ARTICLE AD BOX
ବେଜିଂ: ଚୀନ୍ର ପୂର୍ବ ଫୁଜିଆନ ପ୍ରଦେଶରେ ଆଜି ଏକ ଜୋତା ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଛି ଏବଂ ଏହି ଘଟଣାରେ ୨୮ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜିନଜିଆଙ୍ଗ ସହରରେ ଜିଆଙ୍ଗତୋଉ ଗ୍ରାମରେ ଥିବା ଏକ ଜୋତା ଫ୍ୟାକ୍ଟ୍ରିରେ ଆଜି ଅପରାହ୍ନ ୧୨.୦୪ ସମୟରେ ନିଆଁ ଲାଗି ଯାଇଥିଲା।
ସଙ୍ଗେସଙ୍ଗେ ନିଆଁ ଚାରିଆଡ଼କୁ ବ୍ୟାପିଯିବାରୁ ଅନେକ ଲୋକ ଜୀବନ୍ତ ଦଗ୍ଧ ହୋଇଗଲେ। ତୁରନ୍ତ ଘଟଣା ସ୍ଥଳରେ ଅଗ୍ନି ନିର୍ବାପକ ଏବଂ ଇମର୍ଜେନ୍ସି ଟିମ୍ ମୁତୟନ ହୋଇଥିଲେ। କିନ୍ତୁ ଫ୍ୟାକ୍ଟ୍ରି ଭିତରେ ଅତି ଭୟଙ୍କର ସ୍ଥିତି ପାଇଁ ଉଦ୍ଧାରକାରୀ ଦଳ କୋଠା ଭିତରକୁ ପଶି ପାରିନଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କୋଠାର ଗ୍ରାଉଣ୍ଡ ଫ୍ଲୋର୍ ଯେଉଁଠାରେ ଜୋତା ତିଆରି ସାମଗ୍ରୀ ରଖାଯାଇଥିଲା ସେଠାରୁ ହିଁ ନିଆଁ ଲାଗିଥିଲା।
ମହାରାଷ୍ଟ୍ର ରାସାୟନିକ କାରଖାନାରେ ନିଆଁ, ୨ ମୃତ, ୪ ଗୁରୁତର
ଜୋତା ତିଆରି ସାମଗ୍ରୀ ରଖାଯାଇଥିବାରୁ ନିଆଁ ସଙ୍ଗେସଙ୍ଗେ ଚାରିଆଡ଼କୁ ବ୍ୟାପିଯାଇଥିଲା। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ତେବେ ଏଯାବତ ଅଗ୍ନିକାଣ୍ଡ ଘଟଣାରେ କେତେ ମୃତ୍ୟୁ ହୋଇଛି ତାହା ଔପଚାରିକ ଭାବେ ସ୍ପଷ୍ଟ କରାଯାଇନି। ଅଗ୍ନିକାଣ୍ଡ କିଭଳି ହେଲା ସେନେଇ ଅଧିକ ତଦନ୍ତ ଜାରି ରହିଛି।

1 hour ago
1


