Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_dlc55q6365rbiopfhk1toq5p7d, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Lightning: ବଜ୍ରାଘାତରେ ଜଣେ ମୃତ ୪ ଗୁରୁତର - CGPT.IN

Lightning: ବଜ୍ରାଘାତରେ ଜଣେ ମୃତ ୪ ଗୁରୁତର

1 hour ago 3
ARTICLE AD BOX

ରାଇରଙ୍ଗପୁର/ବିଜାତଳା (ତୁଷାର କାନ୍ତ ମହାନ୍ତ):ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ପୁଣି ଅଘଟଣ ଘଟିଛି। ବିଲରୁ ଫେରୁଥିବା ବେଳେ ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ଚାଷୀ ଗୁରୁତର ଅଛନ୍ତି।

ସୂଚନା ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବଣକାଟି ଗ୍ରାମର ୫ ଜଣ ମହିଳା ବଣମୁଣ୍ଡା ଗ୍ରାମରେ ଥିବା ବିଲକୁ କାମ କରିବାକୁ ଯାଇଥିଲେ। କାମ ସାରି ଘରକୁ ଫେରୁଥିବା ସମୟରେ ହଠାତ୍ ବଜ୍ରପାତ ଘଟିବାରୁ ଗୁରୁବାରୀ ବେହେରା (୬୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ଲଷ୍ମୀମଣୀ ସି, ପାନମଣି ମହାକୁଡ଼, ବୃନ୍ଦାବତୀ ବେହେରା ସାବିତ୍ରୀ ବେହେରା ପ୍ରମୁଖ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। 

Lightning Strike ବଜ୍ରପାତରେ ମହିଳା କୃଷି ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର

ତେବେ ଡାକ୍ତର ଗୁରୁବାରୀଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ଥିବା ସୂଚନା। ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୁଲିସ ହସ୍ପିଟାଲ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.