ARTICLE AD BOX
ମସ୍କୋ: ବିଶ୍ୱ ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଆମେରିକା, ରୁଷ୍ ଓ ଚୀନ୍ର ରାଷ୍ଟ୍ରମୁଖ୍ୟ ଡୋନାଲ୍ଡ ଟ୍ରମ୍ପ, ଭ୍ଲାଦିମିର ପୁଟିନ୍ ଓ ସି ଜିନ୍ପିଙ୍ଗ୍ ଗୋଟିଏ ମଞ୍ଚରେ ଏକାଠି ହେବେ। ଚୀନ୍ର ଶେନ୍ଝେନ୍ ସହରରେ ନଭେମ୍ବର ୧୯ ତାରିଖରେ ଏହି ଐତିହାସିକ ବୈଠକ ହେବ ବୋଲି ରୁଷ୍ ସ୍ପଷ୍ଟ କରିଛି।
କ୍ରେମଲିନ୍ର ମୁଖପାତ୍ର ଦିମିତ୍ରି ପେସ୍କୋଭ୍ ରୁଷିଆର ଖବର ସଂସ୍ଥା ଟାସ୍କୁ କହିଛନ୍ତି, ତିନି ନେତାଙ୍କ ମଧ୍ୟରେ ଏକାଠି ବୈଠକ କରିବା ନେଇ ସହମତି ହୋଇଛି। ଏସିଆ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସହଯୋଗ (ଏପିଇସି) ସମ୍ମିଳନୀ ଅବସରରେ ଏହି ଆଲୋଚନା ହେବ।
China: ୧୯୮୦ରେ ସୁଯୋଗ ହାତଛଡ଼ା କରିଥିଲା ଭାରତ, ଚୀନ ଆଗେଇଗଲା: ରାଜୀବ ଗାନ୍ଧୀଙ୍କୁ ଦାୟୀ କଲେ ଜୟଶଙ୍କର
ବିଶ୍ୱର ତିନି ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ବୈଠକରେ ବିଶ୍ୱରେ ପରମାଣୁ ଅସ୍ତ୍ର ସଂଖ୍ୟା କମାଇବା ଓ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଆଲୋଚନା ହେବ। ତେବେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଏହି ବୈଠକର ଆଲୋଚନା ସୂଚୀରେ ରହିବ ନାହିଁ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ତେବେ ଏହି ବୈଠକ ନେଇ ଚୀନ୍ ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ତିନି ରାଷ୍ଟ୍ରର ଆଲୋଚନା ବିଶ୍ୱ ଶାନ୍ତି ଓ ଆନ୍ତର୍ଜାତିକ ସମ୍ପର୍କକୁ କେଉଁ ଦିଗ ଦେଉଛି ଏବେ ତାହା ଉପରେ ସମସ୍ତଙ୍କ ନଜର।

16 minutes ago
1


