ARTICLE AD BOX
ନୂଆଦିଲ୍ଲୀ: କେରଳଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନର ଜଣେ ବସ୍ ଡ୍ରାଇଭରଙ୍କ ଅବସର ନେବାର ଭାବପ୍ରବଣ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରାୟ ୧ ମିନିଟ ଏହି ଭିଡିଓରେ ଡ୍ରାଇଭର ଜଣକ ବସର ଷ୍ଟିଅରିଂକୁ ଚୁମ୍ବନ କରିବା ସହ ଗାଡ଼ିକୁ ସାଲ୍ୟୁଟ୍ କରୁଥିବା ଦେଖିବାକୁ ମିଳିଛି। ଏହାପରେ ସେ ବସ୍ର ଚାରିଟି ଚକକୁ ଛୁଇଁ ନମସ୍କାର କରୁଛନ୍ତି। ଶେଷରେ ବସ୍ ସାମ୍ନାରେ ଠିଆ ହୋଇ ଅନ୍ତିମ ବିଦାୟ ଦେବାବେଳେ ତାଙ୍କ ଆଖିରୁ ଧାରଧାର ହୋଇ ଝରି ଆସିଥିଲା ଲୁହ ।
କେରଳର କେଉଁଠି ଓ କେବେର ଭିଡିଓ?
ରିପୋର୍ଟ ଅନୁସାରେ, ଏହି ଭିଡିଓ ୨୦୨୬ ସେପ୍ଟେମ୍ବର ୨ରେ ଇଡୁକ୍କି ଜିଲ୍ଲାର କୁମିଲି ଡିପୋରେ ସୁଟ୍ କରାଯାଇଥିଲା। ବସ ଚାଳକ ପଲ୍ କୁରିୟନଙ୍କ ଚାକିରିର ଏହା ଥିଲା ଶେଷ ଦିନ। ଡ୍ୟୁଟି ସରିବା ପରେ ସେ ବସ୍ଟିକୁ ପାର୍କିଂ କରି ତାକୁ ଅନ୍ତିମ ବିଦାୟ ଦେଇଥିଲେ। ବର୍ଷ ବର୍ଷ ଧରି ଯେଉଁ ବସ୍ର ଷ୍ଟିଅରିଂ ଧରି ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟରେ ପହଞ୍ଚାଇଥିଲେ, ଅବସର ଦିନ ସେହି ବସ୍କୁ ଛାଡ଼ିବା କୁରିୟନଙ୍କ ପାଇଁ ସହଜ ନଥିଲା। ତାଙ୍କ ପାଇଁ ଏ ମୁହୂର୍ତ୍ତ କେତେ ଭାବପ୍ରବଣ ଥିଲା ତାହା ଭାଇରାଲ ହୋଇଥିବା ଭିଡିଓରେ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।
It happens only in India.
For some, a profession is more than a job, it becomes a part of life. Respect to Paul Kurian for this unforgettable farewell.
KSRTC Driver bid a tearful farewell to the bus before retirement. pic.twitter.com/s2qIFJpOtH
ସୋସିଆଲ ମିଡିଆରେ ଛୁଟିଲା ପ୍ରଶଂସା
କୁରିୟନଙ୍କ ଏହି ଭାବପ୍ରବଣ ବିଦାୟ ଭିଡିଓ ଲୋକଙ୍କ ହୃଦୟ ଛୁଇଁଛି। ଅନେକ ଲୋକ ତାଙ୍କ କର୍ତ୍ତବ୍ୟ ପ୍ରତି ଥିବା ସମର୍ପଣ ଓ ବସ୍ ପ୍ରତି ଭଲପାଇବାକୁ ପ୍ରଶଂସା କରିଛନ୍ତି।

56 minutes ago
1


