AI Generated Video: ଉଜ୍ଜୈନ ଶାହୀ ମସଜିଦ୍ ବିବାଦ: ଭ୍ରାନ୍ତ ଏଆଇ ଭିଡିଓ ଯୋଗୁଁ ହିଂସା, ୮ଟି ଏଫଆଇଆର୍ ରୁଜୁ

56 minutes ago 1
ARTICLE AD BOX

ଭୋପାଳ/ଉଜ୍ଜୈନ: ମଧ୍ୟପ୍ରଦେଶର ଉଜ୍ଜୈନସ୍ଥିତ ଶାହୀ ମସଜିଦକୁ ସମ୍ପୂର୍ଣ୍ଣ ଭଙ୍ଗାଯାଉଥିବା ନେଇ ସୋସିଆଲ ମିଡିଆରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପ୍ରସ୍ତୁତ ଭ୍ରାନ୍ତ ଭିଡିଓ ଭାଇରାଲ୍ ପରେ ସେଠାରେ ଗୁରୁତର ଉତ୍ତେଜନା ପ୍ରକାଶ ପାଇଛି। ଏହି ଭିଡିଓ ଦ୍ୱାରା ପ୍ରଭାବିତ ହୋଇ ରବିବାର ରାତିରେ ମସଜିଦ ନିକଟରେ ବିଶାଳ ଜନସମାଗମ ହେବା ସହ ଉତ୍ତ୍ୟକ୍ତ ଲୋକେ ସୁରକ୍ଷାକର୍ମୀଙ୍କ ଉପରକୁ ଢେଲା ମାଡ଼ କରିଛନ୍ତି। 

ପରିସ୍ଥିତିକୁ ଆୟତ୍ତ କରିବା ଲାଗି ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ଏବଂ ମୃଦୁ ଲାଠିଚାଳନା କରାଯାଇଛି। ଏହି ଘଟଣାରେ ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରି ୩ଟି ଥାନାରେ ୨୦ ଜଣଙ୍କ ବିରୋଧରେ ୮ଟି ଏଫଆଇଆର୍ ରୁଜୁ କରିବା ସହ ଉତ୍ତେଜନାମୂଳକ ଭିଡିଓ ସେୟାର କରିଥିବା ୫ ଜଣ କଣ୍ଟେଣ୍ଟ କ୍ରିଏଟରଙ୍କ ନାମ ମଧ୍ୟ ସାମିଲ କରିଛି।

୫ ଜଣ କଣ୍ଟେଣ୍ଟ କ୍ରିଏଟରଙ୍କ ନାମ ସାମିଲ

ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୨୦୨୮ ସିଂହସ୍ଥ କୁମ୍ଭମେଳା ନିମନ୍ତେ କାନ୍ଥଲ ଛକରୁ ଗୋପାଳ ମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ୧୫ ମିଟର ପ୍ରଶସ୍ତୀକରଣ କରାଯାଉଛି। ଏହି ପ୍ରକଳ୍ପ ଅଧୀନରେ ଆସୁଥିବା ୨୭୨ଟି ନିର୍ମାଣ ମଧ୍ୟରୁ ମସଜିଦର କେବଳ କିଛି ଅଂଶ (ପ୍ରାୟ ୩ ଫୁଟ) ବାହାର କରାଯାଉଛି। ମାତ୍ର ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରାଯାଇ ସମ୍ପୂର୍ଣ୍ଣ ମସଜିଦ ଭଙ୍ଗାଯାଉଥିବା ଦର୍ଶାଯାଇଥିଲା।

ଉଜ୍ଜୈନ ଏସପି ପ୍ରଦୀପ ଶର୍ମା କହିଛନ୍ତି ଯେ ସିସିଟିଭି ଏବଂ ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ଢେଲା ମାଡ଼ରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଉଛି। ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ କେତେକଙ୍କୁ ଗିରଫ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପୁଲିସ ଓ ରାପିଡ୍ ଆକ୍ସନ ଫୋର୍ସର ପ୍ରାୟ ୨,୫୦୦ ଯବାନଙ୍କୁ ମୁତୟନ କରାଯାଇଛି।

ଶୀର୍ଷ ୧୦ କୁଖ୍ୟାତ ତାଲିକାରେ ଗୋଲ୍ଡି ସାମିଲ

ଅପରପକ୍ଷରେ ଉଜ୍ଜୈନ ସହର କାଜି ଖଲିଲ୍-ଉର୍-ରେହମାନ ଏବଂ ଜିଲ୍ଲା କଲେକ୍ଟର ରୋଶନ ସିଂହ ଲୋକଙ୍କୁ କୌଣସି ଗୁଜବରେ ନପଡ଼ିବାକୁ ନିବେଦନ କରିଛନ୍ତି। ପ୍ରଶାସନ, ମସଜିଦ କମିଟି ଏବଂ ନୁମାଇନ୍ଦା କମିଟି ମଧ୍ୟରେ ଆପୋଷ ବୁଝାମଣା ହୋଇସାରିଛି। ସେହିପରି ମଧ୍ୟପ୍ରଦେଶ ହାଇକୋର୍ଟରେ ମଧ୍ୟ ସମାଧାନ ସମ୍ପର୍କରେ ଜଣାପଡ଼ିବା ପରେ ଏହି ମାମଲାକୁ ଖାରଜ କରାଯାଇଛି। ବର୍ତ୍ତମାନ ସହରରେ ଫ୍ଲାଗ୍ ମାର୍ଚ୍ଚ ଜାରି ରହିଛି ଏବଂ ପରିସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.