Ganja Seized in Sonepur ଧରାପଡ଼ିଲା ୧୨.୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ, ଫେରାର୍‌‌ ହୋଇଗଲେ ମାଫିଆ

1 hour ago 2
ARTICLE AD BOX

ସୋନପୁର: “ନିଶାମୁକ୍ତ ଓଡ଼ିଶା ଅଭିଯାନ”ରେ ସୋନପୁର ପୁଲିସକୁ ଏକ ବଡ ସଫଳତା ମିଳିଛି। ସୁବଳୟା ଥାନା ପୁଲିସ ଟିମ୍‌ ଚଢ଼ାଉ କରି ଏକ ଟ୍ରକରୁ ୧୨.୫ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୩ କୋଟି ଟଙ୍କା ହେବ।

Ganja Smuggling: କ୍ଷୀର ବୋଝେଇ ବାଇକରେ ଗଞ୍ଜେଇ ଚାଲାଣ: ଦୁଇ ବାଇକ ଜବତ, ୩ ଗିରଫ

ସୁବଳୟା ଥାନା ଅଞ୍ଚଳରେ ଏକ ଟ୍ରକ ଯୋଗେ ବେଆଇନ ଭାବେ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ ପୁଲିସ ଟିମ୍ ପକ୍ଷରୁ ତତକ୍ଷଣାତ୍ ଯୋଜନା କରାଯାଇଥିଲା। ପୁଲିସର ଉପସ୍ଥିତିକୁ ଜାଣିପାରି ଟ୍ରକ ଚାଳକ ଏବଂ ଅନ୍ୟାନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ପୁଲିସ ଟ୍ରକକୁ ଜବତ କରିବା ସହ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ତନାଘନା ଜାରି ରଖିଛି। 

Ganja seized: ଘାଟି ରାସ୍ତାରେ ଖସୁଥିଲା ଗଂଜେଇ ବୋଝେଇ ପିକ୍‌ଅପ୍‌, ମାଡ଼ି ବସିଲା ପୁଲିସ

ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ସୁବଳୟା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ଏହି ନିଶା କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ganja seizure Odisha ବେଲପାହାଡ଼ ପୁଲିସର ଧରପଗଡ଼, ଗଞ୍ଜେଇ ଜବତ, ଜଣେ ଗିରଫ

ସୋନପୁର ପୋଲିସର ଏହି ଉଲ୍ଲେଖନୀୟ ସଫଳତାକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଏହି ବଡ଼ ସଫଳତା ପାଇଁ ସୋନପୁର ଏସ.ପି. ଶ୍ରୀ ନାରାୟଣ ନାୟକ ଏବଂ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.