Ganjam Collectorate incident ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ, କେହି ନଶୁଣିବାରୁ କୀଟନାଶକ ପିଇଦେଲେ

4 days ago 4
ARTICLE AD BOX

ଛତ୍ରପୁର:  ଗଞ୍ଜାମଜିଲ୍ଲା ସଦରମହକୁମା ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି (ମଙ୍ଗଳବାର) ସନ୍ଧ୍ୟାରେ ଜଣେ ବ୍ୟକ୍ତି କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

Poison: ପ୍ରଶାସନ ସାମନାରେ ବିଷ ପିଇଲେ ଦୋକାନୀ: ଜବରଦଖଲ ଉଚ୍ଛେଦ ବେଳେ ଅଘଟଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ବୁଗୁଡ଼ା ବ୍ଲକ୍ ଗୌଡ଼ସିଙ୍ଗିପୁର ଗ୍ରାମର ଜଗବନ୍ଧୁ ପ୍ରଧାନ ଜମିଜମା ଓ କ୍ଷତିପୂରଣ ସମ୍ପର୍କିତ ଏକ ମାମଲାରେ ଜଣେ ରାଜସ୍ବ ନିରୀକ୍ଷକ ତାଙ୍କୁ ହଇରାଣ କରୁଥିବା ନେଇ ସେ ଅଭିଯୋଗ କରିଆସୁଥିଲେ। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି କୌଣସି ସୁଫଳ ମିଳୁ ନଥିଲା।

Farmer drinks poison: ଫାଣ୍ଡି ଭିତରେ ବିଷ ପିଇଲେ ଚାଷୀ: ମୋବାଇଲ୍‌ରେ ରେକର୍ଡ କଲେ ପୁଲିସ କର୍ମଚାରୀ

ଅନ୍ୟ ବିକଳ୍ପ ନପାଇ ସେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଦିନତମାମ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ଜିଲ୍ଲାପାଳ କିମ୍ବା ଅନ୍ୟ କୌଣସି ଅଧିକାରୀ ତାଙ୍କୁ ଦେଖା ନକରିବାରୁ ସନ୍ଧ୍ୟା ପ୍ରାୟ ୭ଟାରେ ନିଜ ବ୍ୟାଗ୍‌ରୁ କୀଟନାଶକ ଔଷଧ ବାହାର କରି ପିଇଦେଇଥିଲେ। 

Young Man Self: ଘରୋଇ କଳହ ନେଇ ବିଷ ପିଇଲେ ଯୁବକ

କାର୍ଯ୍ୟାଳୟରେ ଥିବା କିଛି କର୍ମଚାରୀ ଓ ଅନ୍ୟ ବ୍ୟକ୍ତି ତାଙ୍କୁ ତୁରନ୍ତ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିବା ସହ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ଜଗବନ୍ଧୁଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.