Football: ମାତ୍ର ୧୦୦ ଟଙ୍କାରେ ବିକ୍ରି ହେଲା ଜାମସେଦପୁର ଏଫସି

17 hours ago 3
ARTICLE AD BOX

ଜାମସେଦପୁର: ମାତ୍ର ୧୦୦ ଟଙ୍କା ମୂଲ୍ୟରେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ୍‌) ଫ୍ରାଞ୍ଚାଇଜି ଜାମସେଦପୁର ଏଫସିକୁ ଗୋଆର ଚର୍ଚ୍ଚିଲ ବ୍ରଦର୍ସକୁ ବିକ୍ରି କରିଛି ଟାଟା ଷ୍ଟିଲ୍‌। ଏହା ସହିତ ଦୁଇ ଥର ନ୍ୟାସନାଲ୍‌ ଲିଗ୍‌ ଚାମ୍ପିଅନ୍‌ ଚର୍ଚ୍ଚିଲ ବ୍ରଦର୍ସ ଜାମସେଦପୁର ଏଫସିର ସ୍ପୋର୍ଟିଂ ଲାଇସେନ୍ସ, ୧୨ ଖେଳାଳି ଓ ଦୁଇ ପ୍ରଶିକ୍ଷକଙ୍କ ଯୁକ୍ତି ହାସଲ କରିଛି।

ଏ ସମ୍ପର୍କରେ ଟାଟା ଷ୍ଟିଲ କର୍ପୋରେଟ୍‌ ସର୍ଭିସ ଉପସଭାପତି ଡିବି ସୁନ୍ଦରରମଣ କହିଛନ୍ତି ଯେ ଏହି ଚୁକ୍ତି ସମ୍ପାଦିତ ହେବା ଫଳରେ ଜାମସେଦପୁର ଏଫସିର ଖେଳାଳି ଓ ପ୍ରଶିକ୍ଷକମାନେ ଖେଳ ଜାରି ରଖିପାରିବେ। ଏହି ଦଳରୁ ଓହରିବା ସମ୍ପର୍କରେ ଦୁଇ ସପ୍ତାହ ତଳେ ଟାଟା ଷ୍ଟିଲ୍‌ ପକ୍ଷରୁ ଘୋଷଣା କରାଯାଇଥିଲା। ଏହା ପରେ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଭାରତୀୟ ଫୁଟବଲ ମହାସଂଘ, କ୍ଲବର ଖେଳା​ଳି ଓ ପ୍ରଶଂସକମାନେ ନିବେଦନ କରିଥିଲେ। ଏପରିକି ଜାମସେଦପୁରରେ ଏହାକୁ ନେଇ କମ୍ପାନି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବି ହୋଇଥିଲା। କିନ୍ତୁ କମ୍ପାନି ଶେଷରେ ଏହି ଦଳରୁ ସଂପୂର୍ଣ୍ଣଭାବେ ଅଲଗା ହୋଇଯାଇଛି। ତେବେ ଏସବୁ କିଣାବିକାରୁ ଦୂରରେ ଜାମସେଦପୁର ଦଳ ଏବେ ଡୁରାଣ୍ଡ କପ୍‌ ଖେଳିବା ଜାରି ରଖିଛି ଓ ସୋମବାର ମୋହନ ବାଗାନକୁ ଭେଟିବ।

ମନଲୋ ମାର୍କେଜ୍ ଭାରତୀୟ ଫୁଟବଲ ଦଳର ନୂଆ କୋଚ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.