ARTICLE AD BOX
ଅନନ୍ତପୁର ଥାନା ନାୟକବନ୍ଧ ଛକ ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ଅପାଚି ବାଇକରେ ଆସି ବିଜୟଲକ୍ଷ୍ମୀଙ୍କ ବେକରୁ ୧୮ ଗ୍ରାମ ଓଜନର ସୁନା ଚେନ ଝାମ୍ପି ନେଇ ବାଲେଶ୍ୱର ଅଭିମୁଖେ ଫେରାର ହୋଇଯାଇଥିଲେ।
Two miscreants allegedly snatched an 18-gram gold chain from a woman Photograph: (sambad.in)ସୋର: ଅନନ୍ତପୁର ଥାନା ନାୟକବନ୍ଧ ଛକ ନିକଟରେ ଜଣେ ମହିଳାଙ୍କ ବେକରୁ ଦୁଇଜଣ ଦୁର୍ବୃତ୍ତ ସୁନା ଚେନ ଝାମ୍ପିନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଆଜି ପୂର୍ବାହ୍ନରେ ସୋର ଥାନା ଜଗନ୍ନାଥପୁର ଗ୍ରାମର ଶରତ କୁମାର ରାୟ ଓ ତାଙ୍କ ସ୍ତ୍ରୀବିଜୟଲକ୍ଷ୍ମୀ ରାୟ ବାଇକ ଯୋଗେ ଖନ୍ତାପଡା ଅଭିମୁଖେ ଯାଉଥିଲେ।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି
ଏହି ସମୟରେ ଅନନ୍ତପୁର ଥାନା ନାୟକବନ୍ଧ ଛକ ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ଅପାଚି ବାଇକରେ ଆସି ବିଜୟଲକ୍ଷ୍ମୀଙ୍କ ବେକରୁ ୧୮ ଗ୍ରାମ ଓଜନରସୁନା ଚେନ ଝାମ୍ପି ନେଇ ବାଲେଶ୍ୱର ଅଭିମୁଖେ ଫେରାର ହୋଇଯାଇଥିଲେ। ଏନେଇ ବିଜୟଲକ୍ଷ୍ମୀ ଅନନ୍ତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The Commissionerate Police: ପୁଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡ୍ଲାଇନ୍ ଆଣିଲା କମିସନରରେଟ ପୁଲିସ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
8


