Free toilets: ଦେୟଯୁକ୍ତ ହେବ ‌ମାଗଣା ଶୌଚାଳୟ: ମୁଣ୍ଡପିଛା ୫ ଟଙ୍କା ପରିସ୍ରାଗାର ଦେୟମୁକ୍ତ

1 hour ago 1
ARTICLE AD BOX

ଭୁବନେଶ୍ବର: କୋଭିଡ୍‌ ପରଠୁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ସବୁ ଶୌଚାଳୟ ଦେୟମୁକ୍ତ କରାଯାଇଥିଲା। ଲୋକେ ମାଗଣାରେ ଶୌଚାଳୟ ବ୍ୟବହାର କରିଆସୁଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଚିଠି ପରେ ସବୁ ଶୌଚାଳୟକୁ ଦେୟଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ବିଏମ୍‌ସି। ମୁଣ୍ଡପିଛା ୫ ଟଙ୍କା ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। କର୍ପୋରେସନ୍‌ ବି ଏଥିରେ ମୋହର ମାରିଛି। ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ମାସେ ଏହି ବ୍ୟବସ୍ଥା ଲାଗୁ ହେବ। ସଫଳ ହେଲେ, ଏହାର ସମୟସୀମା ବୃଦ୍ଧି କରାଯିବ।

Customs Duty: ଇଲେକ୍ଟ୍ରୋନିକ୍ସ, ବ୍ୟାଟେରି ଉପକରଣ ସୀମା ଶୁଳ୍କ ଛାଡ଼

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବର୍ତ୍ତମାନ ୧୦୯ଟି ସୁଲଭ ଶୌଚାଳୟ ଓ ୫୬ଟି ଗୋଷ୍ଠୀ ଶୌଚାଳୟ ରହିଛି। ବାକି ୧୮ଟି ଇ-ଶୌଚାଳୟ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଓ ୭ଟି ଇ-ଶୌଚାଳୟ ବିଡିଏ ଅଧୀନ ପାର୍କରେ ରହିଛି। ହିସାବକୁ ନେଲେ ସୁଲଭ ଶୌଚାଳୟକୁ ଏକକାଳୀନ ୭୧୦ଜଣ (୭୧୦ଟି ସିଟ୍‌) ଶୌଚ ପାଇଁ ବ୍ୟବହାର କରିପାରିବେ। ସେହିଭଳି ଗୋଷ୍ଠୀ ଶୌଚାଳୟକୁ ଏକକାଳୀନ ୧୦୫୫ଜଣ (୧୦୫୫ଟି ସିଟ୍‌) ଏକକାଳୀନ ବ୍ୟବହାର କରିପାରିବେ। ସେହିଭଳି ୧୫୨ଟି ପରିସ୍ରାଗାର(ଲୁ) ନିର୍ମାଣ ଯୋଜନା କରାଯାଇଛି। ଏଠାରେ କେବଳ ପରିସ୍ରା ବ୍ୟବସ୍ଥା କରାଯାଉଛି। ପ୍ରତି ପରିସ୍ରାଗାରକୁ ଏକକାଳୀନ ଦୁଇଜଣ ବ୍ୟବହାର କରିପାରିବାର ବ୍ୟବସ୍ଥା କରାଯାଉଛି। ଏ ଭିତରେ ୯୩ଟି ପରିସ୍ରାଗାର ସଂପୂର୍ଣ୍ଣ ହୋଇସାରିଛି। ୧୦ରୁ ଅଧିକ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲି ସାରିଛି। ବାକି ପରିସ୍ରାଗାର ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି। ଆହୁରି ୬୯ଟି ପରିସ୍ରାଗାର ନିର୍ମାଣାଧୀନ ଅଛି। ସେହିଭଳି ୬ଟି ପବ୍ଲିକ ଟଏଲେଟ୍‌ ନିର୍ମାଣାଧୀନ ଅଛି। 

Neglect: ରଗଡ଼ା ପନାସିଆରେ ପାନୀୟଜଳ ସଂକଟ: ୨ ନଳକୂଅ ଉପରେ ନିର୍ଭର ୧୨୦ ପରିବାର

୨୦୨୯ରେ କୋଭିଡ୍‌ଜନିତ କଟକଣା ପରେ ମୁଦ୍ରା ବିନିମୟ ଜରିଆରେ ସଂକ୍ରମଣକୁ ରୋକିବା, ଧାଡ଼ି ନ କରି ସୁବିଧାରେ ଶୌଚାଳୟ ବ୍ୟବହାର କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଉଭୟ ପବ୍ଲିକ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ, ପରିସ୍ରାଗାରକୁ ଦେୟମୁକ୍ତ କରାଯାଇଥିଲା। ୨୦୧୯ ପରଠୁ ଲୋକେ ବିନା କୌଣସି ଦେୟରେ ଶୌଚାଳୟ ଓ ପରିସ୍ରାଗାର ବ୍ୟବହାର କରି ଆସୁଥିଲେ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗତ ଜୁନ୍‌ ୮ ତାରିଖରେ ବିଏମ୍‌ସିକୁ ଏକ ଚିଠି(୧୫୭୦୨) କରିଥିଲେ। ଯେଉଁଥିରେ ଏହି ସାର୍ବଜନୀନ ସେବାକୁ ସ୍ବାଭାବିକ କରିବା ସହ ‌ଶୌଚାଳୟ ଓ ପରିସ୍ରାଗାରର ରକ୍ଷଣାବେକ୍ଷଣ ଓ ସ୍ଥାୟୀ ପରିଚାଳନା ପାଇଁ ବ୍ୟବହାରକାରୀଙ୍କଠାରୁ ବ୍ୟବହାର ଶୁଳ୍କ ଆଦାୟ କରିଥିଲେ। ଅତିବେଶିରେ ମୁଣ୍ଡପିଛା ୧୦ ଟଙ୍କା ଆଦାୟ କରିବାକୁ କହିଥିଲେ। ଏହାଠାରୁ କେହି ବି ଅଧିକ ଟଙ୍କା ଆଦାୟ କରିପାରିବେନି ବୋଲି ସ୍ପଷ୍ଟ କରିଥିଲେ। ଏ ସଂପର୍କରେ କର୍ପୋରେସନରେ ବିସ୍ତୃତ ଆଲୋଚନା ହୋଇଥିଲା। ବ୍ୟବହାରକାରୀଙ୍କଠାରୁ ଶୁଳ୍କ ସଂଗ୍ରହ, ଶୁଳ୍କ ଦର ଉପରେ ଆଲୋଚନା କରାଯାଇଥିଲା। କର୍ପୋରେଟର ଅଜିତ ବେହେରା କହିଛନ୍ତି, ରାଜ୍ୟ ସରକାର ଶୌଚାଳୟ ଦେୟ ୧୦ ଟଙ୍କା କହିଥିଲେ। କର୍ପୋରେସନ୍‌ ୫ ଟଙ୍କା ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ଶିକ୍ଷା, ରିକ୍ରିଏସନ୍‌ ଓ କଲଚରାଲ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ କହିଛନ୍ତି, ଶୌଚାଳୟଗୁଡ଼ିକରୁ ପରୀକ୍ଷାମୂଳକ ଭାବେ ବ୍ୟବହାରକାରୀଙ୍କ ପିଛା ୫ ଟଙ୍କା ବ୍ୟବହାର ଶୁଳ୍କ ଆଦାୟ କରାଯିବ। ଲୋକେ ଗ୍ରହଣ କଲେ, ଦେୟଯୁକ୍ତ ସମୟ ଅବଧି ବଢ଼ାଯିବ। କିନ୍ତୁ ପରିସ୍ରାଗାର ପାଇଁ ଏହି ଦର ଆଦାୟ ହେବନି। ପରିସ୍ରାଗାର ଦେୟମୁକ୍ତ ରହିବ। ଏହି ଦର ଶୌଚାଳୟ ଆଗରେ ସ୍ପଷ୍ଟ ଦୃଶ୍ୟମାନ ହେଲା ଭଳି ପ୍ରଦର୍ଶିତ ହେବ ବୋଲି ଶ୍ରୀ ରଣସିଂହ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.