Flight: ରାଜପଥରେ ଉଡ଼ାଣ ଓ ଅବତରଣ କଲା ଭାରତୀୟ ସେନାର ହେଲିକପ୍ଟର

48 minutes ago 1
ARTICLE AD BOX

ନୂଆଦିଲ୍ଲୀ: ରାଜସ୍ଥାନର ଦନ୍ତୋର ନିକଟ‌ରେ ଜାତୀୟ ରାଜପଥ ୯୧୧ର ଏକ ଅଂଶକୁ ଭାରତୀୟ ସେନା ଏହାର ସାମରିକ ହେଲିକପ୍ଟର ପାଇଁ ଏକ ଅସ୍ଥାୟୀ ହେଲିପ୍ୟାଡ୍‌ ଭାବେ ବ୍ୟବହାର କରିଛି। ମଙ୍ଗଳବାର ଭାରତ-ପାକିସ୍ତାନ ସୀମା ନିକଟରେ ଏକ ସମରାଭ୍ୟାସ ସମୟରେ ଭାରତୀୟ ସେନା ଜାତୀୟ ରାଜପଥକୁ ହେଲିପ୍ୟାଡ୍‌ରେ ପରିଣତ କରିଥିଲା। 

ତେବେ ୨୦୧୬ ସେପ୍ଟେମ୍ବର ୨୮-୨୯ ରାତିରେ ଭାରତୀୟ ସେନା ଏଲ୍‌ଓସିରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବାର ଆଜି ୧୦ ବର୍ଷ ପୂର୍ତ୍ତି ହୋଇଥିବା‌ବେଳେ ଏଭଳି ସମୟରେ ଭାରତୀୟ ସେନା ଦ୍ବାରା ଭାରତ-ପାକିସ୍ତାନ ସୀମା ନିକଟରେ ହୋଇଥିବା ସମରାଭ୍ୟାସ ଏକ ସଂଯୋଗ। ରାଜପଥର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ରୁଦ୍ର, ଧ୍ରୁବ ଓ ଚେତକ ହେଲିକପ୍ଟର ଉଡ଼ାଣ ଓ ଅବତରଣ କରିଛି। ଉଲ୍ଲେଖଯୋଗ୍ୟ ଯେ, କୌଣସି ପରିସ୍ଥିତିରେ ଯଦି ବାୟୁସେନା ଘାଟି, ଏୟାରଫିଲ୍ଡ ଓ ହେଲିପ୍ୟାଡ୍‌ ଉପଲବ୍ଧ ନ ଥାଏ ତେବେ ରାଜପଥକୁ କିଭଳି ହେଲିକପ୍ଟର ପରିଚାଳନା ପାଇଁ ବ୍ୟବହାର କରାଯାଇପାରିବ ସେଥିପାଇଁ ଆଜି ସମରାଭ୍ୟାସ ଚାଲିଥିଲା। 

India Helicopte: ଦୁର୍ଘଟଣା ପରେ ବି ଭାରତୀୟ ସେନାର ଚିତାଲ ହେଲିକପ୍ଟର ଉଡ଼ାଣ ଜାରି

Read Entire Article
LEFT SIDEBAR AD

Hidden in mobile, Best for skyscrapers.