Flood in Bhadrak: ରିଲିଫ୍‌ ଓ ବନ୍ୟା କ୍ଷୟକ୍ଷତିର ସଠିକ ଆକଳନ ଦାବି; ତହସିଲଦାରଙ୍କୁ ଘେରିଲେ ବିଜେଡି ନେତା

1 hour ago 3
ARTICLE AD BOX

ଭଦ୍ରକ/ଧାମନଗର: ରିଲିଫ ଓ ବନ୍ୟା କ୍ଷୟକ୍ଷତିର ଆକଳନ ଠିକ୍‌ ଭାବରେ କରିବା ଦାବି କରି ଆଜି ଧାମନଗର ବ୍ଲକର ବିଜେଡି ନେତା ଓ  ଜନପ୍ରତିନିଧିମାନେ ବନ୍ୟା ବିପନ୍ନଙ୍କ ରିଲିଫ୍, ପଲିଥିନ୍ ଓ ସହାୟତା ବଣ୍ଟନ ସମ୍ପର୍କରେ ତହସିଲଦାରଙ୍କୁ ଭେଟି ପ୍ରଶ୍ନ ଉଠାଇଥିଲେ।  

ତହସିଲଦାରଙ୍କୁ ଦିଆଯାଇଥିବା ଦାବିକୁ ନେଇ ତୀବ୍ର ଆପତ୍ତା ଉଠାଇଥିଲେ ଧୂଷୁରୀ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ। ରିଲିଫ୍ କାହାକୁ ମିଳୁଛି, କେଉଁ ଆଧାରରେ ମିଳୁଛି ଏବଂ ପ୍ରକୃତ ବିପନ୍ନଙ୍କ ପାଖରେ ସହାୟତା ପହଞ୍ଚୁଛି କି ନାହିଁ—ଏହାର  ଜବାବ ଦେବାକୁ ତହସିଲଦାରଙ୍କୁ ତାଗିଦ କରାଯାଇଥିଲା। 

ଏହି ଅବସରରେ ଧାମନଗର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଅଶୋକ ନାୟକ ଓ  ଅନ୍ୟ ବିଜେଡି ନେତା, ସମିତି ସଭ୍ୟ, ସରପଂଚ, ଜିଲ୍ଲାପରିଷଦ ସଭ୍ୟମାନେ ଉପସ୍ଥିତ ରହିଥିଲେ। ବନ୍ୟାରେ ଲୋକମାନଙ୍କର ସର୍ବସ୍ୱ ଉଜୁଡ଼ି ଯାଇଛି। ଏଭଳି ପରିସ୍ଥିତିରେ ରାଜନୀତି ନକାରି ପ୍ରକୃତ ବିପନ୍ନ ଲୋକଙ୍କୁ ସହାୟତା ଦିଆଯାଉ। ଦଳୀୟ ମନୋଭାବ ରଖି ରିଲିଫ ଦିଆ ନ ଯାଉ। ବିପନ୍ନଙ୍କୁ ଠିକ୍‌ ଭାବରେ ଚିହ୍ନଟ କରାଯାଉ ବୋଲି ଜିଲ୍ଲାପରିଷଦ ସଭୟ ପ୍ରଦୀପ ମଲ୍ଲିକ ଦାବି ଉଠାଇଛନ୍ତି। 

Kendujhar: କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

ସେହିପରି ପୂର୍ବତ୍ତନ ଅଧ୍ୟକ୍ଷ  ଅଶୋକ ନାୟକ କହିଛନ୍ତି ପ୍ରଜୁତ ଲୋକଙ୍କ ପାଖରେ ସରକାରୀ ସହାୟତା  ପହଞ୍ଚି। ଏଠି କିଛି ରାଜନୀତି କରାନଯାଉ। ଯାହାର ସବୁ କିଛି ଉଜୁଡି ଯାଉଛି  ସେ ଭଳି ଲୋକଙ୍କୁ ଚିହ୍ନଟ କରାଯାଉ। ବିକୁ ଶ୍ରୀ ନାୟକ ଦାବି  କରୁଛନ୍ତି। ବନ୍ୟା ପରେ ଆରମ୍ଭ ହୋଇଛି ରାଜନୀତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.