ARTICLE AD BOX
ପୁରୀ(ଶିବ ପ୍ରସାଦ ଦାସ): ପୁଣି ଖଜା ଗୋଦାମ ଉପରେ ଚଢ଼ାଉ l ଗତ ୧୭ ତାରିଖରେ ୪ଟି ଗୋଦାମ ଓ ୩୫ହଜାର ଟଙ୍କା ଫାଇନ କଟାଯାଇଥିବାବେଳେ ଆଜି ୨ ଟାକ୍ଟର ବା ୪କୁଇଣ୍ଟାଲ ଖଜା ଜବତ କରାଯିବା ସହ ୫ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି l ପୁରୀ ସହରର ବିଭିନ୍ନ ସ୍ଥାନରେ ଥିବା ଖଜା ଗୋଦାମ ଉପରେ ଆଜି ସକାଳୁ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ସିଟି ଡିଏସପିଙ୍କ ନେତୃତ୍ୱରେ ଟାଉନ ପୁଲିସ, ଖାଦ୍ୟ ସୁରକ୍ଷା ବିଭାଗ ଏବଂ ମୁନିସିପାଲ କର୍ପୋରେସନ ଏନ୍ଫୋର୍ସ ମିଳିତ ଟିମ୍ ଏହି ଚଢ଼ାଉ କରିଛନ୍ତି। ଶ୍ରଦ୍ଧାଳୁମାନଙ୍କୁ ନିମ୍ନମାନର ଏବଂ ଭେଜାଲ ଖଜା ଅଧିକ ଦାମରେ ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲା। ଏହା ପରେ ପୁଲିସ ପ୍ରଶାସନ ତରଫରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉଛି ।
ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି
ବଡ଼ଦାଣ୍ଡ ଏବଂ ଆଖପାଖ ଅଞ୍ଚଳରେ ଥିବା ଅନେକ ଖଜା ଗୋଦାମ ଏବଂ କାରଖାନାରେ ଏହି ଚଢ଼ାଉ ଚାଲିଛି। ଏହି ଚଢ଼ାଉ ସମୟରେ ଖଜାର ଗୁଣବତ୍ତା, ଓଜନରେ ହେରଫେର, ପ୍ୟାକେଜିଂ ଏବଂ ଖାଦ୍ୟ ସୁରକ୍ଷା ଲାଇସେନ୍ସ ଯାଞ୍ଚ କରାଯାଉଛି। ଭେଜାଲ କିମ୍ବା ନିମ୍ନମାନର ଖଜା ଜବତ କରାଯିବା ସହ ଜବତ କରାଯାଇଛି l ଯେଉଁ ଗୋଦାମ ଲାଇସେନ୍ସ ଥାଇ ବି ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଖଜା ପ୍ରସ୍ତୁତ କରିଛନ୍ତି ସେଇ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି l
Teacher Arrested: ନାବାଳିକା ଛାତ୍ରୀଙ୍କୁ ପ୍ରେମ ନିବେଦନ ମେସେଜ ପଠାଇ ବନ୍ଧା ହେଲେ କାମୁକ ଶିକ୍ଷକ

47 minutes ago
1


