Earth Again Conference 2026: ସାମଗ୍ରୀଗୁଡ଼ିକୁ ଫିଙ୍ଗିଦେବା ବଦଳରେ ପୁନଃବ୍ୟବହାର ଏବଂ ପୁନଃଚକ୍ରଣ କରିବା ଦିଗରେ ଚିନ୍ତା କରିବା

47 minutes ago 2
ARTICLE AD BOX

ଭୁବନେଶ୍ବର: ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଦ୍ବିତୀୟ ଦିନର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଜଣେ ପ୍ରତିଷ୍ଠିତ ଓଡ଼ିଆ ଗବେଷକ ତଥା ଆନ୍ତର୍ଜାତୀୟ ସ୍ତରର ଅଧ୍ୟାପକ,ଯୁକ୍ତରାଜ୍ୟର କେମ୍ବ୍ରିଜ୍‌ରେ ଥିବା ଏଙ୍ଗଲିଆ ରସ୍କିନ୍ ୟୁନିଭର୍ସିଟିରେ ସଷ୍ଟେନେବଲ୍ ପ୍ରଡକ୍ସନ୍ ଆଣ୍ଡ କଞ୍ଜମ୍ପସନର ପ୍ରଫେସର ଏବଂ 'ସେଣ୍ଟର ଫର ଇଣ୍ଟେଲିଜେଣ୍ଟ ସପ୍ଲାଇ ଚେନ୍ସ' ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଡକ୍ଟର ମନୋଜ ଦୋରା।

ପରିବେଶ, ସମାଜ ଓ ଅର୍ଥନୀତିର ସନ୍ତୁଳନ ରକ୍ଷା କରି ଆଗାମୀ ଯୁବ ପିଢ଼ି ପାଇଁ ଏକ ସୁସ୍ଥାୟୀ ଭବିଷ୍ୟତ ଗଢ଼ିବା ପ୍ରସଙ୍ଗରେ ଆଲୋଚନା କରି ଡୋରା କହିଛନ୍ତି, ‘ପ୍ଲାଷ୍ଟିକ ବ୍ୟବହାର କରିବା ନାହିଁ ଏହାକୁ ବାହାରେ  ପକାଇବା ନାହିଁ ଏକଥାତ ଆମେ ପୂର୍ବରୁ ଜାଣିଛେ। କିନ୍ତୁ ଏବେ ସମୟ ଆସିଛି ଜେନ୍ ଏସର(ଜେନେରେସନ୍ ସଷ୍ଟେନେବୁଲ) ଅର୍ଥାତ ସ୍ଥାୟୀ ପିଢ଼ି । ଏହି ଚିନ୍ତାଧାରାର ମୂଳ ଲକ୍ଷ୍ୟ ହେଉଛି ଆମେ ନିଜର ଆବଶ୍ୟକତା ପୂରଣ କରିବା ସହ ଏଭଳି ପଦକ୍ଷେପ ନେବା, ଯେପରି ଆସନ୍ତାକାଲିର ପିଢ଼ି ପାଇଁ ପୃଥିବୀ ସୁରକ୍ଷିତ ଓ ବାସଯୋଗ୍ୟ ହୋଇ ରହିବ। ମୋ ମତରେ କୌଣସି ବି ସମସ୍ୟାର ସମାଧାନ ପାଇଁ ନିଜକୁ ହିଁ ସାମ୍ନାକୁ ଆସିବାକୁ ପଡ଼ିବ। ଦେଖିବେ ଗୋଟିଏ ସମାଧାନ ବାଟ ଖୋଲିଗଲେ ଅନେକ ସମସ୍ୟାର ସମାଧାନ ଧୀରେଧୀରେ ହୋଇଚାଲିବ। ଯୁବପିଢ଼ିଙ୍କୁ ବାର୍ତ୍ତା ସାମଗ୍ରୀଗୁଡ଼ିକୁ ଫିଙ୍ଗିଦେବା ବଦଳରେ ସେଗୁଡ଼ିକର ପୁନଃବ୍ୟବହାର ଏବଂ ପୁନଃଚକ୍ରଣ କରିବା ଦିଗରେ ଚିନ୍ତା କରିବା ଉଚିତ। ଏପରି କରିବା ଦ୍ବାରା ଅଳିଆ ଆବର୍ଜନାସ୍ଥାନଗୁଡ଼ିକର ସଂଖ୍ୟା ହ୍ରାସପାଏ, ପ୍ରାକୃତିକ ସମ୍ପଦ ସଂରକ୍ଷଣ ହୁଏ ଏବଂ ଶକ୍ତି ସଞ୍ଚୟ ହୁଏ।’

ଉଦାହରଣ ସ୍ବରୂପ, ମାର୍କେଟମାନଙ୍କରେ ଅଧିକ ପାଚିଯାଇଥିବା କଦଳୀକୁ କେହି କିଣନ୍ତି ନାହିଁ। ସେ କଦଳୀକୁ ଆଣି କେକ, ସେକ ଆଦି ତିଆରି କରି ଯୁବପିଢ଼ିମାନେ ଭଲ ଦୁଇପଇସା ରୋଜଗାର କରି ପାରିବେ। ଏପରି କରିବା ଦ୍ବାରା ଖାଦ୍ୟର ସୁରକ୍ଷା ହେବା ସହିତ ଖାଦ୍ୟ ନଷ୍ଟ ମଧ୍ୟ ହୋଇ ନଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.