ARTICLE AD BOX
ବରୀ: ଧୋଇଆ ଅଞ୍ଚଳକୁ ବନ୍ୟାମୁକ୍ତ କରିବା ପାଇଁ ବନ୍ୟାଞ୍ଚଳ ଗଣମୁକ୍ତି ଅଭିଯାନ ଶୁକ୍ରବାର ଠାରୁ ଆରମ୍ଭ କରାଯାଇଛି। ନବନିର୍ମାଣ କୃଷକ ସଂଗଠନର ନେତା ନିମାଇଁ ରାୟଙ୍କ ଆବାହକତ୍ବରେ ପ୍ରାଥମିକ ସ୍ତରରେ ବରୀର କୃଷକ ସଂଗଠନ, ଦୀପାଞ୍ଚଳ ଉନ୍ନୟନ ପରିଷଦ, ପର୍ଯ୍ୟଟନ ବିକାଶ ପରିଷଦ ଓ ବରୀର ଗଣମାଧ୍ୟମ ସମୂହର ମିଳିତରେ ଆଜିଠାରୁ ବନ୍ୟାଞ୍ଚଳ ଗ୍ରାମ ପରିକ୍ରମା ଆରମ୍ଭ ହୋଇଛି।
ଅଭିଯାନକୁ ଶୁଭାରମ୍ଭ କରିଥିଲେ ହରେକୃଷ୍ଣ ପଣ୍ଡା
ବରୀ ବଜାରେ ଥିବା ଗୋପବନ୍ଧୁ ଚୌଧୁରୀ ଓ ମା ରମାଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଦୀପାଞ୍ଚଳର ସଭାପତି କୁଳମଣି ଶୁକ୍ଲ ଓ ଅଖିଳଚକ୍ର ଅନୁଷ୍ଠାନର ସଭାପତି ହରେକୃଷ୍ଣ ପଣ୍ଡା ଅଭିଯାନକୁ ଶୁଭାରମ୍ଭ କରିଥିଲେ। ଆବାହକ ଶ୍ରୀ ରାୟ ଅଭିଯାନର ଆଭିମୁଖ୍ୟ ସଂପର୍କରେ ସୂଚନା ରଖି କହିଥିଲେ ଦୀର୍ଘ ୮୦ ବର୍ଷର ସ୍ବାଧିନତା ପରେ ଏବେବି ଆମ୍ଭେ ବନ୍ୟାଦାଉରୁ ମୁକ୍ତି ପାଇପାରି ନାହାଁନ୍ତି। ଉପକୂଳ ଓଡ଼ିଶାର ଏକ ବୃହତ୍ତ ବନ୍ୟାଅଞ୍ଚଳ ଯାହାକି ବ୍ରାହ୍ମଣୀ କେଲୁଅ ନଦୀର ଉତ୍ପତ୍ତି ସ୍ଥଳ ଧର୍ମଶାଳା ଆରମ୍ଭ ହୋଇ ବଡ଼ଚଣା, ରସୁଲପୁର, ଯାଜପୁର, ବରୀ, ବିଂଝାରପୁର, ପଟ୍ଟାମୁଣ୍ଡାଇ, ଆଳି ପର୍ଯ୍ୟନ୍ତ ପରିବ୍ୟାପ୍ତ । ୭୫ କିମି ଲମ୍ବ ୨୦ କିମି ପ୍ରସସ୍ଥ ପରିସୀମା ମଧ୍ୟରେ ରହିଛି ଏହି ଧୋଇଆ ଅଞ୍ଚଳ। ଏହି ୮୦ ବର୍ଷ ମଧ୍ୟରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନଦୀବନ୍ଧ ବନ୍ୟାନିୟନ୍ତ୍ରଣ ପାଇଁ ନିର୍ମାଣ କରାଯାଇଛି। ଠାଏଠାଏ ବନ୍ଧ ନିର୍ମାଣ ଦ୍ବାରା ବନ୍ୟାକୁ ରୋକାଯାଇ ପାରି ନାହିଁ।
Brutally Assaulted: ସାଙ୍ଗକୁ ଡ଼ାକି ନେଇ ମଦ ପିଇଲେ, ନିର୍ଦ୍ଧୁମ ମାଡ଼ ମାରି ଦରମରା କରି ପକେଇ ଦେଲେ
ଏଭଳି ସଙ୍ଗୀନ ପରିସ୍ଥିତିରେ ଧୋଇଆ ଅଞ୍ଚଳର ସମସ୍ତ ବର୍ଗର ଜନସାଧାରଣ ଗଭୀର ଭାବେ ଚିନ୍ତା କରିବାର ସମୟ ଆସିଛି। ଚାଷୀ, ମୂଲିଆ, ମହିଳା, ଯୁବକ, ବୁଦ୍ଧିଜୀବୀ, ରାଜନେତା, ଲୋକପ୍ରତିନିଧି ଆଜି ସମସ୍ତଙ୍କର ସଂପୃକ୍ତିରେ ହିଁ ଆମେ ବନ୍ୟା ମୁକ୍ତିର ବାଟ ପାଇବା। କେଉଁଠି ବନ୍ଧ ମୁକ୍ତ, ଆନିକଟ୍, ସୁଦୃଢ ନଦୀବନ୍ଧ, ନଦୀ ସଂଯୋଗୀକରଣ ହେବ ନା ଅନ୍ୟ କିଛି ପଦ୍ଧତି ଆପଣେଇ ପାରିବା ତାହାର ନିର୍ଣ୍ଣୟ ନେବାକୁ ଆସନ୍ତା ୨୭ ତାରିଖରେ ବରୀ ବ୍ଲକ ଅଜାଣ ଛକ ଠାରେ ଏକ ଖୋଲା ମଞ୍ଚର ଆୟୋଜନ କରାଯାଉଛି। ଆଜି ଠାରୁ ଆରମ୍ଭ ହୋଇଥିବା ଅଭିଯାନ ବା ସଚେତନତା ବାର୍ତ୍ତାନେଇ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଗାଁ ଗାଁରେ ଜନସଂପର୍କ ଜାରି ରହିବ ବୋଲଇ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ସାମଲ, ନବ କିଶୋର ପରିଡ଼ା, ବିବେକାନନ୍ଦ ନାଥ, ପ୍ରଭାସ ଚନ୍ଦ୍ର ଦାସ, ମାଧବାନନ୍ଦ ଶାନ୍ତି, ବଲ୍ଲଭ ଜେନା, ପ୍ରମୁଖ ଏକ ଟିମ୍ ବରୀବଜାରରୁ ବାହାରି ବ୍ଲକର ବିଭିନ୍ନ ପଞ୍ଚାୟତରୁ ବାଇକ୍ ଯାତ୍ରା କରିଛନ୍ତି। ପ୍ରଥମ ଦିବସରେ ବିଂଝାରପୁର ବ୍ଲକର ଖରତ୍ସୋତା ବଞ୍ଚାଅ ପରିଷଦର ସଭାପତି ଅଟଳ ବିହାରି ନାୟକ ଏହି ଅଭିଯାନରେ ଯୋଗ ଦେଇଥିବା ଜଣାପଡ଼ିଛି।

1 hour ago
1


