Arrest: କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଯବାନ ଅଟକ

44 minutes ago 1
ARTICLE AD BOX

ହାଟଡିହି: କେନ୍ଦୁଝର ଜିଲା ହାଟଡିହି ବ୍ଲକ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ କଲେଜ ଛାତ୍ରୀଙ୍କୁ ଏକ ହୋଟେଲ ରୁମ ଭିତରେ ଦୁଷ୍କର୍ମ କରାଯାଇଥିବା ନେଇ ଛାତ୍ରୀ ଜଣକ ଅଭିଯୋଗ କରିଛି। ଏହି ମାମଲାରେ ପୋଲିସ କେସ୍ ନଂ ୧୮୨/୨୬ ମାମଲା ରୁଜୁ କରି ମୁଣ୍ଡୁକାଟି ଗ୍ରାମର ଅଭିଯୁକ୍ତ ରଶ୍ମି ରଞ୍ଜନ ସେଠୀ (୨୯)ଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ: Earth Again Conference 2026: ସାମଗ୍ରୀଗୁଡ଼ିକୁ ଫିଙ୍ଗିଦେବା ବଦଳରେ ପୁନଃବ୍ୟବହାର ଏବଂ ପୁନଃଚକ୍ରଣ କରିବା ଦିଗରେ ଚିନ୍ତା କରିବା

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଯୁବକ ଜଣେ ସିଆଇଏସଏଫ ଯବାନ ହୋଇଥିବାବେଳେ ଗତ ଗୁରୁବାର ଦିନ ପୀଡ଼ିତା ଜଣକ କଲେଜ ଯାଉଥିବାବେଳେ ତାକୁ ଶାଳବଣି ଛକ ନିକଟ ଏକ ହୋଟେଲକୁ ଡାକିନେଇ ପରେ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ତେବେ ପୀଡ଼ିତା ଜଣକ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକଙ୍କ ସହିତ ଥାନାକୁ ଯାଇ ଅଭିଯୋଗ କରିଥିଲେ।  ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଘର ପାଖାପାଖି ଗ୍ରାମରେ। ପୋଲିସ ଆଇନଗତ ପ୍ରକ୍ରିୟା ଅନୁଯାୟୀ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇବା ପରେ ଘଟଣାର ବିଭିନ୍ନ ଦିଗକୁ ନେଇ ଅଧିକ ତଦନ୍ତ ଚଳାଇଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.