Girl Found Dead ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

1 hour ago 1
ARTICLE AD BOX

ମୁନିଗୁଡ଼ା:  ରାୟଗଡ଼ାଜିଲ୍ଲା ମୁନିଗୁଡା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଜଣେ ଛାତ୍ରୀ ନିଜ ଘରେ ଫାଶି ହୋଇ ଆତ୍ମହତ୍ୟା କରିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ବେସ୍‌ ଆଲୋଡ଼ନ ସୃଷ୍ଟି ହୋଇଛି। 

Suicide for Odia language ପତ୍ନୀ ଓଡ଼ିଆ ବୁଝିପାରୁନଥିବାରୁ ପତି କଲେ ଆତ୍ମହତ୍ୟା

ସୂଚନା ଅନୁଯାୟୀ ସ୍ଥାନୀୟ ଗୌଡ଼ସାହି ନୀବାସୀ ସଞ୍ଜୟ ପ୍ରଧାନଙ୍କ ଝିଅ ସ୍ମାଇଲ ପ୍ରଧାନ (୧୫ ) ଘରେ କେହି ନଥିବା ଅବସ୍ଥାରେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ।  କିଛି ସମୟ ପରେ ସ୍ମାଇଲ୍‌ଙ୍କ ପିତାମାତା ଘରକୁ ଫେରି ସ୍ମାଇଲ୍‌ ନିଜ ଓଢ଼ଣୀରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ଦେଖିଥିଲେ।  ହତବମ୍ବ ହୋଇ ମୁନିଗୁଡ଼ା ପୁଲିସକୁ ସୂଚିତ କରିଥିଲେ। 

NVS Student Suicide ଝୁଲନ୍ତା ଅବସ୍ଥାରେ ନବୋଦୟ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଖବର ପାଇ ମୁନିଗୁଡା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଳେ। ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ସ୍ମାଇଲ୍‌ର ପିତାମାତା କହିଛନ୍ତି,  ସକାଳୁ ସେମାନେ ନିଜ ଝିଅ ସହ ମିଶି ଜଳଖିଆ ଖାଇଥିଲେ।  ଏହାପରେ ସେମାନେ ବାହାରକୁ ଚାଲିଯାଇଥିଲେ। ମୁନିଗୁଡ଼ା ଥାନାର ତଦନ୍ତ ଅଧିକାରୀ କହିଛନ୍ତି, ସ୍ମାଇଲ୍‌ର ମୋବାଇଲ୍ ଫୋନ୍ ଜବତ କରାଯାଇ ଫରେନ୍‌ସିକ୍‌ ପରୀକ୍ଷଣ ନିମନ୍ତେ ପଠାଯାଇଛି। ବ୍ୟବଚ୍ଛେଦ ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.