Four-lane bypasses: ସବୁ ସହରାଞ୍ଚଳ‌ରେ ହେବ ୪ଥାକିଆ ବାଇପାସ୍‌: ସହରାଞ୍ଚଳ ଜାତୀୟ ରାଜପଥରେ ଭିଡ଼ କମାଇବାକୁ ନୂଆ ନୀତି

1 day ago 4
ARTICLE AD BOX

ଭୁବନେଶ୍ବର: ରାଜ୍ୟର ସମସ୍ତ ସହରାଞ୍ଚଳ‌ ଦେଇ ଯାଇଥିବା ଜାତୀୟ ରାଜପଥଗୁଡ଼ିକରେ ଯେପରି ଭିଡ଼ କମିବ, ଦୁର୍ଘଟଣା ନିୟନ୍ତ୍ରିତ ହେବ, ଭବିଷ୍ୟତରେ ରାଜ୍ୟ ସରକାର ଜାତୀୟ ରାଜପଥ କଡ଼ ଜମିକୁ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରିପାରିବେ ସେନେଇ ‘ସହରାଞ୍ଚଳ ଭିଡ଼ ହ୍ରାସ ନୀତି ଲାଗୁ’ ହେବ। ଆସନ୍ତା ୫୦ବର୍ଷରେ ସହରାଞ୍ଚଳ‌ର ଅଭିବୃଦ୍ଧିକୁ ନଜରରେ ରଖି ଏହି ନୀତିକୁ କାର୍ଯ୍ୟକାରୀ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଗୃହ ନିର୍ମାଣ ଓ ନିଗର ଉନ୍ନୟନ ବିଭାଗକୁ କୁହାଯାଇଛି। ଏହା ମୁଖ୍ୟତଃ କେନ୍ଦ୍ର ସରକାର ନୂଆ ସହରାଞ୍ଚଳ ଭିଡ଼ ହ୍ରାସ ନୀତି ଅନୁସାରେ କାର୍ଯ୍ୟକାରୀ ହେବ।

Migrant workers: ଶ୍ରମିକଙ୍କ ପରିବାର ପାଇଁ ତୁରନ୍ତ ପଦକ୍ଷେପ; ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଲା ସ୍ବେଚ୍ଛାସେବୀ ସଂଗଠନ

ପୂର୍ତ୍ତ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ନୀତି ଅନୁସାରେ, ସହର ଓ ସହର ଉପକଣ୍ଠରେ ନିର୍ମାଣ ହେବାକୁ ଥିବା ନୂଆ ଜାତୀୟ ରାଜପଥ ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌ଗୁଡ଼ିକ ସର୍ବନିମ୍ନ ୪ ଲେନ୍‌ର ଏବଂ ପ୍ରବେଶ ନିୟନ୍ତ୍ରିତ ହେବ। ଏହା ଜାତୀୟ ରାଜପଥର ମାନ୍ୟତା ପାଇବ। ଏହି ରାସ୍ତା ଏପରି ନିର୍ମାଣ ହେବ ଯେପରି ଗାଡ଼ିଗୁଡ଼ିକ ଘଣ୍ଟା ପ୍ରତି ୧୦୦ରୁ ୧୨୦କିମି ବେଗରେ ଯାତାୟତ କରିପାରିବେ।  ଏଥିପାଇଁ ରାଜପଥ କଡ଼ରେ ଅନିୟନ୍ତ୍ରିତ ବ୍ୟବସାୟିକ ଓ ଆବାସିକ ବିକାଶ ଉପରେ ରୋକ୍ ଲାଗିବ।  ଅର୍ଥାତ୍ ୫ଲକ୍ଷରୁ ଅଧିକ ଜନବସତି ସହର ଓ ଜିଲ୍ଲା ମୁଖ୍ୟାଳୟରେ ରାସ୍ତାର ଉଭୟ ପାର୍ଶ୍ବରେ ୬୦ରୁ ୭୫ମିଟର, ୧ଲକ୍ଷରୁ ୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରରେ ରାସ୍ତାର ଦୁଇ ପାର୍ଶ୍ବରେ ୪୫ରୁ ୬୦ମିଟର ପର୍ଯ୍ୟନ୍ତ ଜମିକୁ ସରକାର ନିଜ ନିୟନ୍ତ୍ରଣରେ ରଖିବେ। ସେହିପରି ରିଙ୍ଗ୍‌ ରୋଡ୍‌ କିମ୍ବା ବାଇପାସ୍‌କୁ ସମ୍ପୃକ୍ତ ସହରର ମାଷ୍ଟରପ୍ଲାନ୍‌ ସହ ସମନ୍ୱୟ କରାଯିବ। ନଗର ଉନ୍ନୟନ ବିଭାଗ ପକ୍ଷରୁ ଯେତେବେଳେ ବିଭିନ୍ନ ସହର ପାଇଁ ସିଡିପି ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହେବ ସେତେବେଳେ ଏହାକୁ ନଜରରେ ରଖି ପ୍ରସ୍ତୁତ କରାଯିବ। ଏହି ରାସ୍ତାରେ ଦୁଇଟି ଛକ ମଧ୍ୟରେ ଦୂରତା ସର୍ବନିମ୍ନ ୫କିମି ରହିବ। ଅର୍ଥାତ୍ ୫କିମି ପର୍ଯ୍ୟନ୍ତ ରାସ୍ତାର ଅପରପାର୍ଶ୍ବକୁ ଯିବାକୁ ଅନୁମତି ମିଳିବନି। 

ସହରାଞ୍ଚଳ ଜାତୀୟ ରାଜପଥରେ ଭିଡ଼ କମାଇବାକୁ ନୂଆ ନୀତି
ରାଜ୍ୟ ଅର୍ଥ ନ ଦେଲେ ଖଣି ରୟାଲଟି, ଏସ୍‌ଜିଏସ୍‌ଟିରୁ ଭରଣା ହେବ
ରାସ୍ତାକଡ଼ରେ ୭୫ମିଟର ପର୍ଯ୍ୟନ୍ତ ଜମି ସରକାରଙ୍କ ନିୟନ୍ତ୍ରଣରେ ରହିବ

ବାଇପାସ୍‌ ବା ରିଙ୍ଗ୍‌ ରୋଡ୍‌ର ଉଭୟ ପାର୍ଶ୍ୱରେ ୧୫ ମିଟର ଅଞ୍ଚଳକୁ ନୋ-ଡେଭଲପ୍‌ମେଣ୍ଟ ଗ୍ରିନ୍‌ ଜୋନ୍‌ ଭାବେ ଘୋଷଣା କରାଯିବ। ଏହାସହ ବାଇପାସ୍‌ର ଉଭୟ ପାର୍ଶ୍ୱରେ ୨ କିମି ପର୍ଯ୍ୟନ୍ତ ରେଗୁଲେଟେଡ୍‌ ଡେଭଲପ୍‌ମେଣ୍ଟ ଜୋନ୍‌ (ନିୟନ୍ତ୍ରିତ ବିକାଶ ଜୋନ୍) ରଖାଯାଇପାରିବ। ଏଠାରେ ଆବାସିକ, ବାଣିଜ୍ୟିକ ଓ ଶିଳ୍ପ ପ୍ରକଳ୍ପ ପାଇଁ ନିର୍ମାଣ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ସେହିପରି ସ୍ଥାନୀୟ ଯାତାୟାତ ଓ ଦୂରଗାମୀ ଯାନବାହନ ଚଳାଚଳକୁ ଅଲଗା କରିବା ପାଇଁ ସର୍ଭିସ୍‌ ରୋଡ୍‌ ନିର୍ମାଣ କରାଯିବ। ରିଙ୍ଗ୍‌ ରୋଡ୍‌ ନିକଟରେ ମାସ୍‌ ରାପିଡ୍‌ ଟ୍ରାଞ୍ଜିଟ୍‌, ବସ୍‌ ଟର୍ମିନାଲ୍‌, ମଲ୍ଟିମୋଡାଲ୍‌ ଟ୍ରାଞ୍ଜିଟ୍‌ ସେଣ୍ଟର ଓ ଲଜିଷ୍ଟିକ୍ସ ସେଣ୍ଟର ବିକାଶ ପାଇଁ ମୋବିଲିଟି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହେବ।

Gomata suraksha: ୬ବ୍ଲକରେ ଲାଗିବ ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ଟ, ହ୍ରାସ ପାଇବ ଦୁର୍ଘଟଣା!

ହେଲେ ଏତେ ବଡ଼ ଯୋଜନା ପାଇଁ ରାଜ୍ୟ ସରକାରଙ୍କୁ ଜମି ଅଧିଗ୍ରହଣ, ପ୍ରକଳ୍ପ କାର୍ଯ୍ୟାନ୍ବୟନରେ ସମସ୍ୟା ଦେଖାଯିବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି ନୀତିରେ ୪ଟି ଆର୍ଥିକ ମଡେଲ୍‌ର ପ୍ରସ୍ତାବ ଦିଆଯାଇଛି। ଏଥିରେ ଜମି ଅଧିଗ୍ରହଣ ଖର୍ଚ୍ଚରେ ଅଂଶୀଦାର, ଜମି ଅଧିଗ୍ରହଣ ସହ ରାଜ୍ୟର ଏସ୍‌ଜିଏସ୍‌ଟି ଓ ରୟାଲ୍‌ଟି ପ୍ରଦାନ, ଲ୍ୟାଣ୍ଡ ପୁଲିଂ ଏବଂ ମୂଲ୍ୟ ବୃଦ୍ଧି ପାଇଁ ଆର୍ଥିକ ସହାୟତା ପ୍ରଦାନ ବ୍ୟବସ୍ଥା ରହିଛି। ରାଜ୍ୟ ସରକାର ‌ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହେବ।

ଯଦି ରାଜ୍ୟ ସରକାର ଅର୍ଥ ନଦେଇପାରିବେ ତେବେ କେନ୍ଦ୍ର ସରକାର ଜମି ଅଧିଗ୍ରହଣ କରି ରାସ୍ତା ନିର୍ମାଣ କରିବେ। କିନ୍ତୁ ଏହାକୁ ରାଜ୍ୟକୁ କେନ୍ଦ୍ର ସରକାର ପ୍ରଦାନ କରୁଥିବା ଏସ୍‌ଜିଏସ୍‌ଟି, ଖଣିଜ ପଦାର୍ଥରେ ରୟାଲଟି ବାବଦକୁ ଯେଉଁ ଅର୍ଥ ଦେଉଛନ୍ତି ସେଥିରୁ ପର୍ଯ୍ୟାୟକ୍ରମେ ଅର୍ଥ କାଟିକି ରଖିବେ। ଏହି ଅର୍ଥ ୧୫ବର୍ଷ ମଧ୍ୟରେ ଭରଣା ହେବ। ଯେଉଁ ଲୋକଙ୍କ ଠାରୁ ଜମି ଅଧିଗ୍ରହଣ ହେବ ସେ କ୍ଷେତ୍ରରେ ତାଙ୍କୁ ବାର୍ଷିକ ହାରରେ ଅର୍ଥ ଦେଇପାରିବେ କିମ୍ବା ଅନ୍ୟତ୍ର ଜମି ଦେଇପାରିବେ। ବାଇପାସ୍ ନିର୍ମାଣ ପରେ ଆଖପାଖ ଜମିର ମୂଲ୍ୟ ବଢ଼ିଲେ ତାହାର ଏକ ଅଂଶକୁ ବିଭିନ୍ନ ଚାର୍ଜ, ଡେଭଲପ୍‌ମେଣ୍ଟ ଫି ଓ ଅନ୍ୟାନ୍ୟ ମୂଲ୍ୟ ବୃଦ୍ଧି ପାଇଁ ଆର୍ଥିକ ସହାୟତା ବ୍ୟବସ୍ଥା ମାଧ୍ୟମରେ ସରକାର ବିଭିନ୍ନ ପ୍ରକଳ୍ପ ପାଇଁ ବ୍ୟବହାର କରିପାରିବେ। ରାଜ୍ୟ ସରକାର ଚାହିଁଲେ ଏହି ଜମିକୁ ବର୍ଦ୍ଧିତ ମୂଲ୍ୟରେ ବିକ୍ରି କରିପାରିବେ। ରାଜ୍ୟ ସରକାର କେଉଁ ମଡେଲ୍‌ରେ କେଉଁ ବାଇପାସ୍ ନିର୍ମାଣ କରିବେ ତାହା ସ୍ଥିର କରିବେ। ଏବେ ହରିୟାଣା ଏବଂ ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡ ପୁଲିଂ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ହେଉଥିବାରୁ ଏହାକୁ ଅନୁଧ୍ୟାନ କରିବାକୁ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.