Fraud: ଓଏଏସ ପରିଚୟ ଦେଇ ୨୧ ଲକ୍ଷର ଚାକିରି ଠକେଇ; କନ୍ୟା ଘରେ ପହଞ୍ଚିବା ପୂର୍ବରୁ ବରକୁ ଉଠାଇ‌ ନେଲା ପୁଲିସ

4 hours ago 1
ARTICLE AD BOX

ସମ୍ବଲପୁର (ଜିତେନ୍ଦ୍ର ଦାଶ): ବିବାହ ପାଇଁ ସମ୍ବଲପୁର ଆସି ଜେଲ୍‌ ଗଲା କେନ୍ଦୁଝରର ସୁମନ୍ତ ଓରାମ। ତାଙ୍କ ବିରୋଧରେ ୨୧ ଲକ୍ଷ ଟଙ୍କାର ଠକେଇ ସହିତ ଗାଳିଗଲୋଜର ଦୁଇଟି ମାମଲା ରୁଜ୍ଜୁ କରାଯାଇଛି। ଏହାକୁ ନେଇ ତଦନ୍ତ ଜାରି ରହିଛି। ଠକେଇର ଶିକାର ଯୁବକଙ୍କୁ ତାଙ୍କ ଟଙ୍କା ଫେରସ୍ତ ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି କହିଛନ୍ତି ସଦର ଥାନା ଅଧିକାରୀ ଅନିଲ ଜେନା। 

ନିଜକୁ ଓଏଏସ ଅଧିକାରୀର ପରିଚୟ ଦେଇ ବିବାହ ପାଇଁ କେନ୍ଦୁଝରରୁ ସମ୍ବଲପୁର ଆସିଥିଲା ସୁମନ୍ତ। ସାଙ୍ଗରେ ଥିଲେ ବାପା, ଭାଇଙ୍କ ସମେତ ୩୦୦ରୁ ଅଧିକ ବରାତି। ଠିକ ନାଚି ନାଚି କନ୍ୟା ଘରକୁ ବାହାରିବାବେଳକୁ କିଛି ଭାବିବା ପୂର୍ବରୁ ପୁଲିସ ସୁମନ୍ତକୁ ଉଠାଇ ନେଲା। ତା ବିରୋଧରେ ୨୧ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଉପସ୍ଥିତ ସମସ୍ତଙ୍କୁ ହତବାକ କରି ଦେଇଥିଲା। 

ନାଲକୋରେ ଚାକିରିର ଲୋଭ ଦେଖାଇ ସୁନ୍ଦରଗଡ଼ ଜିଲ୍ଲାର ମୂଳ ନିବାସୀ ତଥା ସମ୍ବଲପୁର ସହର ନୀଲଡୁଙ୍ଗୁରିରେ ରହୁଥିବା ଲିଙ୍ଗରାଜ ଟପ୍ପୋଙ୍କୁ ସୁମନ୍ତ ସର୍ବସ୍ବାନ୍ତ କରିଥିବା ନିଜେ ପୁଲିସ କହିଛି। କୃଷି ବିଭାଗର କର୍ମଚାରୀ ଥିବା ନିଜ ଦିବଙ୍ଗତ ବାପାଙ୍କ ଅବସରକାଳୀନ ସମସ୍ତ ବକେୟାକୁ ଲିଙ୍ଗରାଜ ସୁମନ୍ତ ଦେଇଥିଲା। ଲିଙ୍ଗରାଜ ପ୍ରାୟ ସବୁ ଟଙ୍କା ଅନଲାଇନ ପେମେଣ୍ଟ କରିବା ସହିତ ଏହି ସମ୍ପର୍କିତ ସମସ୍ତ ଦସ୍ତାବିଜ ମଧ୍ୟ ଦେଖାଇଥିଲେ। ଏହାକୁ ଦୃଷ୍ଟିରେ ରଖି ଅଦାଲତରେ ସୁମନ୍ତଙ୍କ ଜାମିନ ନାମଞ୍ଜୁର ହୋଇଥିଲା। ତାକୁ ଜେଲ ପଠାଇ ଦିଆଯାଇଛି। ଠକେଇର ଶିକାର ଲିଙ୍ଗରାଜ ନିଜ ଟଙ୍କା ଫେରି ପାଇବାର ସମ୍ଭାବନା ଉଜ୍ଜଳ ଥିବା ଥାନା ଅଧିକାରୀ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.