ARTICLE AD BOX
ଦୟାନଦୀରେ ଅଘଟଣ । ମାଛ ଧରିବାକୁ ଯାଇ ନଦୀରେ ବୁଡ଼ି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ଛାୟା ଖେଳିଯାଇଛି । ସୂଚନା ଅନୁସାରେ, କଣାସ ବ୍ଲକ ଜାଗୁଳେଇପଦର ନିକଟ ଦୟାନଦୀରେ ଏହି ଅଘଟଣ ଘଟିଛି ।
falling into daya river Photograph: (sambad.in)କଣାସ: ଦୟାନଦୀରେ ଅଘଟଣ। ମାଛ ଧରିବାକୁ ଯାଇ ନଦୀରେ ବୁଡ଼ି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ଛାୟା ଖେଳିଯାଇଛି। ସୂଚନା ଅନୁସାରେ, କଣାସ ବ୍ଲକ ଜାଗୁଳେଇପଦର ନିକଟ ଦୟାନଦୀରେ ଏହି ଅଘଟଣ ଘଟିଛି। ଜଣେ ମତ୍ସ୍ୟଜୀବୀ ଡଙ୍ଗା ଯୋଗେ ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ହଠାତ୍ ଡଙ୍ଗାରୁ ଖସି ନଦୀରେ ପଡ଼ିଯାଇଥିଲେ ।
Missing: ଘର ସାମ୍ନାରୁ ନାବାଳକ ନିଖୋଜ
ଉଦ୍ଧାର କାର୍ଯ୍ୟ ଆରମ୍ଭ
ପରେ ସେ ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏନେଇ ପ୍ରଶାସନକୁ ଖବର ଦିଆଯିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ଜାରି ରଖିଛନ୍ତି। ତେବେ ଏପର୍ଯ୍ୟନ୍ତ ନିଖୋଜ ମତ୍ସ୍ୟଜୀବୀଙ୍କ କୌଣସି ସନ୍ଧାନ ମିଳିନାହିଁ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 hours ago
1


