Fraud: ତିନି କୋଟି ଟଙ୍କାରୁ ଊର୍ଦ୍ଧ୍ବ ସରକାରୀ ପାଣ୍ଠି ଆତ୍ମସାତ: ବନ୍ଧା ହେଲେ ଦୁଇ ପୂର୍ବତନ କର୍ମଚାରୀ

2 days ago 4
ARTICLE AD BOX

ଜଗତସିଂହପୁର: ତିନି କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ  ଜଗତସିଂପୁର ଜିଲ୍ଲାର ଦୁଇ ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭଂଜ କିଶୋର ବେହେରା ଏବଂ ପ୍ରଦୀପ୍ତ କୁମାର ମଲ୍ଲିକ। 

୩,୦୨,୯୫,୦୦୦ ଟଙ୍କା ଆତ୍ମସାତ

ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଜଗତସିଂପୁର ଜିଲ୍ଲାରେ ସରକାରୀଙ୍କ ସହିତ ଜଡିତ ଏକ ବଡ଼ ଆର୍ଥିକ ଠକେଇ ମାମଲାରେ ଚଢ଼ାଉ କରି ନୂଆଗାଁ ତହସିଲ ଅଧୀନ ତିର୍ତ୍ତୋଲ ବ୍ଲକର ଅବସରପ୍ରାପ୍ତ ଏସଆରଏ ତଥା ନୂଆଗାଁ ତହସିଲର ଏସ୍‌ଆରଏ ଭଞ୍ଜ କିଶୋର ବେହେରା ଏବଂ ତିର୍ତ୍ତୋଲ ବ୍ଲକରୁ ଅବସରପ୍ରାପ୍ତ ପୂର୍ବତନ ପିଇଓ ପ୍ରଦୀପ୍ତ କୁମାର ମଲ୍ଲିକଙ୍କୁ ଗିରଫ କରାଯାଇଛି। ଉଭୟ ସରକାରୀ ପାଣ୍ଠିର ୩,୦୨,୯୫,୦୦୦ ଟଙ୍କା ଆତ୍ମସାତ କରିଥିବା ନେଇ ଗିରଫ କରାଯାଇଛି।

୨୦୧୧-୧୨ରୁ ୨୦୨୧-୨୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବ୍ୟାପକ ତଦନ୍ତ ସମୟରେ ଭିଜିଲାନ୍ସ ବିଭାଗ ତିର୍ତୋଲ ବ୍ଲକ କାର୍ଯ୍ୟାଳୟରେ ପୂର୍ବତନ ଏସ୍‌ଆରଏ ଭଞ୍ଜ କିଶୋର ବେହେରା, ପୂର୍ବତନ ପିଇଓ ପ୍ରଦୀପ୍ତ କୁମାର ମଲ୍ଲିକ ଏବଂ ପୂର୍ବତନ ଏଇଇ ସ୍ୱର୍ଗତ ରାଜଦୀପ ହାଂସଦାଙ୍କ ଦ୍ୱାରା ଏକ ରୀତିମତ ଭାବରେ ସମ୍ପାଦିତ ଆର୍ଥିକ ଠକେଇ ନେଇ ଜାଣିବାକୁ ପାଇଛି। 

Gangrape: ନିଶ୍ଚିନ୍ତକୋଇଲି ସୁକରପଡାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା: ୫ ଗିରଫ, ଜଣେ ଏବେ ବି ଫେରାର

ତିନି ଅଭିଯୁକ୍ତ ଅଧିକାରୀ ସରକାରୀ ଦରମା ରେଜିଷ୍ଟର ଏବଂ ବଣ୍ଟନ ଡକ୍ୟୁମେଣ୍ଟଗୁଡ଼ିକୁ ଜାଲିଆତି ଏବଂ ହେରଫେର କରି ଅର୍ଥ ହେରଫେର କରିଥିବା ଜଣାପଡିଛି। ସେମାନେ ମଞ୍ଜୁର ବଜେଟ୍ ଆବଣ୍ଟନଠାରୁ ଅଧିକ ବୃଦ୍ଧିପାଇ ଏବଂ ଜାଲିଆତି କରି ଦରମା ବିଲ୍ ପ୍ରସ୍ତୁତ କରି ଦାଖଲ କରିଥିଲେ ଏବଂ ଆତ୍ମସାତ ହୋଇଥିବା ଅର୍ଥକୁ ସିଧାସଳଖ ବ୍ୟକ୍ତିଗତ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ। ଏ ସମ୍ପର୍କରେ ଓଡ଼ିଶା ଭିଜିଲାନ୍ସ ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି। ଶ୍ରୀ ବେହେରା ଏବଂ ଶ୍ରୀ ମଲ୍ଲିକଙ୍କୁ ଆଜି କଟକସ୍ଥିତ ଭିଜିଲାନ୍ସଙ୍କ କୋର୍ଟକୁ ପଠାଇଛି। ମାମଲାର ତଦନ୍ତ ବର୍ତ୍ତମାନ ଜାରି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.