Gold: ପାରଦରୁ ତିଆରି ହେବ ସୁନା, ଆମେରିକୀୟ ଷ୍ଟାର୍ଟଅପ୍‌ର ଦାବି

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ମାଟି ତଳକୁ ବାହାରୁଥିବା ମୂଲ୍ୟବାନ ଧାତବ ସୁନାର ବିକଳ୍ପ ଖୁବ୍‌ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଛି। ଆମେରିକାର ଏକ ଷ୍ଟାର୍ଟଅପ୍‌ ସଂସ୍ଥା ‘ମାରାଥନ ଫ୍ୟୁଜନ’ ଲ୍ୟାବ୍‌ରେ ପାରଦକୁ ସୁନାରେ ପରିଣତ କରିଥିବା ଦାବି କରିଛି। ଯଦି ତାହା ସତ ହୋଇଥିବ ତେବେ ଆଗାମୀ ଦିନରେ ହୀରା ଭଳି ସୁନାକୁ ମଧ୍ୟ ଲ୍ୟାବ୍‌ରେ ପ୍ରସ୍ତୁତ କରାଯାଇପାରିବ। ତାହା ହେଲେ ପ୍ରତ୍ୟକ୍ଷ ସୁନାର ମୂଲ୍ୟ ଖୁବ୍‌ଶୀଘ୍ର ହ୍ରାସ ପାଇବ। 

ମାରାଥନ ଫ୍ୟୁଜନ କହିଛି, ସୁନା ତିଆରି କରିବା ଆମ ମୂଳ ବ୍ୟବସାୟ ନୁହେଁ। ଏହା ଏକ ପାର୍ଶ୍ବ ବ୍ୟବସାୟ ହେବ। ଆଣବିକ ଫ୍ୟୁଜନରେ ବିପୁଳ ଖର୍ଚ୍ଚ ହୋଇଥାଏ। ସେହି ଖର୍ଚ୍ଚ ବହନ କରିବା ଲାଗି ଲ୍ୟାବ୍‌ରେ ପ୍ରସ୍ତୁତ ସୁନା ବ୍ୟବହାର କରାଯାଇପାରିବ। କମ୍ପାନି କହିଛି ଯେ ପ୍ରତ୍ୟକ ଧାତବ ପଦାର୍ଥର ନିଜସ୍ବ ପରିଚୟ ରହିଛି। ପାରଦର ନ୍ୟୁକ୍ଲିୟସ୍‌ରେ ୮୦ ପ୍ରୋଟନ ରହିଥିବା ବେଳେ ସୁନାର ନ୍ୟୁକ୍ଲିୟସ୍‌ରେ ୭୯ ପ୍ରୋଟନ ରହିଛି। ଅର୍ଥାତ ପାରଦରୁ ଗୋଟିଏ ପ୍ରୋଟନ ବାହାର କରାଗଲେ ତାହା ଆପେ ସୁନାରେ ପରିଣତ ହୋଇଯିବ। ନ୍ୟୁକ୍ଲିୟର ଫ୍ୟୁଜନ ପ୍ରତିକ୍ରିୟା ସମୟରେ କମ୍ପାନି ପାରଦ ଉପରେ ଅତ୍ୟନ୍ତ ଉଚ୍ଚଗତିର ନ୍ୟୁଟ୍ରନ ବୋମା ମାଡ଼ କରି ସେଥିରୁ ଗୋଟିଏ ପ୍ରୋଟନ ବାହାର କରିବ।

ଆହୁରି ପଢନ୍ତୁ: Judge Transfer: ୬ ମାସରେ ୨୩ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ ଉତ୍ତରପ୍ରଦେଶ ବିଚାରପତି; ପରିବାର ଅଦାଲତକୁ ହେଲେ ବଦଳି

‌‌ତେବେ ଲ୍ୟାବ୍‌ରେ ସୁନା ପ୍ରସ୍ତୁତ କରିବାର ଏହା ପ୍ରଥମ ଘଟଣା ନୁହେଁ। ୧୯୮୦ରେ ନୋବେଲ୍‌ ବିଜେତା ଗ୍ଲେନ୍‌ ସିବୋର୍ଗ ସୁନା ପ୍ରସ୍ତୁତ କରିଥିଲେ। କିନ୍ତୁ ତାହା ଅତ୍ୟନ୍ତ ବ୍ୟୟବହୁଳ ପ୍ରକ୍ରିୟା ହୋଇଥିବାରୁ ଆଗକୁ ବଢ଼ିପାରିନଥିଲା। ସେହିପରି ୨୦୧୫-୧୮ ମଧ୍ୟରେ ବିଶ୍ବର ସର୍ବବୃହତ ପରମାଣୁ ପ୍ରୟୋଗଶାଳା ସିଇଆର୍‌ଏନ୍‌ ମଧ୍ୟ ସୁନା ପ୍ରସ୍ତୁତ କରିଥିଲା। କିନ୍ତୁ ତାହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରିନଥିଲା। ଏବେ ମାରାଥନ ଫ୍ୟୁଜନ ଯେଉଁ ଆଶା ଦେଖାଇଛି ତାହା ବାଣିଜ୍ୟିକ ଦୃଷ୍ଟିରୁ କେତେ ଲାଭଦାୟକ ହୋଇପାରିବ ତାହା ଏବେଠାରୁ କୁହାଯାଇପାରିବ ନାହିଁ। କାରଣ କେତେ ପରିମାଣର ସୁନା ପ୍ରସ୍ତୁତ ହୋଇଛି ତାହା କମ୍ପାନି ଜଣାଇନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.