ARTICLE AD BOX
କେନ୍ଦ୍ରାପଡା: ଲଗାଣ ବର୍ଷା ଫଳରେ ବୈତରଣୀ ଓ ଖରସ୍ରୋତା ନଦୀର ପାଣି ବଢ଼ିବାରେ ଲାଗିଛି | ନଦୀ ଜଳ ବଢୁଥିବାବେଳେ ରାଜକନିକା ବ୍ଲକର ପନ୍ଦର ପଞ୍ଚାୟତର ୩୫ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି l ରାଜକନିକାର ଗୁଣ୍ଠଳ ସ୍କୁଲ ପରିସରରେ ଆଣ୍ଠୁଏ ପାଣି ଏବେ ବି ଥିବାବେଳେ ପିଇବା ପାଣିର ସମସ୍ୟା ସହ ବାରlହା ଦୋମଣ୍ଡ ପଞ୍ଚାୟତର କାଇମା କନପୁରରୁ ଗୁଣ୍ଠଳ ରାସ୍ତାରେ ଶହେ ଫୁଟର ଘାଇ ହୋଇଛି | ଏହା ଫଳରେ ତିନି ଗାଁ କନପୁର, ଗୁଣ୍ଠଳ ଓ ଦୋମଣ୍ଡl ଗାଁ ଦାଣ୍ଡରେ ଅଣ୍ଟାଏ ପାଣି ରହିଛି l
ଆହୁରି ପଢନ୍ତୁ: Vande Mataram Controversy: ‘ବନ୍ଦେ ମାତରମ୍’ର କେବଳ ଦୁଇଟି ପଦ ଗାଇବା ନିଷ୍ପତ୍ତିରେ କଂଗ୍ରେସ ଅଟଳ: ବିଜେପିର କଡ଼ା ସମାଲୋଚନା
ବାରlହା ଦୋମଣ୍ଡl ପଞ୍ଚାୟତର କାଇମା କନପୁର ଓ ବାରlହା କନପୁର ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଥିବାବେଳେ କୁମ୍ଭୀର ଓ ସାପ ଭୟରେ କଟୁଛି ବନ୍ୟା ବିପନ୍ନଙ୍କ ଜୀବନ | ବନ୍ୟା ଅଞ୍ଚଳରେ ପିଇବା ପାଣିର ସମସ୍ୟା ରହିଥିବାବେଳେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ଯାଇଛି l ଘାଇ ହେବା ଫଳରେ ଗାଁ ଗୁଡିକ ଜଳମଗ୍ନ ହୋଇଥିବାବେଳେ ଗାଁରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଔଷଧ ବଣ୍ଟନ କରାଯାଉଛି l

53 minutes ago
1


