France vs England: ଶନିବାର କାଂସ୍ୟ ଲଢ଼େଇ: ବିଜୟ ସହ ଡେସ୍‌ଚାମ୍ପ୍ସଙ୍କୁ ବିଦାୟ ଦେବା ଲକ୍ଷ୍ୟରେ ଫ୍ରାନ୍ସ; ଏମ୍‌ବାପେଙ୍କ ପାଇଁ ରେକର୍ଡ ସୁଯୋଗ

1 hour ago 1
ARTICLE AD BOX

ମିଆମି: ଚଳିତ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ପରାଜୟ ବରଣ କରିଥିବା ଫ୍ରାନ୍ସ ଓ ଇଂଲଣ୍ଡ ଶନିବାର ରାତି ୨.୩୦ରେ କାଂସ୍ୟ ପଦକ ବା ତୃତୀୟ ସ୍ଥାନ ପାଇଁ ମିଆମି ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ଡିଡିଅର୍‌ ଡେସ୍‌ଚାମ୍ପ୍ସଙ୍କ ଫାଇଁ ଫ୍ରାନ୍ସ ଦାୟିତ୍ବ ନେବାର ଶେଷ ମ୍ୟାଚ୍‌ ହେବ। ସେହିଭଳି ଏହି ମ୍ୟାଚ୍‌ କିଲିଆନ୍‌ ଏମ୍‌ବାପେ ପାଇଁ କିଛି ବ୍ୟକ୍ତିଗତ ରେକର୍ଡ କରିବାର ସୁଯୋଗ ଆଣିବ। ଲଗାତାର ତୃତୀୟ ବିଶ୍ବକପ୍‌ ଫାଇନାଲ୍‌ ଖେଳିବାକୁ ଆଶା ରଖିଥିବା ଫ୍ରାନ୍ସକୁ ୨-୦ରେ ହରାଇ ସ୍ପେନ୍‌ ଏଥିରେ ପାଣି ଭରି ଦେଇଥିଲା। ଅନ୍ୟପକ୍ଷରେ ଆରମ୍ଭରୁ ଆଗରେ ରହିଥିବା ଇଂଲଣ୍ଡ ଶେଷ ସମୟରେ ପଛରେ ପଡ଼ି ୧-୨ରେ ଆର୍ଜେଣ୍ଟିନାଠୁ ସେମିଫାଇନାଲ୍‌ରେ ହାରି ଫାଇନାଲ୍‌ରୁ ଟ୍ରଫି ଦୌଡ଼ରୁ ବଞ୍ଚିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲା: ଶାର୍ଜିଲ୍ ଇମାମଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍

ସେମିଫାଇନାଲ୍‌ ପରାଜୟ ପରେ ୧୪ ବର୍ଷ ଧରି ଫ୍ରାନ୍ସ ପ୍ରଶିକ୍ଷକ ଦାୟିତ୍ବ ସମ୍ଭାଳିଥିବା ଡେସ୍‌ଚାମ୍ପ୍ସ ଇସ୍ତାଫା ‌ଦେଇଥିଲେ। ୨୦୧୮ରେ ତାଙ୍କ ପ୍ରଶିକ୍ଷଣରେ ଦଳ ବିଶ୍ବକପ୍‌ ଜିତିଥିଲା ବେଳେ ୨୦୨୨ରେ ଊପବିଜେତା ହୋଇଥିଲା। ବିଶ୍ବକପ୍‌ ବିଜୟ ସହ ଡେସ୍‌ଚାମ୍ପ୍ସ ବିଦାୟ ନେବାକୁ ଆଶା ରଖିଥିଲେ। ହେଲେ ଏହା ହୋଇ ପାରି ନଥିବାରୁ ଫ୍ରାନ୍ସକୁ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ ଶକ୍ତି ଭାବେ ପ୍ରତିଷ୍ଠା କରିଥିବା ଡେସ୍‌ଚାମ୍ପ୍ସଙ୍କୁ କାଂସ୍ୟ ଜିତି ବିଦାୟ ଦେବାକୁ ଦଳ ଲକ୍ଷ୍ୟ ରଖିଛି।
୪୮ ଦଳୀୟ ଏହି ପ୍ରତିଯୋଗିତାରେ ଚମତ୍କାର ଖେଳି ସେମିଫାଇନାଲ୍‌ରେ ପହଞ୍ଚିଥିବା ଏହି ଦୁଇ ଦଳ ବିଶ୍ବକପ୍‌ ଆଶାରେ ରହିଥିଲେ। ହେଲେ ଏହା ହୋଇପାରି ନଥିଲା। ଏବେ କ୍ଲାନ୍ତ ହୋଇ ପଡ଼ିଥିବା ଖେଳାଳିଙ୍କ ପାଇଁ ଦକ୍ଷିଣ ଆମେରିକାରେ କାଂସ୍ୟ ଜିତି ଆଶ୍ବସନା ପାଇବାର ବେଳ ଆସିଛି। ଅନ୍ୟପକ୍ଷରେ ଫ୍ରାନ୍ସର ତାରକା ଷ୍ଟ୍ରାଇକର୍‌ ଏମ୍‌ବାପେଙ୍କ ପାଇଁ ଏହି ମ୍ୟାଚ୍‌ ଗୋଲ୍‌ଡେନ୍‌ ବୁଟ୍‌ ଜିତିବାର ସୁଯୋଗ ଦେବ। ୨୭ ବର୍ଷୀୟ ଏହି ଫ୍ରାନ୍ସ ଅଧିନାୟକ ଚଳିତ ବିଶ୍ବକପ୍‌ରେ ୮ ଗୋଲ୍‌ କରିଥିଲା ବେଳେ ୩ଟି ସହାୟତା କରି ଦୌଡ଼ରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଫାଇନାଲ୍‌ ଖେଳିବାକୁ ଥିବା ମେସି ୮ ଗୋଲ୍‌ ସହ ୪ଟିରେ ସହାୟତା କରି ପ୍ରଥମ ସ୍ଥାନରେ ରହିଛନ୍ତି। ଏମ୍‌ବାପେ ମଧ୍ୟ ବିଶ୍ବକପ୍‌ରେ ୨୦ ଗୋଲ୍‌ କରି ମେସି (୨୧)ଙ୍କ ପଛକୂ ଦ୍ବିତୀୟରେ ରହିଛନ୍ତି। ଏବେ ତାଙ୍କୁ ବିଶ୍ବକପ୍‌ ସର୍ବାଧିକ ଗୋଲ୍‌ ରେକର୍ଡ ଲାଗି ଏହି ମ୍ୟାଚ୍‌ ବି ସୁଯୋଗ ଆଣିବ।

ଆହୁରି ପଢ଼ନ୍ତୁ: ଆଇଡିବିଆଇ କର୍ମଚାରୀଙ୍କ ଆମରଣ ଅନଶନ ୨୭ରେ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.