Flight service: ଫୁକେଟ୍‌-ଦିଲ୍ଲୀ ବିମାନ ପାଇଲଟ୍‌ଙ୍କ ଦ୍ବିତୀୟ ଡୋପ୍‌ ଟେଷ୍ଟ ବି ପଜିଟିଭ୍‌

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର୍ ଇଣ୍ଡିଆ ବିମାନ ଏଆଇ୨୩୭୯ର ପାଇଲଟ୍‌-ଇନ୍‌-କମାଣ୍ଡଙ୍କ ଡୋପ୍‌ ଟେଷ୍ଟ ପୁଣି ଥରେ ପଜିଟିଭ୍‌ ଆସିଛି। ଅଗଷ୍ଟ ୪ରେ ଏହି ବିମାନ ଉଡ଼ାଣ ସମୟରେ ହଠାତ୍‌ ପ୍ରାୟ ୩୦୦ ଫୁଟ୍‌ ଉଚ୍ଚତା ହରାଇଥିବା ଘଟଣାର ତଦନ୍ତ ଚାଲିଥିବା ବେଳେ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି। ମଙ୍ଗଳବାର ମିଳିଥିବା ସୂଚନା ଅନୁସାରେ, ପାଇଲଟ୍‌ଙ୍କ ନମୁନାର ପରୀକ୍ଷାରୁ ସେଥିରେ ମାରିଜୁଆନା (ଗଞ୍ଜେଇ) ଥିବା ଜଣାପଡ଼ିଛି।

ଅଗଷ୍ଟ ୪ର ଘଟଣା ପରେ ବିମାନର ଉଭୟ ପାଇଲଟ୍‌ଙ୍କର ବାଧ୍ୟତାମୂଳକ ଡୋପ୍ ଟେଷ୍ଟ (ନିଶାସେବନ ପରୀକ୍ଷା) କରାଯାଇଥିଲା। ସହ-ପାଇଲଟ୍‌ଙ୍କ ପ୍ରାରମ୍ଭିକ ପରୀକ୍ଷାରେ କୌଣସି ସମାନ ସନ୍ଦେହ ଦେଖାଯାଇନଥିଲା। କିନ୍ତୁ ପାଇଲଟ୍‌-ଇନ୍‌-କମାଣ୍ଡଙ୍କ ପ୍ରାରମ୍ଭିକ ପରୀକ୍ଷାର ଫଳାଫଳ ଉପରେ ଅଧିକ ଯାଞ୍ଚ ଆବଶ୍ୟକ ବୋଲି କୁହାଯାଇଥିଲା। ଏହାପରେ ନମୁନାକୁ ଏକ ନିର୍ଦ୍ଦିଷ୍ଟ ପରୀକ୍ଷାଗାରକୁ ପଠାଯାଇଥିଲା। ଏବେ ସେହି ଦ୍ବିତୀୟ ପରୀକ୍ଷାର ଫଳାଫଳ ମଧ୍ୟ ପଜିଟିଭ୍‌ ଆସିଛି।

Air India: ଅହମଦାବାଦ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣା: ଫୁଏଲ୍‌ କଣ୍ଟ୍ରୋଲ୍‌ ସ୍ବିଚ୍‌ରେ ମିଳିଲାନି କୌଣସି ତ୍ରୁଟି, କହିଲେ ସରକାର

ଏହି ଘଟଣା ପରେ ଉଭୟ ପାଇଲଟ୍‌ଙ୍କୁ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ବିମାନ ଉଡ଼ାଣ ଦାୟିତ୍ବରୁ ହଟାଇ ଦିଆଯାଇଛି। ଅଗଷ୍ଟ ୪ରେ ଏୟାରବସ୍‌ ଏ୩୨୦ ବିମାନଟି ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ବେଳେ ଉଡ଼ାଣ ମଧ୍ୟରେ ହଠାତ୍‌ ପ୍ରାୟ ୩୦୦ ଫୁଟ୍‌ ତଳକୁ ଖସିଥିଲା। ଏହି ବିମାନର ପଞ୍ଜୀକରଣ ନମ୍ବର ଥିଲା ଭିଟି-ଇଏକ୍ସଓ। ବିମାନରେ ୩ ଶିଶୁ ସହ ୧୩୭ ଜଣ ଯାତ୍ରୀ ଓ ୮ ଜଣ କ୍ରୁ ସଦସ୍ୟ ଥିଲେ। ଘଟଣାରେ ୧୭ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ୪ ଜଣ କ୍ୟାବିନ୍‌ କ୍ରୁ ସଦସ୍ୟ ଥିଲେ। ପ୍ରାୟ ୫ ମିନିଟ୍‌ ଧରି ତୀବ୍ର ଝଟକା ଅନୁଭୂତ ହୋଇଥିଲା ଏବଂ କିଛି କ୍ରୁ ସଦସ୍ୟଙ୍କ ବେକ ଓ ମେରୁଦଣ୍ଡରେ ଆଘାତ ଲାଗିଥିଲା। ପରେ ବିମାନଟି ସ୍ଥିର ହୋଇ ନିରାପଦରେ ଦିଲ୍ଲୀରେ ଅବତରଣ କରିଥିଲା। 

ଏହି ଘଟଣାକୁ ନେଇ ସରକାର ଏୟାର ଇଣ୍ଡିଆ ଉପରେ ନଜର ବଢ଼ାଇଥିବା ବେଳେ ମଙ୍ଗଳବାର ବିମାନ କମ୍ପାନିର ବିଦାୟୀ ସିଇଓ କ୍ୟାମ୍ପବେଲ୍‌ ୱିଲ୍‌ସନ୍‌ଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଡକାଇଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ, ମନ୍ତ୍ରଣାଳୟର ସଚିବ ଏବଂ ଡିଜିସିଏର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଉପସ୍ଥିତ ଥିଲେ। ଏୟାର୍ ଇଣ୍ଡିଆ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସହଯୋଗ କରୁଥିବା କହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.