ARTICLE AD BOX
ଭୁବନେଶ୍ୱର: ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବନ୍ୟାରେ ପ୍ରଭାବିତ ପରିବାରଗୁଡ଼ିକ ପାଇଁ ଶ୍ରୀ ସତ୍ୟ ସାଇ ଟ୍ରଷ୍ଟ ଫର ୟୁନିଭର୍ସାଲ ୱେଲଫେୟାର (SSSTFUW) ପକ୍ଷରୁ ପ୍ରଦାନ କରାଯାଇଥିବା ରିଲିଫ ସାମଗ୍ରୀକୁ ରବିବାର ଦିନ ଲୋକଭବନରୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ପଠାଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରଥମ ମହିଳା ଡ଼ ଜୟଶ୍ରୀ କମ୍ଭମପାଟି ଓ ରାଜ୍ୟପାଳଙ୍କ କମିସନର ତଥା ଶାସନ ସଚିବ ଡ଼ ରୂପା ରୋଶନ ସାହୁ ମଧ୍ୟ ଉପସ୍ଥିତ ଥିଲେ I
ଟ୍ରଷ୍ଟର ପ୍ରମୁଖ ଜନକଲ୍ୟାଣମୂଳକ ପଦକ୍ଷେପ ‘ଶ୍ରୀ ସତ୍ୟ ସାଇ ଦିବ୍ୟାମୃତମ୍ (SSSDA)’ ଅଧୀନରେ ଏହି ସହାୟତା ଯୋଗାଇ ଦିଆଯାଇଛି। ଏଥିରେ ୧,୫୦୦ଟି ଶୁଖିଲା ରାସନ କିଟ ରହିଛି। ପ୍ରତ୍ୟେକ କିଟ୍ରେ ଚାଉଳ, ଡାଲି, ଖାଇବା ତେଲ, ଚିନି, ଗହମ ଅଟା, ଲୁଣ, ଚୁଡ଼ା ଓ ସାବୁନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ରହିଛି।
ଇଏ କି ପ୍ରକାର ପ୍ରସ୍ତୁତି? ଡଙ୍ଗା ନାହିଁ; ପହଞ୍ଚି ପାରୁନି ରିଲିଫ ସାମଗ୍ରୀ
ସମ୍ପ୍ରତି ବନ୍ୟା ଯୋଗୁଁ ଘର ଓ ଜୀବିକା ପ୍ରଭାବିତ ହୋଇଥିବା ଦୁଇ ଜିଲ୍ଲାର ପରିବାରଗୁଡ଼ିକ ମଧ୍ୟରେ ଏହି ରିଲିଫ ସାମଗ୍ରୀ ବଣ୍ଟନ କରାଯିବ। ଟ୍ରଷ୍ଟର ଏହି ପଦକ୍ଷେପକୁ ପ୍ରଶଂସା କରି ରାଜ୍ୟପାଳ କହିଛନ୍ତି ଯେ, ବନ୍ୟାରେ ପ୍ରଭାବିତ ପରିବାରଗୁଡ଼ିକୁ ସମୟୋଚିତ ସହାୟତା ଯୋଗାଇବା ଦ୍ୱାରା ସେମାନଙ୍କୁ ପୁନର୍ବାର ସ୍ୱାଭାବିକ ଜୀବନକୁ ଫେରିବାରେ ସହାୟକ ହୁଏ। ଶ୍ରୀ ସତ୍ୟ ସାଇ ଟ୍ରଷ୍ଟ ଫର ୟୁନିଭର୍ସାଲ ୱେଲଫେୟାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ମୁଖ୍ୟାଳୟ ଥିବା ଏକ ପଞ୍ଜୀକୃତ ସାର୍ବଜନୀନ ଦାତବ୍ୟ ଟ୍ରଷ୍ଟ ଅଟେ।

1 hour ago
2


