Free Electricity: ଏଣିକି ୩୦୦ ୟୁନିଟ୍‌ର ବିଦ୍ୟୁତ୍‌ ମାଗଣା ବିଜୁଳି

57 minutes ago 1
ARTICLE AD BOX

ଆସିଲା ପିଏମ୍ ସୂର୍ଯ୍ୟ ଘର ବିଜୁଳି ଯୋଜନା। ଯେଉଁଥିରେ ଆପଣ ପ୍ରତି ମାସରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ବ୍ୟବହାର କରିପାରିବେ। ଏଥିପାଇଁ ସରକାର ସବସିଡି ମଧ୍ୟ ପ୍ରଦାନ କରୁଛନ୍ତି।

ସରିବ ବିଜୁଳି ବିଲ୍‌ର ଟେନସନ୍। ସରକାର ଲାଗୁ କଲେ ନୂଆ ଘୋଷଣା। ଲାଭବାନ୍ ହେବେ ଉପଭୋକ୍ତା। ଭାରତରେ ଗୋଟିଏ ମଧ୍ୟବିତ୍ତ କିମ୍ବା ଗରିବ ପରିବାର ପାଇଁ ବିଜୁଳି ବିଲ୍ ଦେବା ଏକ ଚ୍ୟାଲେଞ୍ଜ ହୋଇଥାଏ। କିନ୍ତୁ ଥରେ ଭାବନ୍ତୁ ଯଦି ଆପଣଙ୍କୁ ୩୦୦ ୟୁନିଟ୍‌ର ବିଜୁଳି ବିଲ୍ ଦେବାକୁ ପଡ଼ିବନି,ତେବେ କେମିତି ଅନୁଭବ ହେବ? ତେବେ ଆପଣଙ୍କ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ଆଣିଛନ୍ତି ନୂଆ ଯୋଜନା। ଯାହାର ନାମ ପିଏମ୍ ସୂର୍ଯ୍ୟ ଘର ବିଜୁଳି ଯୋଜନା। ଏହି ଯୋଜନା ଅଧୀନରେ ଆପଣ ନିଜ ଛାତ ଉପରେ ସୋଲାର ପ୍ୟାନେଲ୍ ର ବ୍ୟବହାର କରି ପ୍ରତି ମାସରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ବ୍ୟବହାର କରିପାରିବେ। ସବୁଠାରୁ ବଡ଼ କଥା ହେଉଛି ସରକାର ସୌର ପ୍ୟାନେଲ୍ ସ୍ଥାପନ ପାଇଁ ସବସିଡି ମଧ୍ୟ ପ୍ରଦାନ କରୁଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.