Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_d2dpkg72i24kihtnt98cf01l3n, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Flood: ବିପଦପୂର୍ଣ କାର୍ଯ୍ୟ କରିଥାନ୍ତି ଘାଇମଣିଷ ରାମରାକୂଳବାସୀ - CGPT.IN

Flood: ବିପଦପୂର୍ଣ କାର୍ଯ୍ୟ କରିଥାନ୍ତି ଘାଇମଣିଷ ରାମରାକୂଳବାସୀ

1 hour ago 2
ARTICLE AD BOX

ଦଶରଥପୁର (ଚନ୍ଦ୍ର ଶେଖର ସାହୁ):ଭଦ୍ରକ ହେଉ କି, ଯାଜପୁର, ଯେତେବେଳେ ନଦୀରେ ବନ୍ୟା ଆସି ଘାଇ ସୃଷ୍ଟି ହୁଏ। ଖୋଜାପଡନ୍ତି ରାମରାକୂଳବାସୀ। ଘାଇ ମରାମତି କରିବା ତାଙ୍କର କୌଳିକ ବୃତ୍ତି ପାଲଟିଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ପ୍ରଧାନୀ ପଞ୍ଚାୟତ ରାମରାକୂଳ ଗାଁର ପ୍ରାୟ ୩୦ ଲୋକ ଏହି କାର୍ଯ୍ୟ ଦୀର୍ଘବର୍ଷ ହେଲା କରୁଛନ୍ତି।  ଘାଇରେ ବନ୍ୟାଜଳ ପ୍ରବାହିତ ହେଉଥିବା ସମୟରେ ପଥରପ୍ୟାକିଂ, ବଲାପୋତା, ଘାଇ ମରାମତି କରିବା ଭଳି ବିପଦପୁର୍ଣ କାର୍ଯ୍ୟ କରିଥାନ୍ତି। ସେମାନଙ୍କ କହିବ ଅନୁସାରେ ସେମାନଙ୍କର ଗୁରୁ ସ୍ବର୍ଗତ କେଳୁ ଚରଣ ବେହେରା ପ୍ରଥମେ ଏହି କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ପରେ ତାଙ୍କ ପୁତ୍ର ଦେବେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୩୦ ଜଣ ଲୋକ ଏବେ ସେ କାର୍ଯ୍ୟ କରୁଛନ୍ତି। 

ନଦୀର ପ୍ରଖର ସ୍ରୋତ ହେଉ କିମ୍ବା ଅଥଳ ପାଣି ସବୁଠି  କୂଶଳୀ ଶ୍ରମିକ ଘାଇ ମରାମତି କାର୍ଯ୍ୟପାରନ୍ତି। ଯେଉଁଠି ମେସିନ୍ ମଧ୍ୟ ଫେଲ ମାରେ, ସେଠି ମଧ୍ୟ ମରାମତି କରିଦେଖାଇଥାନ୍ତି ରାମରାକୁଳ ଲୋକେ। ନଦୀରେ କୁମ୍ଭୀରର ଭୟକୁ ମଧ୍ୟ ବେଖାତିର କରି ବିପଦପୁର୍ଣ ଭାବେ କାର୍ଯ୍ୟ କରୁଥିବା ଦେଖାଯାଇଥାଏ। ଯାଜପୁର ଓ ଭଦ୍ରକ ଜିଲ୍ଲାରେ ନିୟମିତ ବନ୍ୟା ହେଉଥିବା ବେଳେ ବନ୍ଧ ‌ ଯେଉଁଠି ଧସିଲେ, ଘାଇ ସୃଷ୍ଟି ହେଲେ, ପଥର ପ୍ୟାକିଂ କରିବା ପାଇଁ ଖୋଜା ପଡନ୍ତି ପ୍ରଧାନୀ ପଞ୍ଚାୟତର ରାମରାକୂଳ ଲୋକ। ଏହି କାର୍ଯ୍ୟ ହିଁ ଏକ ମାତ୍ର କୌଳିକ ବୃତ୍ତି ଓ ସେବା ବୋଲି ଭାବିନେଇଛନ୍ତି ଏହି ସାହସୀ ଘାଇ ମଣିଷ। 

ବନ୍ୟା ଦାଉରୁ ଲୋକେ କିପରି ଯଥା ଶୀଘ୍ର ରକ୍ଷା ପାଇବେ,  ସେଥିପାଇଁ ରାତିଦିନ ଏକ କରି ପାଣିରେ କାମ କରିଥାନ୍ତି। ଦୀର୍ଘ ୧୨ ବର୍ଷ ହେବ ଦଶରଥପୁର ବ୍ଲକରେ ପ୍ରାୟ ୨୩ଟି ଘାଇ ହୋଇଥିବାବେଳେ ୨୦ ରୁ ଅଧିକ ସ୍ଥାନ ଧସିଛି। ଏହି ସମସ୍ତ କାର୍ଯ୍ୟ ରାମରାକୂଳ ଲୋକ ହିଁ କରିଛନ୍ତି। ଏଥିପାଇଁ ସେମାନେ ସମସ୍ତ ଯନ୍ତ୍ରପାତି ମହଜୁଦ ରଖିଥାନ୍ତି। ଚଳିତ ବର୍ଷ ବୈତରଣୀ ଏବଂ କାଣୀ ନଦୀରେ ଏକାଧିକ ସ୍ଥାନରେ ଘାଇ ଏବଂ ବନ୍ଧ ଧସିଯିବ ହୋଇଥିବାରୁ ଏହି ଲୋକମାନେ ଦଶରଥପୁରର କାଣୀ ନଦୀ ତରପଦା ପଞ୍ଚାୟତସ୍ଥ ଡୋଭାବିଲ ପାଟଣା ଘାଇ କାର୍ଯ୍ୟ, ବନ୍ଧ ଧସିବା କାର୍ଯ୍ୟ ଏବଂ ଯାଜପୁର - ଭଦ୍ରକ ୨୦ ନମ୍ବର ଜାତୀୟ ରାଜପଥ କୟଗୋଲା-ବୋଡ଼କଠାରେ ରାସ୍ତାରେ ଘାଇ ହୋଇଥିବା ସ୍ଥାନ ମରାମତି କରିଚାଲିଛନ୍ତି। 

Nepal floods: ନେପାଳ ବନ୍ୟା: ଚିତୱାନରୁ ୨୩୩ ଓ ନବଲପରାସି ପୂର୍ବରୁ ୧୫୮ ମୃତଦେହ ଉଦ୍ଧାର

ବେକେ ପାଣି ତ ଆଉ କେଉଁଠି ୧୫ ଫୁଟ ରୁ ଅଧିକ ପାଣିରେ ଘାଇ ମରାମତି କାମ କରୁଛନ୍ତି। ପ୍ରଖର ଜଳସ୍ରୋତ ସହିତ କୁମ୍ଭୀର ଆକ୍ରମଣର ଶିକାର ହେବାର ଆଶଙ୍କ ଥିବା ସତ୍ତ୍ବେ ଏହି ସାହସୀ  କୁଶଳୀ ଘାଇମଣିଷଙ୍କ ନାମରେ ସରକାର ସ୍ୱତନ୍ତ୍ର ଭାବେ କୌଣସି ଦୁର୍ଘଟଣା ପାଇଁ ସରକାରୀ ସହାୟତା ବ୍ୟବସ୍ଥା ନାହିଁ। ଏହା ଉପରେ ସରକାର ସ୍ବତନ୍ତ୍ର ଧ୍ୟାନ ଦେବାକୁ ଦେବେନ୍ଦ୍ର ବେହେରା, ବିଜୟ କୁମାର ସାହୁ, ଅଦେୟତ୍ୟ ବେହେରା, କପିଳେନ୍ଦ୍ର ବେହେରା, ମାନସ ରଞ୍ଜନ ଖିଲାର, ଦୁଃଶାସନ ବିଶ୍ୱାଳ, ନକୁଳ ବିଶ୍ୱାଳ, ମାନସ ରଞ୍ଜନ ରାଉତ, ଦୀପକ ସାହୁ ପ୍ରମୁଖ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.