Galle Test: ଗଲ୍‌ ଟେଷ୍ଟ: ବିଜୟ ଆଶାରେ ଭାରତ

9 hours ago 5
ARTICLE AD BOX

ଗଲ୍‌: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଶନିବାରଠୁ ଗଲ୍‌ରେ ଆରମ୍ଭ ହେବ। ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ନିଜ ସ୍ଥାନ ଦୃଢ଼ କରିବା ଲାଗି ପଞ୍ଚମରେ ଥିବା ଭାରତ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ। ଏହି ଶୃଙ୍ଖଳା ଫଳାଫଳ ମଧ୍ୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ନାଲିବଲ୍‌ ଭବିଷ୍ୟତ ନିର୍ଭର କରିବ। ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ଧଳାବଲ୍‌ କ୍ରିକେଟ୍‌ରେ ଭଲ କରିଆସୁଛି। ଚାମ୍ପିଅନ୍ସ ଟ୍ରଫି, ଏସିଆ କପ୍‌ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିଛି। ହେଲେ ଟେଷ୍ଟରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାଠୁ ମୂଳପୋଛ ପରାଜୟ ବରଣ କରିଛି। ଯାହା ଫଳରେ ଡବ୍‌ଲ୍ୟୁଟିସି ଫାଇନାଲରେ ପହଞ୍ଚିବାର ବାଟକୁ କଠିନ କରିଛି। ଦଳର ବିଫଳତା ଲାଗି ଦୁଇଜଣ ସହକାରୀ ପ୍ରଶିକ୍ଷକ ଓ ଜଣେ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ବିଦାୟ ନେଇଥିବାରୁ ଗମ୍ଭୀରଙ୍କ ଉପରେ ମଧ୍ୟ ଖଣ୍ଡା ଝୁଲୁଛି।

BSNL's big decision: ବିଏସ୍‌ଏନ୍‌ଏଲ୍‌ର ବଡ଼ ନିଷ୍ପତ୍ତି: ୩୫୦ ଜମି ଲିଜ୍‌ ଦେବ, ନ ହେଲେ ବିକିବ

ସ୍ପିନ୍‌ର ଦୁର୍ଗ ଗଲ୍‌
ଗଲ୍‌ର ସ୍ପିନ୍‌ ଅନୁକୂଳ ପିଚ୍‌ ଭାରତୀୟ ବ୍ୟାଟର୍‌ଙ୍କୁ ବଡ଼ ପରୀକ୍ଷାରେ ପକାଇବ। ଏହି ପଡ଼ିଆରେ ୧୯୯୮ରୁ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ୪୯ ମ୍ୟାଚ୍‌ ଖେଳି ୨୭ଟିରେ ଜିତିଛି। ଏହା କେବଳ ସ୍ପିନରଙ୍କ ପାଇଁ ସମ୍ଭବ ହୋଇପାରିଛି। ଆଗରୁ ମୁଥୟା ମୁରଲୀଧରନ ଓ ରଙ୍ଗନା ‌ହେରାଥ୍‌ ଦଳକୁ ବିଜୟ ଦେଉଥିଲା ବେଳେ ଏବେ ଗଲ୍‌ର ସ୍ପିନ୍‌ ଦୁର୍ଗକୁ ପ୍ରବଥ ଜୟସୂରିୟା ଓ ରମେଶ ମେଣ୍ଡିସ୍‌ ବଜାୟ ରଖିଛନ୍ତି। ନ୍ୟୁଜିଲାଣ୍ଡ ସ୍ପିନର ମିଚେଲ ସାଣ୍ଟନର ଓ ଦକ୍ଷିଣ ଆଫ୍ରିକାର ସାଇମନ ହାର୍ମରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟର୍‌ ସଂଘର୍ଷ କରିଥିଲେ। ତେଣୁ ଗଲ୍‌ରେ ଶ୍ରୀଲଙ୍କା ସ୍ପିନର୍‌ଙ୍କୁ ସାମ୍ନା କରିବାରେ ବେଳେ ଭାରତୀୟ ବ୍ୟାଟର୍‌ ସଙ୍କଟରେ ପଡ଼ିବାର ଆଶଙ୍କା ରହିଛି। ୨୦୧୭ରେ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ ଶେଷ ଥର ଲାଗି ଶ୍ରୀଲଙ୍କା ଗସ୍ତ କରି ୩-୦ରେ ଶୃଙ୍ଖଳା ଜିତିଥିଲା। ଏଥର ଯୁବ ଅଧିନାୟକ ଶୁବମନ ଗିଲ୍‌ଙ୍କ ନେତୃତ୍ବରେ କିଛି ଅଭିଜ୍ଞ ଓ ନବାଗତ ଖେଳାଳିଙ୍କୁ ନେଇ ଦଳ ଶ୍ରୀଲଙ୍କା ଯାତ୍ରା କରିଛି। ଶୃଙ୍ଖଳା ପୂର୍ବରୁ ଖେଳିଥିବା ଅଭ୍ୟାସ ମ୍ୟାଚ୍‌ ଭାରତ ଜିତିଥିଲା। ହେଲେ ଋଷଭ ପନ୍ତ ଓ ଧ୍ରୁବ ଜୁରେଲ ବ୍ୟାଟିଂରେ ଭଲ କରିପାରି ନଥିଲେ। ତଥାପି ସାଇ ସୁଦର୍ଶନଙ୍କ ସ୍ଥାନରେ ସାମିଲ ହୋଇଥିବା ସର୍ଫରାଜ ଖାନଙ୍କୁ ପଛରେ ପକାଇ ଉଭୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ଅଧିକ ରହିଛି। ଶୀର୍ଷକ୍ରମରେ କେଏଲ୍‌ ରାହୁଲ, ଯଶସ୍ବୀ ଜୟସ୍ବାଲ ଓ ଦେବଦତ୍ତ ପଡ଼ିକଲଙ୍କଠାରୁ ଦଳ ବଡ଼ ପାଳିମାନ ଆଶା ରଖିଛି। ଶ୍ରୀଲଙ୍କା ପିଚ୍‌ରେ ଭାରତ ୩ ସ୍ପିନର୍‌ ଖେଳାଇବ ବୋଲି ବୋଲିଂ ପ୍ରଶିକ୍ଷକ ମର୍ନି ମର୍କେଲ ସୂଚନା ଦେଇଛନ୍ତି। ଫଳରେ ଅଭିଜ୍ଞ ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବଙ୍କ ସହ ମାନବ ସୂତାର ଖେଳିବା ପ୍ରାୟ ନିଶ୍ଚିତ। ଦ୍ରୁତ ବୋଲିଂରେ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣ ଚୂଡ଼ାନ୍ତ ଏକାଦଶରେ ରହିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଘରୋଇ ଦଳ ଗତ ଜୁନ୍‌-ଜୁଲାଇରେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ ଖେଳିବା ପୂର୍ବରୁ ପ୍ରାୟ ଗୋଟିଏ ବର୍ଷ ଟେଷ୍ଟ୍‌ ମ୍ୟାଚ୍‌ ଖେଳି ନଥିଲା। ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଏହି ଟେଷ୍ଟ୍‌ ଶୃଙ୍ଖଳା ୧-୦ରେ ହାରିଥିଲା ଘରୋଇ ଦଳ। ଏବେ ଅଧିନାୟକ ଧନଞ୍ଜୟ ଡି’ସିଲ୍‌ଭାଙ୍କ ଦଳ ଭାରତକୁ କିଭଳି ଚ୍ୟାଲେଞ୍ଜ ଦେଉଛି ଦେଖିବାର ଅଛି।

Plantation: ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭାରତୀୟ ସମ୍ଭାବ୍ୟ ଏକାଦଶ: ଶୁବମନ ଗିଲ (ଅଧିନାୟକ), କେଏଲ୍‌ ରାହୁଲ (ଉପଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଦେବଦତ୍ତ ପଡ଼ିକଲ, ଋଷଭ ପନ୍ତ (ୱିକେଟ୍‌କିପର), ଧ୍ରୁବ ଜୁରେଲ (ୱିକେଟ୍‌କିପର), ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମାନବ ସୂତାର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା।

ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶ: ଧନଞ୍ଜୟ ଡି’ସିଲ୍‌ଭା (ଅଧିନାୟକ), ନିଶାନ ମଦୁସ୍କା, କାମିନ୍ଦୁ ମେଣ୍ଡିସ, ଦିନେଶ ଚାନ୍ଦିମାଳ, ନି‌ରୋଶାନ ଡିକ୍‌ୱେଲା (ୱିକେଟକିପର), ପସିନ୍ଦୁ ସୂରିୟାବନ୍ଦରା, ରମେଶ ମେଣ୍ଡିସ, ପ୍ରବଥ ଜୟସୂରିୟା, ମିଲନ ରତ୍ନାୟକେ, ଅସିତ ଫର୍ଣ୍ଣାଣ୍ଡୋ, ବିଶ୍ବ ଫର୍ଣ୍ଣାଣ୍ଡୋ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.