ARTICLE AD BOX
/sambad/media/media_files/2026/09/04/1979260-mrunal-jain-krishna-2026-09-04-10-37-22.jpeg)
1/15
ମୃଣାଳ ଜୈନ
୨୦୦୮ ମସିହାରେ ପ୍ରସାରିତ ଧାରାବାହିକ ‘କାହାଣୀ ହମାରାୟ ମହାଭାରତକି’ରେ ମୃଣାଳ ଜୈନ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ।
/sambad/media/media_files/2026/09/04/1979259-vishal-karwal-krishna-2026-09-04-10-42-30.jpeg)
2/15
ବିଶାଲ କରୱାଲ
ପୂର୍ବତନ ରିଆଲିଟି ଟିଭି ଷ୍ଟାର୍ ତଥା ଟେଲିଭିଜନ୍ ଅଭିନେତା ବିଶାଲ କରୱାଲ ୨୦୧୧ରେ ପ୍ରସାରିତ ‘ଦ୍ୱାରକାଧୀଶ ଭଗବାନ ଶ୍ରୀକୃଷ୍ଣ’ ଧାରାବାହିକରେ ଅଭିନୟ କରିଥିଲେ। ଏଥିରେ ଶ୍ରୀକୃଷ୍ଣଙ୍କ ଭୂମିକାରେ ତାଙ୍କ ଅଭିନୟକୁ ଦର୍ଶକମାନେ ବେଶ ପ୍ରଶଂସା କରିଥିଲେ।
/sambad/media/media_files/2026/09/04/krishna-2026-09-04-10-42-52.jpeg)
3/15
ଭି. ରବିଚନ୍ଦ୍ରନ
ବରିଷ୍ଠ କନ୍ନଡ଼ ଅଭିନେତା ଭି. ରବିଚନ୍ଦ୍ରନ ୨୦୧୯ର ଐତିହାସିକ ମହାକାବ୍ୟ ଭିତ୍ତିକ ଚଳଚ୍ଚିତ୍ର ‘କୁରୁକ୍ଷେତ୍ର’ରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ।
/sambad/media/media_files/2026/09/04/1979257-swwapnil-joshi-krishna-2026-09-04-10-43-09.jpeg)
4/15
ସ୍ୱପ୍ନିଲ ଯୋଶୀ
ରାମାନନ୍ଦ ସାଗରଙ୍କ ଆଇକନିକ୍ ୧୯୯୩ ମସିହାର ଟିଭି ଧାରାବାହିକ ‘ଶ୍ରୀକୃଷ୍ଣ’ରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ ପାଇଁ ସ୍ୱପ୍ନିଲ ଯୋଶୀ ଆଜି ମଧ୍ୟ ଦର୍ଶକଙ୍କ ମନରେ ସ୍ମରଣୀୟ ଅଛନ୍ତି।
/sambad/media/media_files/2026/09/04/1979256-sumedh-mudgalkar-krishna-2026-09-04-10-43-27.jpeg)
5/15
ସୁମେଧ ମୁଦଗଲକର
୨୦୧୮ରେ ପ୍ରସାରିତ ଧାରାବାହିକ ‘ରାଧାକୃଷ୍ଣ’ରେ ସୁମେଧ ମୁଦଗଲକର କହ୍ନେୟା ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଆକର୍ଷଣୀୟ ଅଭିନୟ ଓ ନିରୀହ ଭାବଭଙ୍ଗୀ ଦର୍ଶକଙ୍କ ମନ ଜିଣି ନେଇଥିଲା।
/sambad/media/media_files/2026/09/04/1979255-saurabh-raj-jain-krishna-2026-09-04-10-43-43.jpeg)
6/15
ସୌରଭ ରାଜ ଜୈନ
ଟେଲିଭିଜନ୍ ଅଭିନେତା ସୌରଭ ରାଜ ଜୈନ ୨୦୧୩ରେ ପ୍ରସାରିତ ‘ମହାଭାରତ’ ଧାରାବାହିକରେ ଶ୍ରୀକୃଷ୍ଣଙ୍କ ଭୂମିକାରେ ନିଜର ଦମଦାର ଅଭିନୟ ଜରିଆରେ ଘରେ ଘରେ ପରିଚିତ ହୋଇଥିଲେ।
/sambad/media/media_files/2026/09/04/1979254-sarvadaman-banerjee-krishna-2026-09-04-10-44-05.jpeg)
7/15
ସର୍ବଦମନ ବାନାର୍ଜୀ
ସର୍ବଦମନ ବାନାର୍ଜୀ ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ ‘ଶ୍ରୀକୃଷ୍ଣ’ (୧୯୯୩)ରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଶାନ୍ତ, ସୌମ୍ୟ ଓ ଗମ୍ଭୀର ଉପସ୍ଥିତି ପାଇଁ ତାଙ୍କ ଅଭିନୟ ବେଶ୍ ପ୍ରଶଂସିତ ହୋଇଥିଲା।
/sambad/media/media_files/2026/09/04/1979253-salim-ghouse-krishna-2026-09-04-10-44-19.jpeg)
8/15
ସଲିମ ଘାଉସ
ଅଭିନେତା ସଲିମ ଘାଉସ ଶ୍ୟାମ ବେନେଗାଲଙ୍କ ପ୍ରସିଦ୍ଧ ଐତିହାସିକ ଧାରାବାହିକ ‘ଭାରତ ଏକ ଖୋଜ’ (୧୯୮୮)ରେ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଧାରାବାହିକର ୫ମ ଓ ୬ଷ୍ଠ ଅଧ୍ୟାୟରେ ମହାଭାରତର ପ୍ରଥମ ଓ ଦ୍ୱିତୀୟ ଭାଗରେ ସେ ଶ୍ରୀକୃଷ୍ଣ ଭୂମିକାରେ ନଜର ଆସିଥିଲେ।
/sambad/media/media_files/2026/09/04/1979252-pawan-kalyan-krishna-2026-09-04-10-44-27.jpeg)
9/15
ପବନ କଲ୍ୟାଣ
ତେଲୁଗୁ ସିନେମାର ସୁପରଷ୍ଟାର ପବନ କଲ୍ୟାଣ ‘ଗୋପାଳା ଗୋପାଳା’ ଚଳଚ୍ଚିତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଧୁନିକ ସ୍ୱରୂପ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ହିନ୍ଦୀ ଚଳଚ୍ଚିତ୍ର ‘OMG – Oh My God!’ର ତେଲୁଗୁ ରିମେକ୍।
/sambad/media/media_files/2026/09/04/1979251-ntr-krishna-2026-09-04-10-44-41.jpeg)
10/15
ଏନ୍ଟି ରାମା ରାଓ
କିମ୍ବଦନ୍ତୀ ତଥା ପ୍ରୟାତ ଅଭିନେତା ଏନ୍ଟି ରାମା ରାଓ କେବଳ ଥରେ କିମ୍ବା ଦୁଇଥର ନୁହେଁ, ବରଂ ୧୭ଟି ଚଳଚ୍ଚିତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଉଲ୍ଲେଖନୀୟ ଚଳଚ୍ଚିତ୍ର ମଧ୍ୟରେ ‘ଶ୍ରୀକୃଷ୍ଣାର୍ଜୁନ ଯୁଦ୍ଧ’ (୧୯୬୨), ତାମିଲ୍ ଚଳଚ୍ଚିତ୍ର ‘କର୍ଣ୍ଣନ’ (୧୯୬୪) ଏବଂ ‘ଦାନା ବୀର ସୂର କର୍ଣ୍ଣ’ (୧୯୭୭) ଆଦି ରହିଛି।
/sambad/media/media_files/2026/09/04/1979250-nitish-bharadwaj-krishna-2026-09-04-10-44-52.jpeg)
11/15
ନୀତିଶ ଭରଦ୍ୱାଜ
ବରିଷ୍ଠ ଅଭିନେତା ନୀତିଶ ଭରଦ୍ୱାଜ ବି.ଆର୍. ଚୋପ୍ରାଙ୍କ ଲୋକପ୍ରିୟ ଧାରାବାହିକ ‘ମହାଭାରତ’ (୧୯୮୮)ରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଇକନିକ୍ ଭୂମିକାରେ ଅଭିନୟ କରିଥିଲେ। ଶ୍ରୀକୃଷ୍ଣଙ୍କ ଚରିତ୍ରରେ ତାଙ୍କ ଅଭିନୟ ଆଜି ବି ଦର୍ଶକଙ୍କ ମନରେ ଅମର ହୋଇ ରହିଛି।
/sambad/media/media_files/2026/09/04/1979249-mahesh-babu-krishna-2026-09-04-10-45-10.jpeg)
12/15
ମହେଶ ବାବୁ
ତେଲୁଗୁ ସୁପରଷ୍ଟାର ମହେଶ ବାବୁ ୨୦୦୦ ମସିହାର ଚଳଚ୍ଚିତ୍ର ‘ୟୁବରାଜୁ’ର ଏକ ଗୀତ ଦୃଶ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ସ୍ୱଳ୍ପ ସମୟ ପାଇଁ ବିଶେଷ ଉପସ୍ଥିତି ଦେଇଥିଲେ।
/sambad/media/media_files/2026/09/04/1979247-gemini-ganesan-krishna-2026-09-04-10-45-32.jpeg)
13/15
ଜେମିନି ଗଣେଶନ
କିମ୍ବଦନ୍ତୀ ତାମିଲ୍ ଅଭିନେତା ଜେମିନି ଗଣେଶନ ୧୯୪୮ ମସିହାର ଭକ୍ତିଭିତ୍ତିକ ଚଳଚ୍ଚିତ୍ର ‘ଚକ୍ରଧାରୀ’ରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ।
/sambad/media/media_files/2026/09/04/1979246-dhriti-bhatia-krishna-2026-09-04-10-45-42.jpeg)
14/15
ଧୃତି ଭାଟିଆ
ଧୃତି ଭାଟିଆ ଟେଲିଭିଜନ୍ ଧାରାବାହିକ ‘ଜୟ ଶ୍ରୀକୃଷ୍ଣ’ରେ ଶିଶୁ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ନିଷ୍ପାପ ଅଭିନୟ ଓ ଆକର୍ଷଣୀୟ ଅଭିବ୍ୟକ୍ତି ଦର୍ଶକଙ୍କ ଭଲପାଇବା ସାଉଁଟିଥିଲା।
/sambad/media/media_files/2026/09/04/1979245-akshay-kumar-krishna-2026-09-04-10-45-57.jpeg)
15/15
ଅକ୍ଷୟ କୁମାର
ବଲିଉଡ୍ର ସୁପରଷ୍ଟାର ଅକ୍ଷୟ କୁମାର ‘ଓଏମ୍ଜି: ଓ ମାଇ ଗଡ୍!’ ଚଳଚ୍ଚିତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଏହି ଭୂମିକା ଦର୍ଶକଙ୍କ ମନକୁ ଛୁଇଁଥିଲା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍ ପ୍ରଶଂସିତ ହୋଇଥିଲା।

1 hour ago
2


