ARTICLE AD BOX
ମେଷ: ପରିବାର ମଧ୍ୟରେ ଆନନ୍ଦଉଲ୍ଲାସ ଦେଖାଦେବ। ସ୍ବାଦିଷ୍ଠ ଭୋଜନର ଆନନ୍ଦ ନେବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଆପଣ କୌଣସି ଜରୁରୀ କାମରେ ସଫଳତା ପାଇବେ।
/sambad/media/post_attachments/sites/default/files/2026/09/26/1984617-1-3-5-599087.jpg)
ବୃଷ: ଦିନଟି ରଚାନାତ୍ମକ କାର୍ଯ୍ୟରେ ବିତିବ। ସମ୍ଭବ ହେଲେ ଆପଣଙ୍କ କାମ ସନ୍ଧ୍ୟା ପୂର୍ବରୁ ସମାପ୍ତ କରିନିଅନ୍ତୁ। ପ୍ରିୟଜନଙ୍କୁ ହୃଦୟର କଥା କହନ୍ତୁ ମନକୁ ଶାନ୍ତି ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ।
/sambad/media/post_attachments/sites/default/files/2026/09/26/1984616-2-3-767498.jpg)
ମିଥୁନ: ବନ୍ଧୁ ପରାମର୍ଶରେ ବ୍ୟବସାୟ ଆରମ୍ଭ କରିବା ପାଇଁ ମନସ୍ଥ କରିବେ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ। ଚାକିରିରେ ଉନ୍ନତି ଯୋଗ ଅଛି। ସ୍ବାସ୍ଥ୍ୟରେ ସୁରକ୍ଷା ପାଇଁ ଯୋଗାସନ କରନ୍ତୁ।
/sambad/media/post_attachments/sites/default/files/2026/09/26/1984615-3-3-878080.jpg)
କର୍କଟ: ଆପଣ ଏହି ଜିନିଷକୁ ମହତ୍ବ ଦିଅନ୍ତୁ ଯାହା ଆପଣଙ୍କ ଲାଗି ମହତ୍ବପୂର୍ଣ୍ଣ। ପରିବାର, କାମ ଓ ବନ୍ଧୁ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଖେଳାଳୀମାନେ ପ୍ରତିଯୋଗିତାରେ ଭଲ କରିବେ।
/sambad/media/post_attachments/sites/default/files/2026/09/26/1984614-4-3-229600.jpg)
ସିଂହ: ଶାନ୍ତ ରହି ନିଜର ପ୍ରାଥମିକତାକୁ ପ୍ରଥମେ ଚୟନ କରନ୍ତୁ। ସରକାରୀ ଚାକିରିଆଙ୍କର ଅଫିସରେ କାମର ବୋଝ ଅଧିକ ରହିବ। ଜୀବନସାଥୀ ସହିତ ପୂର୍ବ କଥାକୁ ନେଇ ବଚସା ହୋଇପାରେ।
/sambad/media/post_attachments/sites/default/files/2026/09/26/1984613-5-3-398876.jpg)
କନ୍ୟା: ନିଜର ଆର୍ଥିକ ସ୍ଥିତିକୁ ଦେଖି ଭବିଷ୍ୟତ ଲାଗି ଯୋଜନା କରନ୍ତୁ। ବ୍ୟବସାୟକୁ ସୁଦୂରରେ ବିସ୍ତାର କରିବା ଲାଗି ଭାବିବେ। ସଙ୍ଗୀତ କ୍ଷେତରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।
/sambad/media/post_attachments/sites/default/files/2026/09/26/1984612-6-3-648635.jpg)
ଆହୁରି ପଢ଼ନ୍ତୁ- Supreme Court: ସ୍କୁଲରେ ସକାଳ ପ୍ରାର୍ଥନା ସମୟରେ ସମ୍ବିଧାନର ପ୍ରସ୍ତାବନା ପାଠ କରିବା ପାଇଁ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ତୁଳା: ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ। ବିଦେଶରେ ଯାଇ ଚାକିରି କରବାକୁ ଚାହୁଥିବା ବ୍ୟକ୍ତିମାନେ ଶୁଭ ଖବର ପାଇବେ। ଖେଳାଳୀମାନେ ପୁରସ୍କୃତ ହେବେ।
/sambad/media/post_attachments/sites/default/files/2026/09/26/1984611-7-3-389196.jpg)
ବିଛା: ଆପଣଙ୍କର ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହ ମିଶିବେ ତାଙ୍କ ମାଧ୍ୟମରେ ଭବିଷ୍ୟତରେ ଲାଭ ପାଇବେ। ଡାକ୍ତରଙ୍କର ସମାଜରେ ନାମ ଉଚ୍ଚା ରହିବ।
/sambad/media/post_attachments/sites/default/files/2026/09/26/1984610-8-3-709820.jpg)
ଧନୁ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନହେଲେ ଆସୁଥିବା ସୁଯୋଗ ହାତଛଡ଼ା କରିବସିବେ। ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା। ଜୀବନସାଥୀ ସହିତ ସମୟ ଅତିବାହିତ କରିବେ।
/sambad/media/post_attachments/sites/default/files/2026/09/26/1984609-9-3-952398.jpg)
ମକର: ଲେଖକ ଓ କଳାକାରଙ୍କ ଲାଗି ଦିନଟି ବହୁତ ଭଲ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ। ପାରିବାରିକ ଜୀବନ ଶାନ୍ତିମୟ ହେବ।
/sambad/media/post_attachments/sites/default/files/2026/09/26/1984608-10-3-730626.jpg)
କୁମ୍ଭ: ଶାରୀରିକ ଓ ମାନସିକ ରୂପେ ଠିକ୍ ରହିବେ। ଆପଣଙ୍କ କାମର ପ୍ରଶଂସା ହୋଇପାରେ। ସରକାରୀ ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହେବ। ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ।
/sambad/media/post_attachments/sites/default/files/2026/09/26/1984607-11-3-332998.jpg)
ମୀନ: ଆପଣଙ୍କ ବିଚାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବା ପାଇଁ ଚେଷ୍ଟା କରନ୍ତୁ। ବେପାରରେ ଅନ୍ୟମାନଙ୍କ ସହିତ ସଂପର୍କ ବନାନ୍ତୁ ଲାଭପ୍ରଦ ହେବ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ।
/sambad/media/post_attachments/sites/default/files/2026/09/26/1984607-11-3-720081.jpg)

1 hour ago
1


