ARTICLE AD BOX
ଭୁବନେଶ୍ୱର: ପ୍ରାୟ ଭାରତୀୟଙ୍କରୋଷେଇ ଘରେ ଅଟାର ବ୍ୟବହାର ପ୍ରତିଦିନ ହୋଇଥାଏ। ଅନେକ ସମୟରେ ଲୋକମାନେ ଅଧିକ ପରିମାଣର ଅଟା କିଣି ଆଣନ୍ତି, କିନ୍ତୁ ସଠିକ୍ ଭାବେ ନ ରଖିଲେ ସେଥିରେ ପୋକ ହେବା, ଓଦା ହୋଇଯିବା କିମ୍ବା ଖରାପ ଗନ୍ଧ ହେବା ଭଳି ସମସ୍ୟା ଦେଖାଦିଏ। ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହାଦ୍ୱାରା ଅଟା ବହୁତ ଦିନ ଧରି ସେମିତି ତାଜା ହୋଇ ରହିବ |
ଆହୁରି ପଢନ୍ତୁ :BombThreat: ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ, ବିମାନବନ୍ଦରକୁ ବୋମାରେ ଉଡ଼େଇ ଦେବାକୁ ଧମକ
୧. ଏୟାରଟାଇଟ୍ ଡବାରେ ରଖନ୍ତୁ
ଅଟା କିଣିବା ପରେ ସେହି ପ୍ୟାକେଟ୍ରେ ଦୀର୍ଘଦିନ ନରଖି, ଏକ ସଫା ଏବଂ ଭଲଭାବେ ବନ୍ଦ ହେଉଥିବା ଫୁଡ୍-ଗ୍ରେଡ୍ ପ୍ଲାଷ୍ଟିକ୍ କିମ୍ବା କାଚ ଡବାରେ ରଖନ୍ତୁ। ଏହା ଅଟାକୁ ବାହାର ପବନ ଏବଂ ଓଦା ହେବାରୁ ରକ୍ଷା କରିବା ସହ ପୋକ ହେବାକୁ ଦିଏନାହିଁ। ଡବାରେ ଅଟା ରଖିବା ପୂର୍ବରୁ ଡବାଟି ସମ୍ପୂର୍ଣ୍ଣ ଶୁଖିଲା ଅଛି କି ନାହିଁ ନିଶ୍ଚିତ କରନ୍ତୁ।
ଆହୁରି ପଢନ୍ତୁ :Donald Trump: ଡ୍ରୋନ୍ ଉପରେ ୧୦୦% ଶୁଳ୍କ ଲଗାଇଲେ ଟ୍ରମ୍ପ
୨. ସଠିକ୍ ସ୍ଥାନ ଚୟନ କରନ୍ତୁ
ଅଟା ଡବାକୁ ଏପରି ସ୍ଥାନରେ ରଖନ୍ତୁ ଯାହା ଥଣ୍ଡା, ଶୁଖିଲା ଏବଂ ଅନ୍ଧାରିଆ ହୋଇଥିବା ଆବଶ୍ୟକ | ସୂର୍ଯ୍ୟକିରଣ ଏବଂ ଅଧିକ ଖରା ଅଟାର ତାଜାପଣ ନଷ୍ଟ କରିଦିଏ। ରୋଷେଇ ଘରର ବେସିନ୍, ସିଙ୍କ୍ କିମ୍ବା ଯେଉଁଠାରେ ପାଣି ଅଧିକ ଥାଏ, ସେହିପରି ସ୍ଥାନରୁ ଅଟା ଡବାକୁ ଦୂରରେ ରଖନ୍ତୁ।
ଆହୁରି ପଢନ୍ତୁ :BRICS summit: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ନୂଆଦିଲ୍ଲୀ ଆସିବେ ଇରାନ ରାଷ୍ଟ୍ରପତି
୩. ଫ୍ରିଜ୍ରେ ରଖିପାରିବେ (ଯଦି କମ୍ ବ୍ୟବହାର କରୁଥାନ୍ତି)
ଯଦି ଆପଣ ଅଟାର ବ୍ୟବହାର କମ୍ କରୁଥାନ୍ତି କିମ୍ବା ଗୋଟିଏ ଥରରେ ଅଧିକ ଅଟା କିଣିଛନ୍ତି, ତେବେ ତାହାକୁ ଏୟାରଟାଇଟ୍ ଡବାରେ ରଖି ଫ୍ରିଜ୍ ଭିତରେ ରଖିପାରିବେ। ଫ୍ରିଜ୍ରେ ରଖିବା ସମୟରେ ଡବାଟି ଯେପରି ଭଲଭାବେ ବନ୍ଦ ରହେ ସେଥିପ୍ରତି ଦୃଷ୍ଟି ଦେବେ, ନଚେତ୍ ଅଟା ନଷ୍ଟ ହୋଇଯାଇପାରେ।
ଆହୁରି ପଢନ୍ତୁ :Donald Trump: ଡ୍ରୋନ୍ ଉପରେ ୧୦୦% ଶୁଳ୍କ ଲଗାଇଲେ ଟ୍ରମ୍ପ
୪. ଦୀର୍ଘଦିନ ପାଇଁ ଫ୍ରିଜର ବ୍ୟବହାର କରିପାରିବେ
ବହୁ ଦିନ ପର୍ଯ୍ୟନ୍ତ ଅଟା ସୁରକ୍ଷିତ ରଖିବା ପାଇଁ ଫ୍ରିଜର ବ୍ୟବହାର କରାଯାଇପାରିବ। କିନ୍ତୁ ଧ୍ୟାନ ରଖିବେ ଫ୍ରିଜରରୁ ଅଟା ଡବା ବାହାର କରିବା ମାତ୍ରେ ତାହାକୁ ଖୋଲନ୍ତୁ ନାହିଁ। ପ୍ରଥମେ ତାହାକୁ ସାଧାରଣ ତାପମାତ୍ରାକୁ ଆସିବାକୁ ଦିଅନ୍ତୁ, ତା'ପରେ ଖୋଲନ୍ତୁ। ନଚେତ୍ ବାହାର ପବନ ବାଜି ଅଟା ଓଦା ହୋଇଯିବ।

23 hours ago
4


