Baluchistan Liberation: ବଲୋଚିସ୍ତାନରେ ସଶସ୍ତ୍ର ମହିଳା କମାଣ୍ଡୋଙ୍କ ଆକ୍ରମଣ, ପାକିସ୍ତାନୀ ସେନାର ୯ ଯବାନ ମୃତ, ଏକାଧିକ ଆହତ

1 hour ago 1
ARTICLE AD BOX

କ୍ୱେଟା/ଟୁରବତ୍: ପାକିସ୍ତାନର ଅଶାନ୍ତ ବଲୋଚିସ୍ତାନ ପ୍ରଦେଶରେ ସକ୍ରିୟ ଥିବା ବିଦ୍ରୋହୀ ସଂଗଠନ ''ବଲୋଚିସ୍ତାନ ଲିବରେସନ୍ ଫ୍ରଣ୍ଟ'' (ବିଏଲଏଫ୍) ନିଜର ନୂତନ ଭାବେ ଗଠିତ ସଶସ୍ତ୍ର ମହିଳା କମାଣ୍ଡୋ ୟୁନିଟ୍ ''କରିମା ଆର୍ମଡ୍ ଆସଲ୍ଟ ଡିଭିଜନ୍'' (କେଏଏଡି) ର ପ୍ରଥମ ସାମରିକ ଅପରେସନର ଏକ ଭିଡିଓ ଜାରି କରିଛି।

ଦୁଇଟି ପୃଥକ ଆକ୍ରମଣରେ ପାକିସ୍ତାନୀ ସେନାର ୯ ଜଣ ଯବାନ ନିହତ ହୋଇଥିବା ବେଳେ ଏକାଧିକ ସୈନ୍ୟ ଆହତ ହୋଇଥିବା ଏହି ସଂଗଠନ ଦାବି କରିଛି। ଟୁରବତ୍ ଅଞ୍ଚଳର ଚୀନ୍-ପାକିସ୍ତାନ ଆର୍ଥିକ କରିଡର (ସିପିଇସି) ରାସ୍ତାରେ ଯାଉଥିବା ପାକିସ୍ତାନ ସେନାର ''କ୍ୱିକ୍ ରିଆକ୍ସନ୍ ଫୋର୍ସ'' କନଭୟକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା।

ବେଆଇନ ଗିରଫଦାରୀ ଓ ମାନବାଧିକାର ଉଲ୍ଲଂଘନ

ଜାରି ହୋଇଥିବା ଏହି ଭିଡିଓରେ କରିମା ଆର୍ମଡ୍ ଆସଲ୍ଟ ଡିଭିଜନର ଜଣେ ମହିଳା କମାଣ୍ଡର ଆକ୍ରମଣ ପୂର୍ବରୁ ନିଜର ମହିଳା କ୍ୟାଡରମାନଙ୍କୁ ସାମରିକ ନିର୍ଦ୍ଦେଶ ଦେଉଥିବା ଦେଖାଯାଇଛି। ଏହାପରେ ମହିଳା ଯୋଦ୍ଧାମାନେ ସେନାର ଗାଡ଼ି ଉପରକୁ ଅତି ନିକଟରୁ ଗୁଳିଚାଳନା କରୁଥିବା ଦୃଶ୍ୟ ରହିଛି। ଅନ୍ୟ କେତେକ ଦୃଶ୍ୟରେ ଏହି ମହିଳାମାନେ ଗାଡ଼ିଗୁଡ଼ିକୁ ଅଟକାଇ ଯାଞ୍ଚ କରୁଥିବା ନଜର ଆସିଛନ୍ତି। ବର୍ଷ ବର୍ଷର କଠୋର ତାଲିମ ପରେ ଏହି ମହିଳା ଦଳକୁ ଏକ ସଂଗଠିତ ଆକ୍ରମଣକାରୀ ବାହିନୀ ଭାବେ ଗଢ଼ି ତୋଳାଯାଇଛି ଏବଂ ବଲୋଚିସ୍ତାନରେ ହେଉଥିବା ବେଆଇନ ଗିରଫଦାରୀ ଓ ମାନବାଧିକାର ଉଲ୍ଲଂଘନ ବିରୋଧରେ ସେମାନେ ଏହି ସଶସ୍ତ୍ର ସଂଗ୍ରାମ ଜାରି ରଖିଛନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ତେବେ ପାକିସ୍ତାନ ସେନା କ୍ଷତିଗ୍ରସ୍ତ ହୋଇଥିବା ନେଇ ବିଏଲଏଫ୍ କରିଥିବା ଏହି ଦାବିର କୌଣସି ସ୍ୱାଧୀନ ବା ସରକାରୀ ପୁଷ୍ଟି ହୋଇପାରିନାହିଁ। ବିଦ୍ରୋହୀଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପାକିସ୍ତାନୀ ସୁରକ୍ଷା ଏଜେନ୍ସିଗୁଡ଼ିକର ଚିନ୍ତା ବୃଦ୍ଧି ପାଇଛି। ଘଟଣାପରେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଉଜ୍ଜୈନ ଶାହୀ ମସଜିଦ୍ ବିବାଦ ଭ୍ରାନ୍ତ ଏଆଇ ଭିଡିଓ ଯୋଗୁଁ ହିଂସା

Read Entire Article
LEFT SIDEBAR AD

Hidden in mobile, Best for skyscrapers.