ARTICLE AD BOX
ଗୁଆହାଟୀ: ଆସାମର ଚାରୋଟି ଜିଲ୍ଲା ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ବ୍ୟାପକ ଭାବରେ ପ୍ରଭାବିତ ହେବାର ତିନି ସପ୍ତାହ ପରେ, ରାଜ୍ୟ ସରକାର ରବିବାର ବନ୍ୟା କ୍ଷୟକ୍ଷତିର ଆକଳନ କରିବା ପାଇଁ ଏକ ସର୍ଭେ ଆରମ୍ଭ କରିଛନ୍ତି। ଏହି ବନ୍ୟାରେ ୯୯ ଜଣଙ୍କ ଜୀବନ ଯାଇଛି, ଶହ ଶହ ଘର ନଷ୍ଟ ହୋଇଛି ଓ ହଜାର ହଜାର ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି। ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ ଜାରି ରହିବ। ପ୍ରଭାବିତ ପରିବାରକୁ କ୍ଷତିପୂରଣ ଓ ପୁନର୍ବାସ ପାଇଁ ସହାୟତା ପ୍ରଦାନ କରିବା ପାଇଁ କ୍ଷୟକ୍ଷତିର ଆକଳନ କରାଯାଉଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେଶବ ମହନ୍ତ କହିଛନ୍ତି ଯେ, ଶିବସାଗର, ଚରାଇଦେଓ, ଜୋରହାଟ ଓ ଗୋଲାଘାଟ ଜିଲ୍ଲାରେ ସର୍ଭେ କରାଯିବ। ୧୯ ଜୁଲାଇରେ ଆସାମରେ ବନ୍ୟା ଆସିବା ଦ୍ୱାରା ଏହି ଚାରି ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା। କ୍ଷତିପୂରଣ ଢାଞ୍ଚାର ବିସ୍ତୃତ ବିବରଣୀ ଦେଇ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ବିମଳ ବୋରାହ କହିଛନ୍ତି ଯେ, ପ୍ରତି ପରିବାର ପାଇଁ କ୍ଷତିପୂରଣ ୧.୭୮ ଲକ୍ଷ ଟଙ୍କାରୁ ଆରମ୍ଭ କରି ୩.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଯେଉଁମାନଙ୍କ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯିବ।
ଘର ଭିତରେ ଥିବା ଉପକରଣ ଓ ଜିନିଷପତ୍ର ନଷ୍ଟ ହୋଇଯାଇଥିବା ସ୍ଥାନରେ ମଧ୍ୟ ଗୁରୁତର ଭାବରେ କ୍ଷତିଗ୍ରସ୍ତ ଲୋକଙ୍କୁ ସମାନ ପରିମାଣର ଅର୍ଥରାଶି ମିଳିବ। ଗୃହପାଳିତ ପଶୁଙ୍କ ମୃତ୍ୟୁ କ୍ଷେତ୍ରରେ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯିବ। ଆସାମ ସରକାର ତତ୍କାଳୀନ କ୍ଷତିପୂରଣ ବାବଦରେ ୭୦,୦୦୦ ପ୍ରଭାବିତ ପରିବାରକୁ ୧୫,୦୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିଥିଲେ। ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତଥ୍ୟ ଅନୁଯାୟୀ ଶନିବାର ସୁଦ୍ଧା ୯୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜିଲ୍ଲାର ୧୪୭,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ୬ ପ୍ରଭାବିତ ଜିଲ୍ଲାର ୮୫୦୦ ଲୋକ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର ହୋଇଛନ୍ତି।
Baitarani River: ଘାଇ ମରାମତି ହୋଇଥିବା ସ୍ଥାନର ୩ ଫୁଟ ଉଚ୍ଚତାରେ ବନ୍ୟା ଜଳ

1 hour ago
2


