First Flight: ଝିଅ ସହ ସ୍କାଏଙ୍କ ପ୍ରଥମ ବିମାନ ଯାତ୍ରା

7 hours ago 2
ARTICLE AD BOX

ଭାରତୀୟ ଟ୍ବେଣ୍ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନବଜାତ ଝିଅ ରିଦ୍ଧିମା ସହ ପ୍ରଥମ ବିମାନ ଯାତ୍ରା କରିଛନ୍ତି। ସ୍କାଏ ଭାବେ ପରିଚିତ ଏହି ଭାରତୀୟ ବ୍ୟାଟର୍‌ ଚଳିତ ବର୍ଷ ମେ ୭ ତାରିଖରେ ପିତା ହେବାର ସୌଭାଗ୍ୟ ପାଇଥିଲେ।

 (google) Photograph: (google)

ନୂଆଦିଲ୍ଲୀ: ଭାରତୀୟ ଟ୍ବେଣ୍ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନବଜାତ ଝିଅ ରିଦ୍ଧିମା ସହ ପ୍ରଥମ ବିମାନ ଯାତ୍ରା କରିଛନ୍ତି। ସ୍କାଏ ଭାବେ ପରିଚିତ ଏହି ଭାରତୀୟ ବ୍ୟାଟର୍‌ ଚଳିତ ବର୍ଷ ମେ ୭ ତାରିଖରେ ପିତା ହେବାର ସୌଭାଗ୍ୟ ପାଇଥିଲେ। ପିତା ହେବା ପରେ ପତ୍ନୀ ଦେବୀଶା ସେଟ୍ଟୀଙ୍କ ସହ ବିମାନ ଯାତ୍ରା କରିଛନ୍ତି। ଦେବୀଶା ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ବିମାନରେ ଝିଅ ଓ ପତିଙ୍କ ସହ ଊଠାଇଥିବା ସେଲ୍‌ଫି ପୋଷ୍ଟ୍‌ କରିଛନ୍ତି। ଏହାର ଶିରୋନାମରେ ସେ ଲେଖିଛନ୍ତି, ‘ଆମ କୁନି ଝିଅ ସହ ପ୍ରଥମ ବିମାନ ଯାତ୍ରା’। ଏହି ପୋଷ୍ଟ୍‌କୁ ସ୍କାଏଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିବା ସହ ଯାତ୍ରା ସୁଖମୟ ହେଉ ବୋଲି କମେଣ୍ଟ କରିଛନ୍ତି। ଚଳିତ ମାସରେ ସ୍କାଏ ଓ ଦେବୀଶା ଦଶମ ବିବାହ ବାର୍ଷିକୀ ଝିଅ ଉପସ୍ଥିତିରେ ପାଳନ କରିଥିଲେ। ଭାରତକୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟ ଦେବାର ୩ ମାସ ପରେ ସୂର୍ଯ୍ୟଙ୍କୁ ଖରାପ ଫର୍ମ ପାଇଁ ଦଳରୁ ବାଦ୍‌ ଦିଆଯାଇଛି। ସୂର୍ଯ୍ୟ ପୁଣି ଥରେ ଦଳକୁ ଫେରିବା ଲାଗି କଠିନ ପରିଶ୍ରମ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ବୃଦ୍ଧଙ୍କୁ ୧୦ କୋଟି ଠକେଇ ମାମଲାରେ ‘ରିଲ୍‌ ଷ୍ଟାର’ ଗିରଫ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.