Firecracker accident: ବାଣ ଫୁଟାଇ ୬ ଆହତ ଜଣେ ଗୁରୁତର

2 hours ago 1
ARTICLE AD BOX

ବାଲେଶ୍ବର ଜିଲ୍ଲା ସୋରର ବିଭିନ୍ନ ଅଂଚଳରୁ ବାଣ ଫୁଟାଇ ୬ ଜଣ ଆହତ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି।  ଆଜି ପବିତ୍ର ଦୀପାବଳି ଉପଲକ୍ଷେ ବିଭିନ୍ନ ସ୍ଥାନରେ ବାଣ ଫୁଟାଯାଉଥିଲା।

 ବାଣ ଫୁଟାଇ ୬ ଆହତ ଜଣେ ଗୁରୁତର

ସୋର: ବାଲେଶ୍ବର ଜିଲ୍ଲା ସୋରର ବିଭିନ୍ନ ଅଂଚଳରୁ ବାଣ ଫୁଟାଇ ୬ ଜଣ ଆହତ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି।  ଆଜି ପବିତ୍ର ଦୀପାବଳି ଉପଲକ୍ଷେ ବିଭିନ୍ନ ସ୍ଥାନରେ ବାଣ ଫୁଟାଯାଉଥିଲା। ଏହି ସମୟରେ ସିରାପୁର ଗ୍ରାମର ପ୍ରତ୍ୟୁଷ କୁମାର ବାରିକ (୧୫) ଏକ ପାତ୍ରକୁ ଢାଙ୍କି ବାଣ ଫୁଟାଉଥିଲେ। ବାଣ ଫୁଟିବା ବେଳେ ଉକ୍ତ ପାତ୍ରଟି ତାଙ୍କ ଆଖିରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। 

ସେହିପରି ନଦୀଗାଁ ଗ୍ରାମର  ପ୍ରିୟଂଶୀ ସାହୁ ନାମକ ଜଣେ ଶିଶୁ କନ୍ୟାଙ୍କ ହାତରେ ବାଣ ପଡିବାରୁ ତାଙ୍କ ହାତରେ କ୍ଷତ ସୃଷ୍ଟି ହୋଇଛି। ଛତ୍ରପୁର ଗ୍ରାମର ମମତା ସାହୁ ଓ ସୋର ଉତ୍ତରେଶ୍ୱରର କମଲେଶ ଭୋଇଙ୍କ ସମେତ ୬ ଜଣ  ବାଣ ଫୁଟାଇବା ସମୟରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Diwali: ଏଥର ଦୀପାବଳିରେ ଦୁଇ ଘଣ୍ଟା ବାଣଫୁଟା: ରାତି ୭ରୁ ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.