ARTICLE AD BOX
ପୁରୀ: ପୁରୀରେ ବିପୁଳ ପରିମାଣର ଗଞ୍ଜେଇ ସହ ପୁଳା ପୁଳା ଟଙ୍କା ଜବତ ହୋଇଛି | ପୁରୀର ଗୋପାଳପୁରରେ ଚଢ଼ାଉ ବେଳେ ବସ୍ତା ବସ୍ତା ଗଞ୍ଜେଇ ଜବତ ହୋଇଥିବାବେଳେ ଧୀରେ ଧୀରେ ଗୁମର ଖୋଲିବାରେ ଲାଗିଛି | ବେଆଇନ ଭାବରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୁଲିସ୍ । ଏହି ଦୁଇ ଅଭିଯୁକ୍ତ ନିଜ ଘର ସହ ଭଡା ଘରେ ଟଙ୍କା ସହ ବିପୁଳ ପରିମାଣର ଗଞ୍ଜେଇ ଭର୍ତ୍ତି କରି ରଖିଥିବା ସୂଚନା ମିଳିଛି |
ଆହୁରି ପଢନ୍ତୁ: Sonia Gandhi: ସୋନିଆ ଗାନ୍ଧୀଙ୍କ ମେମୋଏର୍ ଛାପିବ ହାର୍ପରକଲିନ୍ସ
ପ୍ରଥମ ପର୍ଯ୍ୟାୟରେ ପୁରୀ ପେଣ୍ଠକଟା ମେରାଇନ ଥାନା ପୁଲିସ୍ ଗୋପାଳପୁରରେ ଚଢ଼ାଉବେଳେ କ୍ଵିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ଦୁଇ ମାଫିଆଙ୍କୁ ଧରିଥିଲା | ୫୬ ବର୍ଷୀୟ ପୁରୀ ଟିକରପଡାର କାର୍ତ୍ତିକ ସାମନ୍ତରାୟ ଓ ପୁରୀ ସିଦ୍ଧମହାବୀରର ୫୫ ବର୍ଷୀୟ ଦେବେନ୍ଦ୍ର କୁମାର ସାହୁ ପୁଲିସ ଆଗରେ ବେଆଇନ୍ ଗଞ୍ଜେଇ ରଖିଥିବା କଥା ସ୍ୱୀକାର କରିଥିଲେ । ଏବେ ସେମାନଙ୍କଠାରୁ ସୂଚନା ପାଇବା ପରେ ଏକାଧିକ ଟିମ୍ କରି ଏକାଧିକ ଜାଗାରେ ପୁଲିସ ଚଢ଼ାଉ ଜାରି ରଖିଛି ।

1 hour ago
1


