯାନ ଦ୍ବାରା ନବରଂଗପୁର ଜିଲ୍ଲାର ବିଭିନ୍ନ ବ୍ଲକର ରାଜପଥ କଡ଼ରେ ବୁଲା ଗାଈ ଓ ବାଛୁରୀଙ୍କ ବେକରେ ‘ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ସ' ଲଗାଇବାକୁ ପଶୁ ସମ୍ପଦ ଓ ପଶୁ ଚିକିତ୍ସା ସେବା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହିକ୍ରମରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ରାଜପଥକଡ଼ରେ ବୁଲୁଥିବା ନିରୀହ ବୁଲା ଗାଈ ଓ ବାଛୁରୀର ବେକରେ ରେଡିୟମ ବେଲ୍ଡ ଲାଗାଇବା କାର୍ଯ୍ୟକ୍ରମ  ଆରମ୍ଭ ହୋଇଯାଇଛି। 

Neglect:କାମରେ ଆସୁନି କୋଟିଏ ଟଙ୍କାର ଗୋଶାଳା, ରାଜପଥରେ ଗାଈଗୋରୁ

ଗତ ୪ଦିନ ତଳେ ଏହି ଅଭିଯାନ ନବରଙ୍ଗପୁରରେ ଉଦ୍‌ଘାଟନ ହେବା ସହ ୫୪ଟିକୁ ଲଗାଇବା ପରେ ବନ୍ଦ ହୋଇଛି। ତେବେ ତୁରନ୍ତ ପୁଣି ଆରମ୍ଭ ହେବ ଏବଂ ବଳକାକୁ ଲଗାଯିବ ବୋଲି କହିଛନ୍ତି ଏଡିଭିଓ ଡ. ପ୍ରକାଶ ମହାନ୍ତି। ଜିଲ୍ଲାର ମୋଟ ୬ ବ୍ଲକର ୬୦୭ ଗାଈ ଓ ବାଛୁରିଙ୍କ ବେକରେ ଲାଗିବ ଏହି 'ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ସ' ଲଗାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳ, ପୁଲିସ, ଆରଟିଓ, ଏମଭିଆଇ, ଏନଏଚଏଆଇ, ସହରାଞ୍ଚଳ ଓ ପଞ୍ଚାଯତ ସଂସ୍ଥା, ଗୌଶାଳା ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହ ସମନ୍ବୟରେ ଏଭଳି ମହତ କାର୍ଯ୍ୟ ଆରମ୍ଭକରାଯାଇଥିବା ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ରମେଶ ଚନ୍ଦ୍ର ବେହେରା, ଏଡିଭିଓ ଡ. ମହାନ୍ତି କହିଛନ୍ତି। 

ଜିଲ୍ଲାର ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଚନ୍ଦାହାଣ୍ଡି ବ୍ଲକକୁ ବାଦ୍ ଦେଇ ବଳକା ୬ଟି ବ୍ଲକ ଓ ୨ପୌରାଂଚଳରେ ଏହା ଲଗାଯିବ। ଜାତୀୟ ରାଜପଥ, ରାଜ୍ୟ ରାଜପଥ ବ୍ୟସ୍ତ ସହରାଞ୍ଚଳ ଓ ଦୁର୍ଘଟଣା ପ୍ରବଣ ସ୍ଥାନରେ ବୁଲା ଗାଈ ଓ ବାଛୁରୀଙ୍କୁ ପ୍ରାଥମିକତା ଭିଭିରେ ରେଡିୟମ ବେଲ୍‌ ପିନ୍ଧାଯାଉଥିବା ଦେଖିବାକୁ ମିଳିଛି। ଚଳିତ ମାସ ୩୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଅଭିଯାନ ଶେଷ କରିବା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହଅଭିଯାନ ପରେ ମଧ୍ୟ ବେଲ୍ଟ ଗୁଡ଼ିକ ସଠିକ୍ ଭାବେ ବ୍ୟବହୃତ ହେଉଥିବାର ନିୟମିତ ଅନୁଧ୍ୟାନ କରିବାକୁ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାରମ୍ବାର ସଚେତନତା ପରେ ମଧ୍ୟ ବହୁ ଅମାନିଆ ମାଲିକ ପାଳିତ ଗାଈ ଓ ବାଛୁରୀକୁ ବହାରେ ଖୋଲା ଛାଡ଼ି ଦେଉଥିବା ବେଳେ ସେମାନେ ବିଭିନ୍ନ ରାଜପଥ କଡ଼କୁ ଖାଦ୍ୟ ଅନ୍ବେଷଣରେ ଯାଉଛନ୍ତି। ସେଠାରେ ସଡ଼କ ଦୁର୍ଘଟଣାର ଶିକାର ହେବା ସହ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଏହା ଦ୍ବାରା ଆନେକ ଗାଡ଼ି ଚାଳକ ମଧ୍ୟ ଆହାତ ହେବା ସହ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.