ARTICLE AD BOX
ଗଣେଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ ପରିସରରେ ଷ୍ଟାର୍ଟଅପ୍ ସ୍ପ୍ରିଣ୍ଟ ଶୀର୍ଷକ ଏକ ଉଦ୍ୟମିତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଟେକ୍, ଡିପ୍ଲୋମା ଇଞ୍ଜିନିୟରିଂ, ଏମ୍ବିଏ ଓ ଏମ୍ସିଏର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଓ ଅଧ୍ୟାପକଅଧ୍ୟାପିକା ଅଂଶଗ୍ରହଣ କରିଥିଲେ
/sambad/media/media_files/2026/09/20/20bbs_115_20092026_112-2026-09-20-23-25-17.jpg)
ଭୁବନେଶ୍ବର: ଗଣେଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ ପରିସରରେ ଷ୍ଟାର୍ଟଅପ୍ ସ୍ପ୍ରିଣ୍ଟ ଶୀର୍ଷକ ଏକ ଉଦ୍ୟମିତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଟେକ୍, ଡିପ୍ଲୋମା ଇଞ୍ଜିନିୟରିଂ, ଏମ୍ବିଏ ଓ ଏମ୍ସିଏର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଓ ଅଧ୍ୟାପକଅଧ୍ୟାପିକା ଅଂଶଗ୍ରହଣ କରିଥିଲେ। ସ୍ବାବଲମ୍ବୀ ଓଡ଼ିଶାର ଅଧ୍ୟକ୍ଷ ସଦାଶିବ ମିଶ୍ର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜେଶ କୁମାର ପଟ୍ଟନାୟକ, ଉଦ୍ୟୋଗୀ ଅଭିଜିତ ଚୌଧୁରୀ, ସମାଜସେବୀ ରୋଜାଲିନ ପାଟ୍ଟଶାଣୀ ମିଶ୍ର ଓ ଉଦ୍ୟୋଗୀ ଅଙ୍କାକ୍ଷା ରାଉତ କର୍ମଶାଳାରେ ଯୋଗଦେଇଥିଲେ। କର୍ମଶାଳାର ଏକ ପ୍ରମୁଖ ବାର୍ତ୍ତା ଥିଲା ‘ଚାକିରି ଖୋଜୁଥିବା ବ୍ୟକ୍ତି ଅପେକ୍ଷା ଚାକିରି ସୃଷ୍ଟି କରୁଥିବା ଉଦ୍ୟୋଗୀ ହେବା’। ଗଣେଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସର ନିର୍ଦ୍ଦେଶକ ଡ. ସୁବ୍ରତ ପ୍ରସନ୍ନ ମିଶ୍ର ଉଦ୍ଘାଟନୀ ଅଭିଭାଷଣ ଦେଇଥିଲେ। ପ୍ରଫେସର ରଶ୍ମିରଞ୍ଜନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 hours ago
1


