File Missing: ସିଏମ୍‌ଓରୁ ଫାଇଲ ହଜିଯିବା ମାମଲା: ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌

2 hours ago 1
ARTICLE AD BOX

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ହଜିଯିବା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଏବଂ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏହି ଚର୍ଚ୍ଚିତ ମାମଲାକୁ ନେଇ ପୂର୍ବତନ ପ୍ରାଶାସନିକ ଅଧିକାରୀ ତଥା ରାଜନେତା ଭୈରବ କାର୍ତ୍ତିକ ପାଣ୍ଡିଆନଙ୍କୁ ଭୁବନେଶ୍ବର ଏସିପି ଜୋନ୍-୧ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଏହି ନୋଟିସ୍‌ ମାଧ୍ୟମରେ ଭିକେ ପାଣ୍ଡିଆନ୍‌ଙ୍କୁ ଆଗାମୀ ଜୁଲାଇ ୨୫ ତାରିଖ ଦିନ ତାଙ୍କୁ ଏସିପି ଅଫିସରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

ସୂଚନାଯୋଗ୍ୟ, ଏହି ସମ୍ବେଦନଶୀଳ ମାମଲାରେ ରାଜ୍ୟ ସରକାର ଦୁଇଜଣ ବରିଷ୍ଠ ସଚିବ ଅଧିକାରୀଙ୍କୁ ମଧ୍ୟ ନୋଟିସ୍ ଜାରି କରିଥିଲେ। ମାତ୍ର ସେହି ସମୟରେ ଉଭୟ ଅଧିକାରୀ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ନିର୍ଦ୍ଧାରିତ ଦିନରେ ହାଜର ହୋଇନଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ଭିକେ ପାଣ୍ଡିଆନଙ୍କୁ ନୋଟିସ୍ ମିଳିବା ପରେ ସେ ଆଗାମୀ ଜୁଲାଇ ୨୫ ତାରିଖରେ ହାଜର ହେଉଛନ୍ତି କି ନାହିଁ, ସେ ନେଇ ସମସ୍ତଙ୍କର ନଜର ରହିଛି।  

ଭିକେ ପାଣ୍ଡିଆନ୍‌ଙ୍କ ନାଁରେ ଥାନାରେ ଏତଲା ଦେଲେ ଆଇନ୍‌ଜୀବୀ, ଗଣମାଧ୍ୟମକୁ ଏମିତି ଦେଲେ ପ୍ରତିକ୍ରିୟା

ସରକାରୀ ସ୍ତରରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କିମ୍ବା ଫାଇଲ୍ ହେରଫେର ଅଥବା ହଜିଯିବା ଘଟଣାକୁ ପ୍ରଶାସନ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି। ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ପୁଲିସ ଏବଂ ରାଜ୍ୟ ସରକାର ତନାଘନା ଜାରି ରଖିଛନ୍ତି। ଏହି ମାମଲାରେ ଆଗକୁ ଆହୁରି କିଛି ନୂତନ ଖୁଲାସା ହେବାର ସମ୍ଭାବନା ରହିଥିବାବେଳେ ପ୍ରାଶାସନିକ ମହଲରେ ଏହା ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.