FlyDubai: ଫ୍ଲାଇଦୁବାଇ ବିମାନର ୫ ହିରୋ; ପାଇଲଟ୍‌ଙ୍କ ସହ ପ୍ଲମ୍ବର, ବ୍ୟବସାୟୀ, ବ୍ୟାଙ୍କର ଓ ଦନ୍ତ ଚିକିତ୍ସକ

21 hours ago 3
ARTICLE AD BOX

ନୂଆଦିଲ୍ଲୀ: ଦୁବାଇରୁ ଇସ୍ରାଏଲ୍‌ର ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇର ଏଫ୍‌ଜେଡ୍‌-୧୦୭୩ ବିମାନ ବୁଧବାର ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି। ବିମାନରେ ୧୭୪ ଜଣ ଯାତ୍ରୀଙ୍କ ସହ ୬ ଜଣ କ୍ରୁ ସଦସ୍ୟ ଥିଲେ। ଯାତ୍ରୀଙ୍କ ମଧ୍ୟରେ ୨୭ ଜଣ ଶିଶୁ ବି ଥିଲେ। ଭାରତୀୟ କ୍ୟାପ୍‌ଟେନ୍‌ ସ୍ମିତ୍‌ ମଚ୍ଛାରଙ୍କ ସମେତ ୫ ଜଣଙ୍କ ତତ୍ପରତା ଯୋଗୁଁ ବିମାନଟି ସୁରକ୍ଷିତ ଭାବେ ସାଉଦି ଆରବର ତବୁକ୍‌ ବିମାନବନ୍ଦରରେ ଜରୁରୀ ଅବତରଣ କରିପାରିଥିଲା। ଘଟଣା ସମୟରେ ବିମାନଟି ହଠାତ୍‌ ପ୍ରାୟ ୧୭,୪୦୦ ଫୁଟ୍‌ ତଳକୁ ଖସିଥିଲା। ପ୍ରାୟ ୮ଟା ୨୦ରେ ଏହି ଖସିବା ଆରମ୍ଭ ହୋଇଥିଲା। ୮ଟା ୩୧ରେ ବିମାନ ପକ୍ଷରୁ ୭୭୦୦ ଜରୁରୀ ସଙ୍କେତ ଏବଂ ୮ଟା ୩୫ରେ ୭୫୦୦ ସଙ୍କେତ ପଠାଯାଇଥିଲା। ୮ଟା ୪୪ରେ ତବୁକ୍‌ ବିମାନବନ୍ଦରକୁ ବିପଦ ସଙ୍କେତ ମିଳିଥିଲା। ତେବେ ବିମାନକୁ ତଥା ୧୮୦ ଜଣ ଲୋକଙ୍କ ଜୀବନକୁ ବଞ୍ଚାଇଥିବା ୫ ଜଣ ହିରୋଙ୍କ ବିଷୟରେ ଆସନ୍ତୁ ଜାଣିବା।

କ୍ୟାପ୍‌ଟେନ୍‌ ସ୍ମିତ୍‌ ମାଚ୍ଛର
ମୁମ୍ବାଇରେ ବଢ଼ିଥିବା ଭାରତୀୟ ପାଇଲଟ୍‌ ସ୍ମିତ୍‌ ମାଚ୍ଛରଙ୍କୁ ତାଙ୍କ ସହପାଇଲଟ୍‌ ଛୁରୀରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ମଧ୍ୟ ସେ କକ୍‌ପିଟ୍‌ର ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ। ଏହା ପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ ଭିତରକୁ ପ୍ରବେଶ କରି ଆକ୍ରମଣକାରୀକୁ କାବୁ କରିଥିଲେ। ମାଚ୍ଛରଙ୍କୁ ପରେ ତବୁକ୍‌ର ହସ୍ପିଟାଲ୍‌କୁ ନିଆଯାଇଥିଲା। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ୟାନିଭ୍‌ ହାୟୁନ୍‌
ଇସ୍ରାଏଲୀ ଯାତ୍ରୀ ୟାନିଭ୍‌ ହାୟୁନ୍‌ ପେସାରେ ଜଣେ ପ୍ଲମ୍ବର। ସେ କକ୍‌ପିଟ୍‌ରେ ପଶି ଆକ୍ରମଣକାରୀ ସହପାଇଲଟ୍‌ଙ୍କୁ ନିୟନ୍ତ୍ରଣରୁ ହଟାଇବାରେ ସହାୟତା କରିଥିଲେ। ବିମାନ ତଳକୁ ଖସୁଥିବାବେଳେ ସେ ବିମାନକୁ ସ୍ଥିର କରିବାରେ ମଧ୍ୟ ସହଯୋଗ କରିଥିଲେ। ବିମାନ ସମ୍ପର୍କିତ ଟିଭି କାର୍ଯ୍ୟକ୍ରମ ‘ମେଡେ’ ଦେଖି ସେ କିଛି ଧାରଣା ପାଇଥିବା କହିଛନ୍ତି।

ଆସଫ୍‌ ରାଜୁଆନ୍‌ ଓ ଜ୍ୱିକା ମାନେସ୍‌
ବ୍ୟବସାୟୀ ଆସଫ୍‌ ରାଜୁଆନ୍‌ ମଧ୍ୟ କକ୍‌ପିଟ୍‌ରେ ପହଞ୍ଚି ଆକ୍ରମଣକାରୀଙ୍କୁ କାବୁ କରିବାରେ ସହଯୋଗ କରିଥିଲେ। ବ୍ୟାଙ୍କର ତଥା ବ୍ୟାଙ୍କ ଲିଉମିର ଅଣ୍ଡରରାଇଟିଂ କମ୍ପାନିର ସିଇଓ ଜ୍ୱିକା ମାନେସ୍‌ ମଧ୍ୟ ଆକ୍ରମଣକାରୀକୁ ବାନ୍ଧି ରଖିବାରେ ସହାୟତା କରିଥିଲେ। ହେଡ୍‌ଫୋନ୍‌ର ତାର ବ୍ୟବହାର କରି ତାଙ୍କୁ ନିୟନ୍ତ୍ରଣରେ ରଖାଯାଇଥିଲା।

FlyDubai: ଫ୍ଲାଇଦୁବାଇ ବିମାନର ୫ ହିରୋ; ପାଇଲଟ୍‌ଙ୍କ ସହ ପ୍ଲମ୍ବର, ବ୍ୟବସାୟୀ, ବ୍ୟାଙ୍କର ଓ ଦନ୍ତ ଚିକିତ୍ସକ

ଡାକ୍ତର ନ ଥିଲେ, ଦନ୍ତ ଚିକିତ୍ସକ ହେଲେ ଭରସା
ଦନ୍ତ ଚିକିତ୍ସକ ଶୋଟା ମୁସାଏଭ୍‌ ପ୍ରଥମେ ଆକ୍ରମଣକାରୀକୁ କାବୁ କରିବାରେ ସହଯୋଗ କରିଥିଲେ। ପରେ ଗୁରୁତର ଆହତ କ୍ୟାପ୍‌ଟେନ୍‌ ମାଚ୍ଛରଙ୍କ ଚିକିତ୍ସାରେ ଲାଗିଥିଲେ। ବିମାନରେ ସେ ଏକମାତ୍ର ଚିକିତ୍ସାବିତ୍‌ ଥିଲେ। ମାଚ୍ଛରଙ୍କ ରକ୍ତସ୍ରାବ ବନ୍ଦ କରିବାରେ ସେ ସଫଳ ହୋଇଥିଲେ। ପରେ ଦୁଇଜଣ ଅଫ୍‌-ଡ୍ୟୁଟି ପାଇଲଟ୍‌, ଯେଉଁମାନେ ଯାତ୍ରୀ ଭାବେ ବିମାନରେ ଥିଲେ, ନିୟନ୍ତ୍ରଣ ହାତକୁ ନେଇଥିଲେ। ବିମାନଟି ତବୁକ୍‌ ଦିଗକୁ ମୋଡ଼ ନେଇ ସୁରକ୍ଷିତ ଅବତରଣ କରିଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.