Fishing Boat: ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ଅଭିଯୋଗ

1 week ago 6
ARTICLE AD BOX

ଛତ୍ରପୁର: ଗଞ୍ଜାମଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ମତ୍ସ୍ୟଜେଟିରୁ ଜଣେ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ମତ୍ସ୍ୟଜୀବୀ ଜି. ମୋହନ ରାଓଙ୍କ ଡଙ୍ଗା ରବିବାର ବିଳମ୍ବିତ ରାତିରୁ ନିଖୋଜ ଥିବା ଅଭିଯୋଗ ହୋଇଛି। ନିଖୋଜ ଡଙ୍ଗାର ମୂଲ୍ୟ ୫ଲକ୍ଷଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମୋହନ ରବିବାର ସନ୍ଧ୍ୟାରେ ତାଙ୍କ ପଞ୍ଜୀକୃତ ମତ୍ସ୍ୟଜୀବୀ ଡଙ୍ଗା (ନଂ. IND-OR-07-MO-3295)କୁ ଆର୍ଯ୍ୟପଲ୍ଲୀ ମତ୍ସ୍ୟଜେଟିରେ ରଖିଥିଲେ। ପରେ ଡଙ୍ଗାଟି ଜେଟିରେ ନଥିବା ଦେଖି ସେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତେବେ କୌଣସି ସନ୍ଧାନ ନମିଳିବାରୁ ସୋମବାର ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି

ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଡଙ୍ଗାଟି ନିଖୋଜ ହୋଇଛି ନା ଚୋରି ହୋଇଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Death: ଭତ୍ତା ପାଇଁ ଆସିଥିଲେ, ନିରାଶ ହୋଇ ଫେରୁଥିବା ବେଳେ ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ବୃଦ୍ଧାଙ୍କ ଜୀବନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.