Gas cylinder explosion: ଦୀପାବଳିରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ; ୧୦ ଜଣ ଆହତଙ୍କ ମଧ୍ୟରୁ ୭ ଗୁରୁତର

1 hour ago 1
ARTICLE AD BOX

ପୁରୀ (ଶିବ ପ୍ରସାଦ ଦାସ): ଆଲୋକର ପର୍ବ ଦୀପାବଳିରେ ଗାଁଠୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଉତ୍ସବର ମାହୋଲ ଦେଖାଯାଇଛି। ସହରାଞ୍ଚଳରେ ସନ୍ଧ୍ୟା ପରଠାରୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବାଣ ଫୁଟୁଛି। ଆକାଶରେ ‌ଢୋଲ ବାଜିଲା ଭଳି ଶଦ୍ଦ ହେଉଛି। ଏହାରି ମଧ୍ୟରେ ଆଜି ରାତିରେ ପୁରୀରେ ଏକ ବଡ଼ ଅଘଟଣ ଘଟିଛି। ବାଣ ଫୁଟାଇବା ବେଳେ ଦୀପ ନିଆଁରୁ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏହି ଅଭାବନୀୟ ଘଟଣାରେ ୧୦ରୁ ଅଧିକ ଲୋକ ଆହତ ଅଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଅଛନ୍ତି।

ରିପୋର୍ଟ ଅନୁସାରେ ଆଜି ସନ୍ଧ୍ୟାରେ ବଳିଆପଣ୍ଡା ମଦନ ଭିଲା ପଛ ପଟେ ଦିଲ୍ଲୀପ ସିଂହଙ୍କ ଘରେ ଏହି ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏଥିରେ ପ୍ରାୟ ୧୦ ଜଣ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ୭ଜଣ ଗୁରୁତର ଥିବା ଜଣାଯାଇଛି, ଯେଉଁଥିରେ ସଞ୍ଜୀବ ସରକାର ମଧ୍ୟ ଅଛନ୍ତି। ସଂଜୀବଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। 

Accident: ନିୟନ୍ତ୍ରଣ ହରାଇଲା ମୃତଦେହ ନେଇ ଯାଉଥିବା ଆମ୍ବଲାନ୍ସ, ୩ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ଏହି ଅପ୍ରୀତିକର ଘଟଣାର ଶିକାର ହୋଇଥିବା ଅନ୍ୟ ଗୁରୁତରମାନେ ହେଲେ ସରସ୍ୱତୀ ଦେବନାଥ, ଲୋକନାଥ ବିଶ୍ୱାସ, ଅନୁକୂଳ ବିଶ୍ୱାସ, ଦିଲ୍ଲୀପ ସିଂହ, ତ୍ରିନାଥ ରେଡ୍ଡୀ, ଜଗନ୍ନାଥ ବଳିଆରସିଂ। ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ବଳିଆପଣ୍ଡା ଓ କୁମ୍ଭାରପଡ଼ା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.