Ganja Seized: ରାଜଧାନୀରୁ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

1 hour ago 1
ARTICLE AD BOX

ଭୁବନେଶ୍ୱର: ରାଜଧାନୀରେ ଚାଲିଛି ଅବକାରୀ ବିଭାଗର ଚଢ଼ାଉଅବକାରୀକମିସନରଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରରେ ସ୍ୱତନ୍ତ୍ର ଚଢ଼ାଉ ଜାରି ରହିଛି । ରାଜଧାନୀ ଦେଇ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବାରୁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ କଡ଼ା ନଜର ରଖାଯାଉଛି । ଗତକାଲି ସନ୍ଧ୍ୟାରେ ତମାଣ୍ଡୋ ଅଞ୍ଚଳରେ ଟିମ୍ ଡେରା ପକାଇ ଥିବାବେଳେ ସନ୍ଦେହଜନକ ଏକ ଟ୍ରକ୍‌କୁ ପିଛା କରି ଆଚାର୍ଯ୍ୟବିହାର ଛକରେ ଅଟକାଇଥିଲା। ଯାଞ୍ଚ ବେଳେ ଟ୍ରକ୍‌ରୁ ୬୦ ଲକ୍ଷ ଟଙ୍କା ମୂଲ୍ୟର ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ଡ୍ରାଇଭର ଶ୍ରୀକାନ୍ତ ପ୍ରଧାନ, ମିଥୁନ ବେହେରା ଓ ସ୍ମୃତିରଞ୍ଜନଙ୍କୁ ଗିରଫ କରାଯାଇଛି ।ସେମାନଙ୍କ ମଧ୍ୟରୁ ଦୁଇଜଣ ନୟାଗଡ଼ ଦଶପଲ୍ଲା ଅଞ୍ଚଳର ଓ ଜଣେ ଖୋର୍ଦ୍ଧା ଦିଗିରିଆର ବୋଲି ଜଣାପଡ଼ିଛି ।

ଗାଡ଼ି ମାଲିକଙ୍କ କଲ୍ ଡିଟେଲ୍ସ ଯାଞ୍ଚ କରାଯାଉଛି

ଗାଡ଼ି ମାଲିକଙ୍କ କଲ୍ ଡିଟେଲ୍ସ ଯାଞ୍ଚ କରାଯାଉଥିବାବେଳେ, ଏହି ଚାଲାଣରେ ଯେଉଁମାନଙ୍କ ସମ୍ପୃକ୍ତି ଥିବ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ବିଭାଗ କହିଛି । କନ୍ଧମାଳରୁ ଏହି ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିଲା । ପରେ ଏହାକୁ ଛୋଟ ଛୋଟ ଗାଡ଼ିରେ ବିଭିନ୍ନ ସ୍ଥାନକୁ ପଠାଇବାର ଯୋଜନା ଥିଲା । ଗଞ୍ଜେଇ ଚୋରାଚାଲାଣର ନୂଆ ନୂଆ କୌଶଳକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଯାନବାହନ ଉପରେ ସ୍ୱତନ୍ତ୍ର ନଜର ରହିଛି ।

Body Recovered: ରତିପାଲି ପୋଖରୀରୁ ଯୁବକଙ୍କ ଶବ ଉଦ୍ଧାର

Read Entire Article
LEFT SIDEBAR AD

Hidden in mobile, Best for skyscrapers.